ETV Bharat / international

ଅଷ୍ଟ୍ରେଲିଆରେ ଓଲଟିଲା ବସ, ଚାଲିଗଲା 10 ଜୀବନ

author img

By

Published : Jun 12, 2023, 9:40 AM IST

ଅଷ୍ଟ୍ରେଲିଆର ହଣ୍ଟର ଭ୍ୟାଲିରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ବସ ଓଲଟି 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ବ ଆହତ । ଅଧିକ ପଢନ୍ତୁ

Australia bus accident
bus accident in Hunter Valley

କାନବେରା: ଧୁମଧାମରେ ବାହାଘର ହେଲା । ଭୋଜି ଭାତ ଖାଇ ବିବାହ ଉତ୍ସବରେ ସାମିଲ ହୋଇ ହସଖୁସିରେ ଫେରୁଥିଲେ । ଅଚାନକ ଘଟିଲା ଭୟଙ୍କର ସଡକ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ହଣ୍ଟର ଭ୍ୟାଲିରେ ଯାତ୍ରୀବାହୀ ବସ ଓଲଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ 50ରୁ ଅଧିକ ଯାତ୍ରୀ ଥିବା ସୂଚନା ରହିଛି । ଅନ୍ୟପଟେ 58 ବର୍ଷୀୟ ବସ ଡ୍ରାଇଭର ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।

ସ୍ଥାନୀୟ ସମୟ ଅନୁସାରେ, 11ଟା30ରେ ନ୍ୟାସନାଲ ହାଇୱେରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ବସଟି ରାସ୍ତାରେ ଓଲଟି ପଡିଥିଲା । ବସରେ 50ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 25ରୁ ଊର୍ଦ୍ଧ୍ବ ଆହତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଖବର ମିଳିବା ମାତ୍ରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ପୋଲିସ ତାର ଏକ ବିବୃତ୍ତିରେ କହିଛି କି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି 10ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରୁ 11ଜଣଙ୍କୁ ହେଲିକପ୍ଟରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ଛଡା ଅନ୍ୟ 18ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।

ପୋଲିସ କହିଛି, '' ଏହି ଦୁର୍ଘଟଣା ରାତି ପ୍ରାୟ 11ଟା 30 ସମୟରେ ହାେଇଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ତୁରନ୍ତ ଜରୁରୀକାଳୀନ ସେବା ପ୍ରଦାନ କରାଯାଇଥିଲା । ନ୍ୟୁ ହାଇୱେ ଏବଂ ଷ୍ଟ୍ରିଟ ଗୋଲଚକ୍କର ମଧ୍ୟରେ ଗାଡ ଚଳାଚଳ ବନ୍ଦ କରାଯାଇ ଉଦ୍ଧାର ଅଭିଯାନ ହୋଇଥିଲା । ରିପୋର୍ଟ ଅନୁସାରେ ବସ ଚାଳକକୁ ପୋଲିସ ଗିରଫ କରିଛି । ଆହତ ଯାତ୍ରୀଙ୍କୁ ହଣ୍ଟର ଭ୍ୟାଲିର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ...Sharad Pawar Death threat case: ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ

ଏହା ବି ପଢନ୍ତୁ...ଚାଲୁଥିଲା ପରେଡ ରିହର୍ସଲ, ୩୦ ଡିଗ୍ରୀ ତାପମାତ୍ରାରେ ଅଚେତ୍ ହୋଇଗଲେ ବ୍ରିଟିଶ ସୈନିକ

ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ ବସ ଦୁର୍ଘଟଣାରେ ଆଜି (ସୋମବାର) ଏକ ବିଶେଷଜ୍ଞ ଫରେନ୍ସିକ ପୋଲିସ ଓ ଘଟଣା ତଦନ୍ତକାରୀ ୟୁନିଟ ମାମଲାର ବିଶ୍ଲେଷଣ କରିବେ । ସିଡନୀ ମାର୍ନିଗ ହେରାଲ୍ଡ କହିଛନ୍ତି ଏହା ଏକ ଭୟାନକ ବସ ଦୁର୍ଘଟଣା । ତେବେ ଏତେ ବଡ ଦୁର୍ଘଟଣା କିପରି ଘଟିଲା ତାହା ତଦନ୍ତ ପରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.