ETV Bharat / international

ଭାରସାମ୍ୟ ହରାଇ ଓଲଟିଲା ବସ, ୧୭ ଖଣି କର୍ମଚାରୀ ମୃତ - ଆଫଗାନିସ୍ତାନର ତକହାର ଅଞ୍ଚଳରେ ଓଲଟିଲା ବସ

ଭାରସାମ୍ୟ ହରାଇ ଆଫଗାନିସ୍ତାନର ତକହାର ଅଞ୍ଚଳରେ ଓଲଟିଲା ବସ । ୧୭ ଖଣି କର୍ମଚାରୀ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

bus accident in Afghanistan
bus accident in Afghanistan
author img

By

Published : Mar 16, 2023, 12:42 PM IST

କାବୁଲ: ଆଫଗାନିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ । ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ତକହାର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, "ଚାହ ଅବ ଜିଲ୍ଲାର ଅନଜିର ଅଞ୍ଚଳର ସୁନା ଖଣି ନିକଟବର୍ତ୍ତୀ ଅଞ୍ଚଳରେ ବସଟି ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ବସରେ ରହିଥିବା ସମସ୍ତେ ସୁନା ଖଣିରେ କାମ କରୁଥିଲେ । "ଏନେଇ ଚାହ ଅବ ଜିଲ୍ଲାର ଜିଲ୍ଲାପାଳଙ୍କ କହିବା ଅନୁସାରେ, "ମୃତ ଏବଂ ଆହତ ସମସ୍ତ କର୍ମଚାରୀ ସୁନା ଖଣିରେ କାମ କରୁଥିଲେ । ଅଞ୍ଜିର ଅଞ୍ଚଳର ଚାହ ଅବ ସେଣ୍ଟର ଏବଂ ସୁନା ଖଣି ମଧ୍ୟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କର ଅବସ୍ଥା ଗୁରୁତର ରହିଛି । "

ଏହା ମଧ୍ୟ ପଢନ୍ତୁ: IndiGo flight diverted: ମଝି ଆକାଶରେ ଯାତ୍ରୀଙ୍କ ଉଡିଗଲା ପ୍ରାଣବାୟୁ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ, "ଆଫଗାନିସ୍ତାନରେ ପ୍ରାୟ ଅନେକ ସମୟରେ ସଡକ ଦୁର୍ଘଟଣା ହେଉଛି । ଅନେକ ଲୋକ ପ୍ରାଣ ହରାଉଛନ୍ତି । ଆଫଗାନିସ୍ତାନରେ ୨୦୨୦ ମସିହାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ ହଜାର ୩୩ ହଜାର ଅତିକ୍ରମ କରିଛି । ଦୁର୍ଘଟଣାରେ ମୃତ୍ୟୁକୁ ନେଇ ୭୬ତମ ସ୍ଥାନରେ ରହିଛି ଆଫଗାନିସ୍ତାନ । ବେପରୁଆ ଗାଡି ଚାଳନା, ହାଇଓ୍ବେରେ ଅସାବଧାନତା ପାଇଁ ଅନେକ ସମୟରେ ଦୁର୍ଘଟଣା ହେଉଛି ।"

ଏହା ମଧ୍ୟ ପଢନ୍ତୁ: Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି

ପ୍ରକାଶଥାଉକି, ଗତ ଜାନୁଆରୀ ୧୨ ତାରିଖ ଦିନ କାବୁଲର ବିଦେଶ ମନ୍ତ୍ରାଳୟ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୨୦ରୁ ଅଧିକ ପ୍ରାଣ ହରାଇଥିଲେ । ଦେଶର ବିଦେଶ ମନ୍ତ୍ରଣାଳୟ ବାହାରେ ଏହି ବିସ୍ଫୋରଣ ହୋଇଥିଲା । ତାଲିବାନ ଶାସନ ପରେ ଦେଶରେ ଅସ୍ଥିରତା ଜାରି ରହିଛି । ଏକାଧିକ ସ୍ଥାନରେ ବିସ୍ଫୋରଣରେ ବହୁ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟି ସାରିଲାଣି । ବାରମ୍ବାର ବିସ୍ଫୋରଣ ଓ ଆକ୍ରମଣ ମାନବୀୟ ସଙ୍କଟ ମଧ୍ୟ ସୃଷ୍ଟି ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.