ୱାଶିଂଟନ: ଆମେରିକା ସୁରକ୍ଷା ପ୍ରତି ଯିଏ ବିପଦ ସୃଷ୍ଟି କରିବା ତାକୁ ଖତମ କରିବାକୁ ପ୍ରସ୍ତୁତ ଆମେରିକା ସେନା । ଯେଉଁଠି ଲୁଚିଲେ ବି ତାକୁ ଖୋଜିଖୋଜି ନିପାତ କରିବାରକୁ ପଣ କରିଛନ୍ତି ଆମେରିକା ସେନା । ସୋମାଲିଆର ଉତ୍ତର ଆମେରିକାରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ହୋଇଥିଲା । ଏଥିରେ ଆମେରିକା ସେନା ଗୁଳିରେ ISIS ଲିଡର ବିଲାଲ ଅଲ ସୁଦାନି ସଫା ହୋଇଛି । ଏହାସହିତ 10 ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି । ସୁଦାନି ଦୀର୍ଘ ଦିନ ହେବ ଆମେରିକା ରାଡାରରେ ଥିଲା । ଏବେ ତାକୁ ନିପାତ କରିବାରେ ଆମେରିକା ସେନା ସଫଳ ହୋଇଥିବା ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୋୟର୍ଡ ଅଷ୍ଟିନ ।
![ଆମେରିକା ସେନା ଗୁଳିରେ ସଫା ISIS ଲିଡର](https://etvbharatimages.akamaized.net/etvbharat/prod-images/17591573_ani-20230126232113.jpg)
ଆମେରିକାକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ । ଯିଏ ଏପରି ଉଦ୍ୟମ କରିବ ତାର ଏହି ଅବସ୍ଥା ହେବ । ଆମେରିକା ସେନାର ଏହି ଅପରେସନରେ କୌଣସି ସାଧାରଣ ନାଗରିକଙ୍କର କ୍ଷତି ହୋଇନାହିଁ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଅପରେସନରେ ISIS ଲିଡର ବିଲାଲ ଅଲ ସୁଦାନି ସମେତ 10 ଜଣ ଆତଙ୍କୀ ସଫା ହୋଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମୁଖପାତ୍ର । ଜାନୁଆରୀରେ 25 ତାରିଖରେ ବାଇଡେନଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ସୋମାଲିଆରେ ଅପରେସନ କରିଥିଲା ଆମେରିକା ସେନା । ଘଞ୍ଚ ଜଙ୍ଗଲରେ ପଶି ବିଲାଲ ଅଲ ସୁଦାନିକୁ ଟଳାଇଛି କରିଛି ସେନା । ଆମେରିକା ସେନାର ଆକ୍ରମଣରେ ସୁଦାନି କ୍ୟାମ୍ପ ଛିନଛତର ହୋଇଛି । ପାହାଡ ଗୁମ୍ପାରେ ଲୁଚି ରହିଥିଲା ସୁଦାନି । ବିଲାଲ ଅଲ ସୁଦାନି ପୂର୍ବ ଆଫ୍ରିକାରେ ISISର ବିସ୍ତାର କରିବା ସହ ଅନ୍ୟ ଗତିବିଧି ଉପରେ ନଜର ରଖିଥିଲା । ଖାଲି ସେତିକି ନୁହେଁ ISIS ସଞ୍ଚାଳନ ପାଇଁ ପାଣ୍ଠି ଯୋଗାଡ କରୁଥିଲା ।
ଏହା ବି ପଢନ୍ତୁ...Russia Ukraine war: ୟୁକ୍ରେନରେ ଋଷର ମିସାଇଲ ମାଡ, 11 ମୃତ
ଆମେରିକା ପ୍ରତିରକ୍ଷା ସଚିବ ଲୋୟର୍ଡ ଅଷ୍ଟିନଙ୍କ କହିବା ଅନୁସାରେ ଆମେରିକା ନାଗରିକ ଓ ଏହାର ପଡୋଶୀ ରାଷ୍ଟ୍ର ନାଗରିକଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନେବା ଜରୁରୀ ଥିଲା । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।