ETV Bharat / international

Pak-Afghan Tension: ଆଫଗାନିସ୍ତାନ ସେନାର ଗୁଳି ମାଡରେ 6 ପାକ୍‌ ନାଗରିକ ମୃତ, 17 ଆହତ

author img

By

Published : Dec 12, 2022, 9:58 AM IST

ପାକିସ୍ତାନ ସୀମାରେ ଆଫଗାନିସ୍ତାନ ସେନା ପକ୍ଷରୁ ଗୁଳି ଚାଳନା । ଏଥିରେ 6 ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 17 ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

several dead in pakistan balochistan Afghanistan border forces firing
ପାକିସ୍ତାନ ସୀମାରେ ଆଫଗାନିସ୍ତାନ ସେନାର ଗୁଳି ଚାଳନା: 6 ମୃତ 17 ଆହତ

ଇସଲାମବାଦ: ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ ସେନାର ଆକ୍ରମଣରେ ପାକିସ୍ତାନ ବେଲୁଚିସ୍ତାନରେ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 17 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରବିବାର ସନ୍ଧ୍ୟାରେ ସ୍ପିନ-ବୋଲଡାକରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ରହିଛି ।

ଇଣ୍ଟର ସର୍ଭିସ ପବ୍ଲିକ ରିଲେସନସିପ (ଆଇଏସପିଆର) ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନର ସୀମାବଳ ବେଲୁସ୍ତାନର ଚାମନ ଜିଲ୍ଲାରେ ପ୍ରବେଶ କରି ଗୁଳି ବର୍ଷା କରିଥିଲା । ଯେଉଁଥିରେ ପ୍ରାୟ 6 ଜଣ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 17 ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନ ସୈନ୍ୟମାନେ ଆର୍ଟିଲାରି ଏବଂ ମୋର୍ଟାର ସମେତ ଭାରି ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ । ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାର ପାଲଟା ଜବାବ ଦେବାକୁ ଯାଇ ପାକିସ୍ତାନ ସୀମା ବାହିନୀ ମଧ୍ୟ ଗୁଳି ଚାଳନା କରିଛି । ଫଳରେ ପାକ-ଆଫଗାନିସ୍ତାନ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କ୍ରମାଗତ ଭାବରେ ଗୁଳି ବିନିମୟ ଯୋଗୁଁ ସୀମା ନିକଟବର୍ତ୍ତୀ ଲୋକେ ଆତଙ୍କିତ ଅଛନ୍ତି । ତେବେ ପାକିସ୍ତାନର ପାଲଟା ଆକ୍ରମଣରେ ଆଫଗାନିସ୍ତାନର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ତେବେ ଏହି ଘଟଣା ସମ୍ପର୍କରେ ପାକିସ୍ତାନ ବିବୃତ୍ତି ରଖି କହିଛି, "ଆଫଗାନିସ୍ତାନ ସୈନ୍ୟ ବିନା ଉଦ୍ଦେଶ୍ୟରେ ପାକିସ୍ତାନ ନାଗରିକଙ୍କ ଉପରେ ଗୁଳି ଚାଳନା କରିଥିଲା । ଆଗାମୀ ଦିନରେ ଏଭଳି ଆକ୍ରମଣକୁ ବରଦାସ୍ତ କରାଯିବନି।" ଦୁଇଦେଶ ସୀମା ବିବାଦ ପ୍ରସଙ୍ଗରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବ୍ବାନି ଖାର ଦୁଇ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଉଭୟ ଦେଶ ମଧ୍ୟରେ କ୍ରମାଗତ ଆକ୍ରମଣ ଚାଲୁଥିବାରୁ ଆଲୋଚନା ବିଫଳ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.