ETV Bharat / international

300 ମିଟର ତଳକୁ ଖସିଲା ଜିପ, 6 ମୃତ ଓ 8 ଆହତ

author img

By

Published : Nov 28, 2022, 7:35 AM IST

ପିଓକେରେ 300 ମିଟର ତଳକୁ ଖସିଲା ଜିପ । 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 8 ଜଣ ଆହତ । ଅଧିକ ପଢ଼ନ୍ତୁ

several killed after overloaded jeep falls into nullah in pok
300 ମିଟର ତଳକୁ ଖସିଲା ଜିପ, 6 ମୃତ ଓ 8 ଆହତ

ଇସଲାମବାଦ: ପାକ୍ ଅଧିକୃତ କାଶ୍ମୀର ତଥା ପିଓକେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଜିପ ନାଳକୁ ଖସିଯିବାରୁ 6 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ 8 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପାକିସ୍ତାନ ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଗତ ରବିବାର ପ୍ରାୟ 12.30ରେ ଦୁଧିନିୟାଲର ଛାରି ଅଞ୍ଚଳରେ କିଛି ଭୋଟର ଜିପରେ ଆସୁଥିଲେ । ଏହି ସମୟରେ ହଠାତ ଭାରସାମ୍ୟ ହରାଇ ଗାଡ଼ିଟି ଘାଟି ଉପରୁ 300 ଫୁଟ ତଳକୁ ଖସିପଡ଼ିଥିଲା । ଯେଉଁଥିରେ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 8 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀ ନୀଲମ ନଦୀ କୂଳରେ ଅବସ୍ଥିତ ଥଣ୍ଡା ପାନି ଗ୍ରାମର ବାସିନ୍ଦା ।

କ୍ଷମତା ଠାରୁ ଅଧିକ ଯାତ୍ରୀ ଗାଡ଼ିରେ ଭର୍ତ୍ତି ହୋଇଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମୁଜାଫରବାଦ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.