ETV Bharat / international

Beijing hospital Fire: ବେଜିଂ ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୧ ମୃତ

author img

By

Published : Apr 19, 2023, 7:31 AM IST

ବେଜିଂର ଚାଙ୍ଗପେଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏଥିରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Beijing hospital Fire
Beijing hospital Fire

ବେଜିଂ: ଚୀନର ରାଜଧାନୀର ବେଜିଂର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି(ମଙ୍ଗଳବାର) ବେଜିଂର ଚାଙ୍ଗପେଙ୍ଗ ହସ୍ପିଟାଲର ଇନପେସେଣ୍ଟ ବିଭାଗରେ ନିଆଁ ଲାଗିଥିଲା । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଫେଙ୍ଗଟାଇ ଜିଲ୍ଲାର ଚାଙ୍ଗପେଙ୍ଗ ହସ୍ପିଟାଲରେ ମଙ୍ଗଳବାର ଅପରାହ୍ନ ପାଖାପାଖି ୧ଟା ସମୟରେ ନିଆଁ ଲାଗିଯାଇଥିଲା । ଫଳରେ ଭୟଭୀତ ହୋଇ ରୋଗୀମାନେ ଦୌଡିବାକୁ ଲାଗିଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ସଙ୍ଗେସଙ୍ଗେ ୭୧ ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଗତକାଲି(ମଙ୍ଗଳବାର) ସନ୍ଧ୍ୟା ୬ଟା ସୁଦ୍ଧା ୨୧ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ତାଲିକାରେ ଆମେରିକାର ବାଣିଜ୍ୟ ସଚିବ, କହିଲେ ମୋଦି ବିଶ୍ବରେ ସବୁଠି ଲୋକପ୍ରିୟ

ଏହା ମଧ୍ୟ ପଢନ୍ତୁ: Exclusive Interview with Satyapal Malik: ‘ପୁଲଓ୍ବାମାରେ ଫେଲ ମାରିଥିଲା ଗୁଇନ୍ଦା, ଏୟାରଲିଫ୍ଟ ପାଇଁ ମନା କରିଥିଲେ ରାଜନାଥ’

ତେବେ ହସ୍ପିଟାଲରେ ନିଆଁ ଲାଗିଥିବା ସମୟରେ କିଛି ୟୁଜର୍ସର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । କିଛି ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ଝରକା ଦେଇ ଡେଇଁ ପଡିଥିବା ଦେଖାଦେଇଛି । ତେବେ ନିଆଁ ଆଁରେ ହସ୍ପିଟାଲର ଅନେକ କ୍ଷତିକ୍ଷତି ହୋଇ ହୋଇଛି । ଯନ୍ତ୍ରାଶଂ ଜଳିପୋଡି ଯାଇଛି । ହସ୍ପିଟାଲରୁ ଉଦ୍ଧାର କରି ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨୧ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ହସ୍ପିଟାଲରେ ନିଆଁ ଲାଗିବା କାରଣରୁ ୨୫ ମିନିଟ ଯାଏଁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ରକାଶଥାଉକି, ଗତ ୧୬ ତାରିଖ ଦିନ ଦୁବାଇର ଏକ କୋଠାରେ ନିଆଁ ଲାଗିଯାଇଥିଲା । ନିଆଁ ଆଁରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଥିଲେ । ତେବେ ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଥିଲେ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ଲୋକେ ବାହାରକୁ ବାହିରି ନପାରି ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.