ETV Bharat / international

ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା; 18 ମୃତ, 27 ଆହତ

author img

By ETV Bharat Odisha Team

Published : Oct 7, 2023, 11:03 AM IST

ମେକ୍ସିକୋରେ ଭାରସାମ୍ୟ ଦୁର୍ଘଟଣାର ଶିକାର ହେଲା ବସ । 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 27 ଜଣ ଆହତ । ଅଧିକ ପଢନ୍ତୁ

several killed after Bus crash in Mexico

ମେକ୍ସିକୋ ସିଟି: ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲା ଯାତ୍ରୀବାହୀ ବସ । 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 27 ଜଣ ଆହତ ହୋଇଥିବା ସୂଚନା ମିଳିଛି । ମେକ୍ସିକୋର ଓକ୍ସାକା ରାଜ୍ୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ରହିଛନ୍ତି । ଅଧିକାଂଶ ମୃତ ଯାତ୍ରୀ ପ୍ରବାସୀ ହୋଇଥିବା ବେଳେ ସେମାନେ ଭେନେଜୁଏଲା ଏବଂ ହାଇତିର ହୋଇଥିବା ଓକ୍ସାକା ଆଟର୍ଣ୍ଣି ଜେନେରାଲ ସୂଚନା ଦେଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ ମେକ୍ସିକୋରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, 10 ମୃତ

କର୍ତ୍ତୃପକ୍ଷକଙ୍କ ଦ୍ବାରା ଫେସବୁକରେ ଦୁର୍ଘଟଣାର ଏକ ଫୋଟ ସେୟାର କରାଯାଇଛି । ଯେଉଁଥିରେ ବସଟି ଦୁର୍ଘଟଣା ପରେ ପୁରାପୁରି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ବସ ଦୁର୍ଘଟଣାର ଶିକାର ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ସମୟ ସକାଳ 5ଟା ସମୟରେ ଦୁର୍ଘଟଣା ଘଟିଥିବା ଏକ ଗଣମାଧ୍ୟମ ରିପୋର୍ଟ କରିଛି । ତେବେ ବସଟି କେଉଁ ସ୍ଥାନକୁ ଯାଉଥିଲା ଓ ଏଥିରେ ମୋଟ କେତେ ଯାତ୍ରୀ ଥିଲେ ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Italy Bus Accident: ଦୁର୍ଘଟଣା ପରେ ବସରେ ଲାଗିଲା ନିଆଁ, 20 ମୃତ

ଅକ୍ଟୋବର 2 ତାରିଖରେ ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଏକ ଟ୍ରକ ଦୁର୍ଘଟଣା ଗସ୍ତ ହେବାରୁ 10 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 25 ଜଣ ଆହତ ହୋଇଥିଲେ । ଗୁଆଟେମାଲା ସୀମା ନିକଟ ମେକ୍ସିକୋର ଚିଆପାସ୍ ରାଜ୍ୟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଟ୍ରକଟି ଦକ୍ଷିଣ ଚିଆପାସର ପିଜିଜିଆପାନ-ଟୋନାଲା ରାଜପଥରେ 27 ଜଣ କ୍ୟୁବା ନାଗରିକଙ୍କୁ ନେଇ ଯାଉଥବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଦ୍ରୁତଗତିରେ ଟ୍ରକ ଚଳାଉଥିବାରୁ ନିୟନ୍ତ୍ରଣ ହରାଇ ଟ୍ରକଟି ଓଲଟି ପଡିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା ।

ଅକ୍ଟୋବର 4 ତାରିଖରେ ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ବସ୍‌ରେ ନିଆଁଲାଗି ପାଖାପାଖି 20 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ 2 ଶିଶୁ ରହିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.