ETV Bharat / international

ଅଧାରେ ରହିଲା ହଜ୍ ଯାତ୍ରା: ବସ୍‌ରେ ନିଆଁ ଲାଗି ୨୦ ମୃତ, ୨୯ ଆହତ

author img

By

Published : Mar 28, 2023, 4:10 PM IST

ହଜ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ । ବସରେ ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୯ ଆହତ । ଅଧିକ ପଢ଼ନ୍ତୁ

hajj pilgrims bus accident in saudi arabia
ହଜ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

ରିୟାଦ: ସାଉଦି ଆରବରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲରେ ପିଟି ହୋଇ ଜଳିଗଲା ତୀର୍ଥଯାତ୍ରୀ ବସ । ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୯ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ବସ୍‌ଟି ହଜ୍‌ଯାତ୍ରା ପାଇଁ ଯାଉଥିବାବେଳେ ୟେମେନ ସୀମାରେ ଥିବା ଦକ୍ଷିଣ ୟାସିର ପ୍ରଦେଶରେ ଓଲଟି ପଡିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସାଉଦି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: US School Shooting: ସ୍କୁଲରେ ଆଖିବୁଜା ଗୁଳିମାଡ, ସୁଟର ସମେତ 7 ମୃତ

ସାଉଦି ଆରବ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି(ମଙ୍ଗଳବାର)ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥାନ ମକ୍କାରେ ହେଉଥିବା ହଜ୍ ଯାତ୍ରାକୁ ଯାଉଥିଲା । ୟେମେନ ସୀମାରେ ଥିବା ଦକ୍ଷିଣ ୟାସିର ପ୍ରଦେଶ ଦେଇ ଗତି କରିବା ସମୟରେ ବସ୍‌ଟି ବ୍ରେକ୍‌ ଫେଲ ହେବା ଯୋଗୁଁ ଭାରସାମ୍ୟ ହରାଇ ପୋଲ ସହ ପିଟି ହୋଇଥିଲା । ଫଳରେ ବସ୍‌ଟି ଓଲଟି ନିଆଁ ଲାଗିଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Tornado in Mississippi: ଝଡ ତୋଫାନରେ ଛାରଖାର ମିସିସିପି, ଗଲାଣି ୨୩ ଜୀବନ

ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୯ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ଦୁର୍ଘଟଣାର ପରବର୍ତ୍ତୀ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

ମୁସଲିମ ସମ୍ପ୍ରଦାୟଙ୍କ ପବିତ୍ର ମାସ ରମଜାନ ଆରମ୍ଭ ହୋଇଥିବାରୁ ସାଉଦି ଆରବରେ ହଜ୍‌ ତୀର୍ଥଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ରାସ୍ତା ମଧ୍ୟ ଜାମ୍‌ ହେଉଛି । ଯାହା ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ ଅକ୍ଟୋବର ୨୦୧୯ରେ ମଦିନା ନିକଟରେ ଏକ ଭାରିଯାନ ସହ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଚାରି ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.