ETV Bharat / international

ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା: 17 ମୃତ, 15ରୁ ଊର୍ଦ୍ଧ୍ବ ଆହତ - ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମରେ 17 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 15ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

several died and injured in road accident in nepal
ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, 17 ମୃତ ଓ 15ରୁ ଊର୍ଦ୍ଧ୍ବ ଆହତ
author img

By

Published : Dec 14, 2022, 10:00 AM IST

କାଠମାଣ୍ଡୁ: ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ନେପାଳ ସ୍ଥିତ କାଭରେପାଲନ ଚୌକରେ ଭୟଙ୍କର ଦୁର୍ଘଟଣା ଯୋଗୁଁ ପ୍ରାୟ 17 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା 6 (ସ୍ଥାନୀୟ ସମୟ) ସମୟରେ କାଭରେପାଲନଚୌକର ଅନ୍ତର୍ଗତ ବେନ୍ଥାନଚୌକ ଗ୍ରାମ ନିକଟରେ ଧାର୍ମିକ ସମାରୋହରେ ଯାତ୍ରୀଙ୍କୁ ନେଇ ଫେରୁଥିବା ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଡାକ୍ତରଖାନା ନେବା ବାଟରେ ଅନ୍ୟ 14 ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନ ଥିବାବେଳେ ବେଥନଚୌକ ରାସ୍ତାଟି ଖସଡ଼ା ଏବଂ ଖାଲଢିପ ହୋଇଥିବାକୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ପୋଲିସ ଅନୁମାନ କରୁଛି ।

ଘଟଣାସ୍ଥଳରେ ପୋଲିସ ଏବଂ ସୁରକ୍ଷାକର୍ମୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବୁଲଡୋଜର ବ୍ୟବହାର କରାଯାଇଥିଲା । ତେବେ ବସରେ କେତେ ଜଣ ଯାତ୍ରୀ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଅନ୍ୟପଟେ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.