ETV Bharat / international

Nepal landslides: ନେପାଳରେ ଭୟଙ୍କର ଭୁସ୍ଖଳନ, 17 ମୃତ, ଅନେକ ନିଖୋଜ

ପ୍ରବଳ ବର୍ଷା ପରେ ନେପାଳରେ ଭୁସ୍ଖଳନ (landslides in Nepal)। 17 ମୃତ, ଏକାଧିକ ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଅପରେସନ । ଅଧିକ ପଢନ୍ତୁ

author img

By

Published : Sep 17, 2022, 4:20 PM IST

Nepal landslides: ନେପାଳରେ ଭୁସ୍ଖଳନରେ 17 ମୃତ, 5  ନିଖୋଜ

କାଠମାଣ୍ଡୁ: ଗତକାଲି ରାତିରେ ନେପାଳରେ ହୋଇଥିବା ବ୍ୟାପକ ଭୂସ୍ଖଳନରେ (landslides in Nepal) 17 ଜଣ ପ୍ରାଣ ହରାଇଛନ୍ତି (several dead in Nepal landslides)। ଏବେ ମଧ୍ୟ 5 ଜଣ ନିଖୋଜ ରହିଥିବାରୁ ଏବେ ମଧ୍ୟ ଉଦ୍ଧାର ଅପରେସନକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି । ଗତକାଲି ନେପାଲର ଆଚମ ଜିଲ୍ଲାରେ ପ୍ରବଳ ବର୍ଷା ପରେ ରାତିରେ ଭୂସ୍ଖଳନ ହୋଇଛି । ଏଥିରେ ଜିଲ୍ଲାରେ ଏକାଧିକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ମୃତାହତ ନେଇ ଆଶଙ୍କା କରାଯାଉଥିବାବେଳେ, ଏବେ ସୁଦ୍ଧା 17 ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ରହିଛି । ଅନ୍ୟ ଏକ ସୂଚନା ଅନୁସାରେ, ଏବେ ମଧ୍ୟ ପ୍ରାୟ 5 ଜଣ ନିଖୋଜ ଥିବା ସୂଚନା ମିଳିଛି ।

ଶୁକ୍ରବାର ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବା ଫଳରେ ରାତିରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲାର କିଛି ସ୍ଥାନରେ ରାସ୍ତାଘାଟ, ଘର ଧୋଇଯାଇଛି । ଭୂସ୍ଖଳନରେ ମଧ୍ୟ ୟାତାୟତ ବାଧାପ୍ରାପ୍ତ ହୋଇଛି । ଏକାଧିକ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତକାଲି ଠାରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ, ଏମାନଙ୍କ ମଧ୍ୟରେ 3 ଗୁରୁତରଙ୍କ ସମେତ 11 ଜଣ ଆହତ ମଧ୍ୟ ରହିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏବେ ମଧ୍ୟ ପାଗରେ ସୁଧାର ଆସିନଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି ।

ନେପାଳ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ''ବର୍ତ୍ତମାନ ସୁଦ୍ଧା 17ଟି ମୃତଦେହ ଉଦ୍ଧାର ହୋଇ ସାରିଲାଣି (several dead in Nepal landslides) । ଏବେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିଛି । 11 ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଖୋଜଙ୍କୁ ଠାବ କରିବା ସହ ରାସ୍ତାଘାଟ, ଯୋଗାଯୋଗ ଓ ବିଜୁଳି ସରବରାହ ବ୍ୟବସ୍ଥା ସୁଧାରିବା ପାଇଁ ମଧ୍ୟ ଅପରେସନକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି । ଜିଲ୍ଲାରେ ଏକାଧିକ ଉଦ୍ଧରକାରୀ ଟିମ ଏହି ଅପରେସନରେ ମୁତୟନ କରାଯାଇଛନ୍ତି । ଏବେ ମଧ୍ୟ ପାଗରେ ସମ୍ପୂର୍ଣ୍ଣ ସୁଧାର ଆସି ପାରିନାହିଁ । କିଛି ସ୍ଥାନରେ ବର୍ଷା ଜାରି ରହିଥିବା ଯୋଗୁ ଉକ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରିବା ସହ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ନେପାଳ ସରକାର ଆଲର୍ଟ ମଧ୍ୟ ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.