ETV Bharat / international

ବୋମା ବିସ୍ଫୋରଣରେ ଥରିଲା ସିରିୟା: 6 ମୃତ, 23 ଆହତ

author img

By

Published : Jul 28, 2023, 8:24 AM IST

ସିରିଆରେ ବୋମା ବିସ୍ଫୋରଣରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Syria explosion
Syria explosion

ଦମ୍ମାସକସ: ମହରମର ଗୋଟିଏ ଦିନ ପୂର୍ବରୁ ସିରିଆ ବଡଧରଣର ବିସ୍ଫୋରଣ । ବୋମା ବିସ୍ଫୋରଣରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସିରିଆର ରାଜଧାନୀ ଦମ୍ମାସକସର ଦକ୍ଷିଣରେ ଥିବା ଶିଆ ମସଜିଦ ନିକଟରେ ଏହି ଆକ୍ରମଣ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସେୟେଦା ଜାଇନାବ ସୌମସଲି ନିକଟରେ ଶିଆ ମସଜିଦ ରହିଛି । ଏହା ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଏଠାରେ ଥିବା ଟ୍ୟାକ୍ସି ନିକଟରେ ଏକ ବାଇକରେ ବୋମା ଖଞ୍ଜା ଯାଇଥିଲା ତାହା ବିସ୍ଫୋରଣ ହୋଇଥିବା ସୂଚନା । ବିସ୍ଫୋରଣରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହ କରାଯାଉଛି ।

ପୂର୍ବରୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ଜଣେ ଅଜଣା ବ୍ୟକ୍ତି ବାଇକରେ ବୋମା ଖଞ୍ଜିବା ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ଜଣେ ସରକାରୀ ଅଧିକାରୀ କହିଛନ୍ତି, ହଠାତ ମସଜିଦ ନିକଟରେ ବିସ୍ଫୋରଣ ହୋଇଥିଲା । ଫଳରେ ଭୟରେ ସମସ୍ତେ ଏଣେ ତେଣେ ଦୌଡି ପଳାଇଥିଲେ । ଏହାପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତକଙ୍କୁ ହସ୍ପିଟାଲକୁ ନେଇଥିଲା । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।

ଗୁରୁବାର(ଜୁଲାଇ 27) ବିଳମ୍ବିତ ରାତିରେ ସିରିଆର ସେୟେଦା ଜାଇନାବ ସୌମସଲିର ଏକ ଟ୍ୟାକ୍ସି ନିଟକରେ ବାଇକ ଛିଡା ହୋଇଥିଲା । ହଠାତ ସେହି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଫଳରେ 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣଆସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇନି । ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣା ଶୁଣିବାପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ରେସ୍ତୋରାଁରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ; ୩୧ ମୃୃତ

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନ ଥାନାରେ ଆତ୍ମଘାତୀ ବିସ୍ଫୋରଣ ! ୧୨ ପୋଲିସ ମୃତ

ଗତ ଏପ୍ରିଲ 24 ତାରିଖରେ ପାକିସ୍ତାନର ଗୋଟିଏ ଥାନାରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୧୨ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାତ୍ ଉପତ୍ୟାକାର କବାଲ ଥାନାରେ ଏହି ବିସ୍ଫୋରଣ ହୋଇଥିଲା । ଉକ୍ତ ଥାନା ପରିସରରେ ଆତଙ୍କବାଦ ନିରୋଧି ବିଭାଗ ସହ ଗୋଟିଏ ମସଜିଦ ରହିଥିଲା । ବିସ୍ଫୋରଣରେ କୋଠା ଗୁଡିକ ଭୁଶୁଡି ପଡିଥିଲା । ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.