ଢାକା: ବାଂଲାଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ସେତୁ ତଳକୁ ଖସିଲା ବସ । ଦୁର୍ଘଟଣାରେ ୧୬ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଆଜି ସକାଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ପଦ୍ମା ସେତୁ ତଳକୁ ବସ ଖସିଯାଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ, ଗିରଫଦାରୀ ନେଇ ଏମିତି କିଛି କହିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି
ଆଜି(ରବିବାର) ସକାଳେ ବସଟି ପଦ୍ମା ସେତୁ ଦେଇ ଯାଇଥିବା ବେଳେ ଭାରସାମ୍ୟ ହରାଇଥିଲା । ଫଳରେ ଡ୍ରାଇଭର ଜଣକ ବସ ଉପରେ ନିୟନ୍ତ୍ରଣ କରିପାରିଲେ ନାହିଁ । ଫଳରେ ବସଟି ଭାରସାମ୍ୟ ହରାଇ ସେତୁ ତଳକୁ ଖସିପଡିଥିଲେ । ଖବରପାଇ ଅଗ୍ନିଶମ ବାହିନୀ, ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସିବଚାର ପୋଲିସ ଥାନା ଓସି ଓବୁ ନୟିମ ଏମଡି ମୋଫାଜେଲ ହ୍ୟୁଗ କହିଛନ୍ତି, "ଦୁର୍ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀ ଆହତ ହୋଇଛନ୍ତି । "
ଏହି ଦୁର୍ଘଟଣାକୁ ନେଇ ବସର କିଛି ଯାତ୍ରୀ କହିଛନ୍ତି, "ବସ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ବିପରୀତ ଦିଗକୁ ବୁଲି ସେତୁ ତଳକୁ ଖସି ଯାଇଥିଲା । ମଦାରାଇପୁର ପୋଲିସ ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।"
ପ୍ରକାଶଥାଉକି, ଗତ ମାର୍ଚ୍ଚ ୭ ତାରିଖରେ ବାଂଲାଦେଶର ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ସହରର ଏକ ବ୍ୟସ୍ତବହୁଳ ସ୍ଥାନରେ ଥିବା ଏକ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ପ୍ରାୟ ୧୪ଜଣଙ୍କ ମୃତ୍ୟୁ ହୋଇଥିଲା । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ମାତ୍ରାଧିକ ବିସ୍ଫୋରକ ସାମଗ୍ରୀ ଥିବା କାରଣରୁ ଏହି ବିସ୍ଫୋରଣ ହୋଇଥିଲା । ପ୍ରାୟ 10ରୁ ଅଧିକ ଫାୟାର ଟିମ୍, ପୋଲିସ ଟିମ୍ ଓ ମେଡିକାଲ ଟିମ୍ ସହ ଏକାଧିକ ଜରୁରୀ ବିଭାଗର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଭୟଙ୍କର ବିସ୍ଫୋରଣ ହେତୁ ଆତଙ୍କବାଦୀ ଆକ୍ରମଣ ନେଇ ଚର୍ଚ୍ଚା ହୋଇଥିଲା ।