ETV Bharat / international

କଙ୍ଗୋରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ଗଲାଣି 120 ଜୀବନ - କିନଶାସାରେ ବଡ଼ ଧରଣର ବନ୍ୟା ଓ ଭୂସ୍ଖଳନ

କଙ୍ଗୋ ରାଜଧାନୀ କିନଶାସାରେ ବଡ଼ ଧରଣର ବନ୍ୟା ଓ ଭୂସ୍ଖଳନ । ପ୍ରାୟ 120 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

several died by floods and landslide in congo
କଙ୍ଗୋରେ ବନ୍ୟା, ଭୂସ୍ଖଳରେ 120 ଜଣଙ୍କ ମୃତ୍ୟୁ
author img

By

Published : Dec 14, 2022, 7:48 AM IST

କିନଶାସା: କରାଳ ରୂପ ଦେଖାଇଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ କଙ୍ଗୋରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ପ୍ରାୟ 120 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଅନେକ ଘର ଭୁଶୁଡ଼ି ଯିବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ କଙ୍ଗୋ ରାଜଧାନୀ କିନଶାସାରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତାଘାଟ ଭାଙ୍ଗି ଯାଇଥିଲା ଏବଂ ଚାରିଆଡ଼େ ଜଳ ପ୍ରଳୟ ଦେଖିବାକୁ ମିଳିଥିଲା । ଏଥିରେ କିନଶାସା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ 12 ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକଙ୍କ ଘର ଭାଙ୍ଗିବା ସହ ରାସ୍ତାଘାଟ ନଷ୍ଟ ହୋଇଯାଇଛି । ଭୂସ୍ଖଳନରେ ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ବିଦ୍ୟୁତ୍‌ ଆଘାତରେ କେତେକଙ୍କ ମୃତ୍ୟୁ ଘଟିଛି । ଜଣେ ମହିଳା ତାଙ୍କ 9 ବର୍ଷର ଝିଅ ଏବଂ ତିନି ଭାଇଙ୍କୁ ହରାଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଘଟଣା ନେଇ କଙ୍ଗୋ ପ୍ରଧାନମନ୍ତ୍ରୀ ଜିନ ମାଇକେଲ ସମା ଦୁଃଖ ପ୍ରକାଶ କରି କହିଛନ୍ତି, " ଅଘଟଣରେ ବିପୁଳ ମାତ୍ରାରେ ଧନହାନୀ ହୋଇଛି । ଘଟଣାର ସ୍ଥିତି ଅନୁଧ୍ୟାନ କରାଯାଉଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ମୁତୟନ ଅଛନ୍ତି । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.