ETV Bharat / international

ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ, 9 ମୃତ - ମେକ୍ସିକୋରେ ଦୁର୍ବୃତ୍ତଙ୍କ ଆକ୍ରମଣରେ 9 ଜଣଙ୍କ ମୃତ୍ୟୁ

ମେକ୍ସିକୋରେ ଦୁର୍ବୃତ୍ତଙ୍କ ଆକ୍ରମଣରେ 9 ଜଣଙ୍କ ମୃତ୍ୟୁ । ସେଣ୍ଟ୍ରାଲ ମେକ୍ସିକୋ ଅନ୍ତର୍ଗତ ଗୁଆନାଜୁଆଟୋର ଏକ ବାରରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳିକାଣ୍ଡ ଘଟାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

several killed after gunman open fire at bar in mexico
ମେକ୍ସିକୋ ବାରରେ ଗୁଳିକାଣ୍ଡ, 9 ମୃତ୍ୟୁ
author img

By

Published : Nov 12, 2022, 8:00 AM IST

ମେକ୍ସିକୋ ସିଟି: ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ । ଗତ ବୁଧବାର ବିଳମ୍ବିତ ରାତିରେ ସେଣ୍ଟ୍ରାଲ ମେକ୍ସିକୋ ଅନ୍ତର୍ଗତ ଗୁଆନାଜୁଆଟୋର ଏକ ବାରରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳିକାଣ୍ଡ ଘଟାଇଛନ୍ତି । ଏଥିରେ ପ୍ରାୟ 9 ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଥିବାବେଳେ 4 ଜଣ ମହିଳା ଅଟନ୍ତି । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ଅତି କମରେ 7 ଜଣ ବନ୍ଧୁକଧାରୀ ବାର ଭିତରେ ପ୍ରବେଶ କରି ଆଖିବୁଜା ଗୁଳି ଚାଳନା କରିଥିଲେ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ 9 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବାର ମାଲିକ ମଧ୍ୟ ଥାଇପାରନ୍ତି ବୋଲି ଆଞ୍ଚଳିକ ଗଣମାଧ୍ୟମରୁ ଜଣାପଡ଼ିଛି । ସେହିପରି କାରରୁ ଦୁଇଟି ମୃତଦେହ ମିଳିଥିଲା । ତେବେ ସେମାନେ ବାରରୁ ଖସି ଯାଉଥିବାବେଳେ ଗୁଳିଚାଳନା ହୋଇଛି ନା ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଭୟାବହ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ସମ୍ପୃକ୍ତ ଦୁର୍ବତ୍ତଙ୍କୁ ଧରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଚଳାଇଛି ।

ସୂଚନା ଥାଉକି, ଲଗାତାର ଭାବେ ମେକ୍ସିକୋରେ ବାର ଉପରେ ଗୁଳିକାଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ମେକ୍ସିକୋ ସ୍ଥିତ ଗୁଆନାଜୁଆଟୋର ଏକ ସହରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିକାଣ୍ଡରେ 12 ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ ସେପ୍ଚେମ୍ବର ମାସରେ ସେଣ୍ଟ୍ରାଲ ମେକ୍ସିକୋ ଅନ୍ତର୍ଗତ ଗୁଆନାଜୁଆଟୋର ବାରରେ ଦୁଇ ଥର ଗୁଳିକାଣ୍ଡ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜାରାଲ ଡେଲ ପ୍ରୋଗ୍ରେସୋ ସହରରେ ଥିବା ବାର ଉପରେ ହୋଇଥିବା ଆକ୍ରମଣରେ 11 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଆକ୍ରମଣକାରୀମାନେ ଅନେକ ଗାଡିରେ ଆସି ଗ୍ରାହକ ଏବଂ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଡ୍ରଗ୍ ହିଂସା ଦ୍ୱାରା ପାରମ୍ପରିକ ଭାବରେ ଏକ କୃଷି ଏବଂ ଶିଳ୍ପ ସହର ଗୁଆନାଜୁଏଟୋ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଆଉ ଏକ ବାରରେ କେତେକ ଦୁର୍ବୃତ୍ତଙ୍କ ଆକ୍ରମଣର 10 ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁଆନାଜୁଆଟୋରେ ଅନେକ ସମୟରେ ଡ୍ରଗ୍ସ କାରବାର କରୁଥିବା ଜାଲିସକୋ ନ୍ୟୁ ଜେନେରେଶନ ଏବଂ ସାଣ୍ଟା ରୋଜା ଡେ ଲିମା ଗ୍ୟାଙ୍ଗ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳେ । ତେବେ ଡଗ୍ସ ଗ୍ୟାଙ୍ଗଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.