ETV Bharat / international

ବାଂଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ, ନେଲାଣି 7 ଜୀବନ

ବାଂଲାଦେଶରେ ପ୍ରଭାବ ଦେଖାଇଛି ବାତ୍ୟା ସିତ୍ରାଙ୍ଗ । ବାତ୍ୟା ପ୍ରଭାବରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଲ୍ୟାଣ୍ଡଫଲ ପରେ ପ୍ରବଳ ବର୍ଷା ଓ ପବନ ପାଇଁ 7 ଜଣଙ୍କ ଜୀବନ ଯାଇଥିବା ସୂଚନା । ଅଧିକ ପଢନ୍ତୁ

ବାଂଲାଦେଶରେ ବାତ୍ୟ ସିତ୍ରାଙ୍କ ପ୍ରଭାବ, 7 ମୃତ

author img

By

Published : Oct 25, 2022, 7:38 AM IST

ଢାକା: ବାଂଲାଦେଶରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ସିତ୍ରାଙ୍ଗ । ଆଜି ଭୋରରେ ସାନଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 200 କିଲୋମିଟର ରହଥିଲା । ବାଂଲାଦେଶର କିଛି ଅଞ୍ଚଳରେ ତାଣ୍ଡବ ରଚିଛି ସିତ୍ରାଙ୍ଗ । ପ୍ରବଳ ବର୍ଷା ଓ ପବନ ପାଇଁ ଛାରଖାର ହୋଇଛି ବରିସାଲ ଅଞ୍ଚଳ। ବିଦ୍ୟୁତ ଖୁଣ୍ଟ ଉପୁଡିଛି ଓ ଘର ଭଙ୍ଗିଛି । ବ୍ୟାପକ କ୍ଷୟକ୍ଷତି ସହିତ 7 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗଛ ଉପୁଡି ଗୋଟିଏ ପରିବାରର 3ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟସ୍ଥାନରେ ଆଉ 4ଜଣଙ୍କ ଜୀବନ ନେଇଛି ସିତ୍ରାଙ୍ଗ। ରିପୋର୍ଟ ଅନୁସାରେ ଏ କ୍ଷତି ପରେ ଅଗ୍ନିଶମ ବାହିନୀ ଏକ ପ୍ରକାର ପ୍ରସ୍ତୁତ ରହିଛି । ଭୟଙ୍କର ଝଡ କାରଣରୁ ଢାକା, ନାଗଲକୋଟ, ନାରେଲ ଏବଂ ଭୋଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି । ବାଂଲାଦେଶର କାକ୍ସ ବାଜାର ତଟରୁ ପାଖାପାଖି ହଜାର ହଜାର ଲୋକ ଓ ପଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କାକ୍ସ ତଟରେ 28 ହଜାର 115 ଲୋକ ଏବଂ 2 ହଜାର 736 ପଶୁଙ୍କୁ ସୁରକ୍ଷିତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଲ୍ୟାଣ୍ଡଫଲ ପରେ ଅନେକ ସ୍ଥାନରେ ବିତ୍ୟୁତ ଖୁଣ୍ଟ ଭାଙ୍ଗିବା ପରେ ଅନେକ ସ୍ଥାନ ଅନ୍ଦାରରେ ରହିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମବଙ୍ଗରେ ନିଜ ଭୟଙ୍କର ରୂପ ଦେଖାଇଥିଲା ବାତ୍ୟା ସିତ୍ରାଙ୍ଗ। ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ସିତ୍ରାଙ୍ଗ ଅଧିକ ଭୟଙ୍କର ହେବା ପୂର୍ବରୁ ବଙ୍ଗରେ ତାର ପ୍ରଭାବ ଦେଖାଇଥିଲା । ପ୍ରବଳ ବେଗରେ ପବନ ବହିବାରୁ କୋଲକାତା କୋଚ ବିହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ଏକ ପେଣ୍ଡାଲକୁ ଉଡ଼ାଇ ନେଇଥିବା । ବାଂଲାଦେଶରେ ବାତ୍ୟାର କ୍ଷୟକ୍ଷତି କମ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଖାଦ୍ୟ ସାମଗ୍ରୀ ସହ ମେଡିକାଲ ଟିମ ପ୍ରସ୍ତୁତ ରହିଛନ୍ତି ।

ଏହି ବି ପଢନ୍ତୁ...ଦୀପାବଳିରେ ବିଷାକ୍ତ ହେଉଛି ଦିଲ୍ଲୀ ବାୟୂ

ଲ୍ୟାଣ୍ଡଫଲ ପରେ ଧୀରେ ଧୀରେ ଦୁର୍ବଳ ହେଉଛି ସିତ୍ରାଙ୍ଗ । ଆଗାମୀ 3ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ 6ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୋମବାର ରାତି 9ଟା 30 ରୁ 11ଟା30 ମଧ୍ୟରେ ବାଂଲାଦେଶର ବରିସଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.