ETV Bharat / international

ପାକିସ୍ତାନ ଥାନାରେ ଆତ୍ମଘାତୀ ବିସ୍ଫୋରଣ ! ୧୨ ପୋଲିସ ମୃତ

author img

By

Published : Apr 25, 2023, 8:15 AM IST

Updated : Apr 25, 2023, 9:18 AM IST

ପାକିସ୍ତାନ ଥାନାରେ ଭୟଙ୍କର ବିସ୍ଫୋରଣ । ୧୨ ଜଣ ପୋଲିସଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ । ଅଧିକ ପଢନ୍ତୁ

ପାକିସ୍ତାନ ଥାନାରେ ବୋମା ବିସ୍ଫୋରଣ
ପାକିସ୍ତାନ ଥାନାରେ ବୋମା ବିସ୍ଫୋରଣ

ଇସଲାମବାଦ: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଗତକାଲି(ସୋମବାର) ରାତିରେ ପାକିସ୍ତାନର ଗୋଟିଏ ଥାନାରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୨ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇଛି । ସ୍ବାତ୍ ଉପତ୍ୟାକାର କବାଲ ଥାନାରେ ଏହି ବିସ୍ଫୋରଣ ହୋଇଛି । ଉକ୍ତ ଥାନା ପରିସରରେ ଆତଙ୍କବାଦ ନିରୋଧି ବିଭାଗ (CTD) ସହ ଗୋଟିଏ ମସଜିଦ ରହିଥିଲା । ବିସ୍ଫୋରଣରେ କୋଠାଗୁଡିକ ଭୁଶୁଡି ପଡିଛି । ତେବେ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି ।

ଏହାମଧ୍ୟ ପଢନ୍ତୁ: Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ

ପାକିସ୍ତାନ ପୋଲିସ କହିଛି ଯେ, ଆତ୍ମଘାତୀ ଆକ୍ରମଣ ନେଇ କୌଣସି ପ୍ରମାଣ ମିଳିନାହିଁ । ବିସ୍ଫୋରଣ ହୋଇଥିବା ସ୍ଥାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଗଚ୍ଛିତ ଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବିସ୍ଫୋରଣ ହୋଇଥାଇପାରେ । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ କରାଯାଉଥିବା ପୋଲିସ କହିଛି । CTD ଅଧିକାରୀ ମଧ୍ୟ ଏହି ଘଟଣା ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ମନେ ହେଉନଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପ୍ରସିଦ୍ଧ ଲେଖକ ତାରିକ ଫତେହଙ୍କ ଦେହାନ୍ତ; ପାକିସ୍ତାନରେ ଜନ୍ମ, କିନ୍ତୁ ନିଜକୁ ହିନ୍ଦୁସ୍ତାନର ପୁଅ ବୋଲି କହୁଥିଲେ

ମିଳିଥିବା ସୂଚନା ଅନୁସାରେ, ଥାନା ଭିତରେ ଦୁଇଟି ବଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପଛରେ ଆତଙ୍କୀଙ୍କ ହାତ ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣର କାରଣ ଛାନଭିନ୍ କରୁଛନ୍ତି । କୋଠାଗୁଡିକ ଭୁଶୁଡି ପଡିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବା ଆତଙ୍କବାଦ ନିରୋଧି ବିଭାଗର ଡିଆଇଜି ଜଣାଇଛନ୍ତି । ଏହି ଅଘଟଣ ପରେ ସ୍ବାସ୍ଥ୍ୟ ବିଭାଗ ସ୍ବାତ୍ ହସ୍ପିଟାଲଗୁଡିକରେ ଜରୁରୀ ପରିସ୍ଥିତି ଜାରି କରିଛି ।

ଅନ୍ୟପଟେ ଜିଲ୍ଲା ପୋଲିସ ଅଧିକାରୀ(DPO) ଶାଫି ଉଲ୍ଲା ଗନ୍ଦାପୁର କବାଲ ଥାନା ବିସ୍ଫୋରଣକୁ ଆତ୍ମଘାତୀ ଆକ୍ରମଣ ବୋଲି ଦାବି କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହାକୁ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି । ଏନେଇ ସରିଫ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: PM Modi Kerala Visit: କୋଚିରେ ମୋଦିଙ୍କ ମେଗା ରୋଡ ଶୋ', ପାରମ୍ପରିକ ଧୋତିରେ ଆସିଲେ ନଜର

Last Updated : Apr 25, 2023, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.