ETV Bharat / international

ଇରାନରେ ବିସ୍ଫୋରଣ: ଶତାଧିକ ମୃତ, ଅନେକ ଆହତ - several dies in blast

Several killed in twin blast in Iran: ଦିବଙ୍ଗତ ସେନା କମାଣ୍ଡରଙ୍କ କବରସ୍ଥାନ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବିସ୍ଫୋରଣ । ଶତାଧିକ ମୃତ, ବହୁ ଆହତ । ଅଧିକ ପଢନ୍ତୁ

ଇରାନରେ ବିସ୍ଫୋରଣ: ଶତାଧିକ ମୃତ, ବହୁ ଆହତ
ଇରାନରେ ବିସ୍ଫୋରଣ: ଶତାଧିକ ମୃତ, ବହୁ ଆହତ
author img

By ETV Bharat Odisha Team

Published : Jan 3, 2024, 10:57 PM IST

ହାଇଦ୍ରାବାଦ: ଇରାନରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇଟି ବିସ୍ଫୋରଣରେ ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକେ ଗୁରୁତର ମଧ୍ୟ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏବେ ପର୍ଯ୍ୟନ୍ତ 103 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଅନେକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବହୁ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଆଜି (ବୁଧବାର) 2020 ରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ନିହତ ହୋଇଥିବା ଇରାନ ସେନାର ତତ୍କାଳୀନ ଟପ କମାଣ୍ଡର କାସିମ ସୁଲେମାନିଙ୍କ ସ୍ମୃତିରେ ତାଙ୍କ କବର ସ୍ଥାନ ନିକଟରେ ଆୟୋଜିତ ଏକ ଉତ୍ସବରେ ଏହି ବିସ୍ଫୋରଣ ଘଟିଛି । ହଜାର ହଜାର ଲୋକେ ଏହି ସ୍ଥାନରେ ଏକତ୍ରୀତ ହୋଇଥିଲେ । ହଠାତ କିଛି ସମୟ ବ୍ୟବଧାନରେ ଦୁଇଟି ବଡ ବିସ୍ଫୋରଣ ଘଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ରଏଟର୍ସ’ ରିପୋର୍ଟ ଅନୁଯାୟୀ ଇରାନର ଦକ୍ଷିଣ-ପୂର୍ବ ସହର କରମାନର ଶ୍ମଶାନରେ ଦିବଙ୍ଗତ କମାଣ୍ଡର ସୁଲେମାନୀଙ୍କ ମୃତ୍ୟୁର ବାର୍ଷିକ ଉତ୍ସବ ପାଳନ କରାଯାଉଥିଲା । କିଛି ସମୟ ବ୍ୟବଧାନରେ ଦୁଇଟି ବଡ ବିସ୍ଫୋରଣ ଘଟିଥଲା । ଏଥିରେ ଏବେ ପର୍ଯ୍ୟନ୍ତ 103 ଇରାନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସହରରେ ହାଇଆଲର୍ଟ ଜାରି ହୋଇଛି । ତୁରନ୍ତ ସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ଆହତଙ୍କୁ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏବେ ସୁଦ୍ଧା କେହି ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ପୋଲିସ ଓ ସେନା ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ :- ହାଇଦ୍ରାବାଦର ସବୁ କୋଣକୁ ଗଡିବ ମେଟ୍ରୋ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦେଲେ ନିର୍ଦ୍ଦେଶ

ତେବେ ଏଠାରେ ଉଲ୍ଲେଖୋଗ୍ୟ ଯେ, 2020 ରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇରାନ ସେନାର ତତ୍କାଳୀନ ଟପ କମାଣ୍ଡର କାସିମ ସୁଲେମାନିଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଇରାନ-ଆମେରିକା ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ଇରାନ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ମଧ୍ୟ ଧମକ ଦେଇଥିଲା । ଆକ୍ରମଣରେ ନିହତ କମାଣ୍ଡର ସୁଲେମାନିଙ୍କୁ ଇରାନରେ ଜଣେ ବୀର ଭାବେ ବିବେଚନା କରାଯାଏ । ଆଜି ତାଙ୍କ କବରସ୍ଥାନରେ ଆୟୋଜିତ ସ୍ମୃତି ସଭାରେ ହଜାର ହଜାର ଇରାନୀୟ ଉପସ୍ଥିତି ଥିଲା ବେଳେ ଏହି ବିସ୍ଫୋରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.