ETV Bharat / international

ଭାରସାମ୍ୟ ହରାଇ ପାହାଡ ତଳକୁ ଖସିଲା ଯାତ୍ରୀବାହୀ ବସ, ୨୪ ମୃତ

author img

By

Published : Jan 29, 2023, 9:49 AM IST

ଉତ୍ତର ପଶ୍ଚିମ ପେରୁ ଲିମା ସହରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୬୦ ଜଣ ଯାତ୍ରୀକୁ ନେଇ ଲିମାରୁ ତୁମ୍ବେସ୍ ଅଭିମୁଖେ ଯାଉଥିବା ବେଳେ ପାହଡ ତଳକୁ ଖସିଲା ବସ । ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

peru bus accident
peru bus accident

ଲିମା: ପେରୁରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପାହାଡ ତଳକୁ ଖସିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା । ବସରେ ସମୁଦାୟ ୬୦ ଜଣ ଯାତ୍ରୀ ରହିଥିବା ବେଳେ ଶନିବାର ଦିନ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ଏନେଇ ପେରୁର ପରିବହନ ପର୍ଯ୍ୟବେକ୍ଷକ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଲିମାରୁ ତୁମ୍ବେସ୍ ଅଭିମୁଖେ ଯାଉଥିବା ବେଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ପେରୁର ପରିବହନ ପର୍ଯ୍ୟବେକ୍ଷକ ଏଜେନ୍ସିର କହିବା ଅନୁସାରେ, "ଶନିବାର ଉତ୍ତର ପେରୁରେ ଥିବା ଆଲ୍ଟୋ ଜିଲ୍ଲାର କମ୍ପାନୀ କ୍ୟୁ ଓରିୟଙ୍କାର ଏକ ବସ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଉତ୍ତର ପେରୁରେ ପାହାଡ ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ମୃତ୍ୟୁ ସଂଖ୍ୟା ୨୫ କୁହାଯାଉଥିଲେ ହେଁ ଏହା ପରବର୍ତ୍ତି ସମୟରେ ୨୪ ବୋଲି ସ୍ପଷ୍ଟକରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: Tripura Assembly Election: 40 ଜଣିଆ ଷ୍ଟାର କ୍ଯାମ୍ପେନର ତାଲିକା ଜାରି କଲା ବିଜେପି

ସ୍ଥାନୀୟ ପୋଲିସର କହିବା ଅନୁସାରେ, "ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ନିଜକୁ ବଞ୍ଚାଇବା ପାଇଁ ବସରୁ ଡେଇଁ ପଡିଥିଲେ । ତେବେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେତିର ବୋଲି ସୂଚନା ମିଳିଛି । ପେରୁରେ ହେତିୟାନଙ୍କ ସଂଖ୍ୟା ଦିନକି ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନେ ମୁଲ ଲାଗି ପେଟ ପୋଷିବା ପାଇଁ ପେରୁ ଚାଲି ଆସୁଛନ୍ତି । ଖବରପାଇ ସଙ୍ଗେସଙ୍ଗେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲିମାଠାରୁ ୧୦୦୦ କିଲୋମିଟର ଉତ୍ତରରେ ରିସର୍ଟ ଏଲ ଆଲ୍ଟୋ ଏବଂ ମାନକୋରାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

କହିରଖୁଛୁ ଯେ, ୨୦୨୧ ମସିହାରେ ମଧ୍ୟ ଅନୁରୂପ ଏକ ସଡକ ଦୁର୍ଘଟଣା ହୋଇଥିଲା । ଆଣ୍ଡେସ ପାହାଡରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୯ ଜଣ ଲୋକ ପ୍ରାଣ ହରାଇଥିଲେ । ଏହାପରେ ୨୦୨୨ ମସିହା ଫେବୃଆରୀ ମାସରେ ପେରୁରେ ୧୦୦ ଫୁଟ ତଳକୁ ଖସି ପଡିଥିଲା ଯାତ୍ରୀବାହୀ ବସ । ୨୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୩ରୁ ଅଧିକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.