ETV Bharat / international

ମାଟ୍ରିକ ପରୀକ୍ଷା ବେଳେ ସ୍କୁଲରେ ଗୁଳିକାଣ୍ଡ, ୮ ଶିକ୍ଷକ ମୃତ - ସ୍କୁଲ ଭିତରେ ୮ ଶିକ୍ଷକଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ଗୋଟିଏ ସ୍କୁଲରେ ଗୁଳିକାଣ୍ଡ ହୋଇଛି । ଏଥିରେ ୮ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ସ୍କୁଲ ଭିତରେ ୮ ଶିକ୍ଷକଙ୍କୁ ଗୁଳି କରି ହତ୍ୟା
ସ୍କୁଲ ଭିତରେ ୮ ଶିକ୍ଷକଙ୍କୁ ଗୁଳି କରି ହତ୍ୟା
author img

By

Published : May 5, 2023, 7:24 AM IST

Updated : May 5, 2023, 8:48 AM IST

ଇସଲାମବାଦ: ସ୍କୁଲ ଭିତରେ ବର୍ଷିଲା ଗୁଳି । ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ପାକିସ୍ତାନର ଗୋଟିଏ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଛି । ଏଥିରେ ୭ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ଖାଇବର ପାଖତୁନଖ୍ବା ସ୍ଥିତ ଗୋଟିଏ ସରକାରୀ ହାଇସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡ ସମୟରେ ଶିକ୍ଷକମାନେ ପରୀକ୍ଷା ଡ୍ୟୁଟି କରୁଥିଲେ । ଏତିକି ବେଳେ କିଛି ଆତତାୟୀ ସ୍କୁଲ ଷ୍ଟାଫରୁମ୍ ଭିତରେ ପଶି ଅତର୍କିତ ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୭ ଜଣ ଶିକ୍ଷକ ଆଖି ବୁଜିଥିବା ବେଳେ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କୁ ତାଙ୍କ କାର୍ ଭିତରେ ଗୁଳି କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ପାଖତୁନଖ୍ବା ଅପର କୁରମ ଅଞ୍ଚଳର ତାରି ମଙ୍ଗଲ ସରକାରୀ ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏପ୍ରିଲ ୨୮ରୁ ପାକିସ୍ତାନରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକମାନେ ପରୀକ୍ଷା ଡ୍ୟୁଟିରେ ଥିଲେ । ସେହି ସମୟରେ କିଛି ଅଜଣା ବନ୍ଧୁକଧାରୀ ଉକ୍ତ ସ୍କୁଲରେ ପହଞ୍ଚି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଘଟଣାସ୍ଥଳରେ ୭ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ମହମ୍ମଦ ଶରିଫ ନାମକ ଅନ୍ୟ ଜଣ ଶିକ୍ଷକ ନିଜ କାରରେ ଯାଉଥିବା ସମୟରେ ବାଟରେ ତାଙ୍କୁ ହତ୍ୟା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଗୁଳିକାଣ୍ଡର କାରଣ ଜଣାପଡି ନାହିଁ । ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ହସ୍ପିଟାଲ ଗୁଡିକରେ ଜରୁରୀ ପରିସ୍ଥିତି ଜାରି କରିଛି ।

ଏହାମଧ୍ୟ ପଢନ୍ତୁ: ଅନ୍ଧାରରେ ଝାଡ଼ଖଣ୍ଡର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ବହି ଯୋଗାଇ ଦେଉନାହାନ୍ତି ଓଡ଼ିଶା ସରକାର

ପୋଲିସ ମଧ୍ୟ ଆତତାୟୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନାହିଁ । ତେବେ ଆତତାୟୀ ଶିକ୍ଷକମାନଙ୍କୁ ଟାର୍ଗେଟ କରିବା ସମସ୍ତଙ୍କୁ ଚକିତ କରିଛି । ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ସ୍କୁଲ ଭିତରେ ଗୁଳିକାଣ୍ଡ ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ମୃତ ଶିକ୍ଷକଙ୍କ ପରିବାର ପ୍ରତି ସମବେଦନା ଜଣାଇ ଅପରାଧିଙ୍କୁ ଖୁବଶୀଘ୍ର ଦଣ୍ଡିତ କରାଯିବାକୁ ଆଶ୍ବସନା ଦେଇଛନ୍ତି । ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ଅସିଫ୍ ଅଲି ଜରଦାରି ମଧ୍ୟ ଶିକ୍ଷକଙ୍କ ଉପରେ ବର୍ବରତାକୁ ନିନ୍ଦା କରିଛନ୍ତି । ଏହା ଆତଙ୍କବାଦୀ ଆକ୍ରମଣ ହୋଇଥବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ହନିଟ୍ରାପରେ DRDOର ବରିଷ୍ଠ ବୈଜ୍ଞାନିକ: ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ତଥ୍ୟ, ବାନ୍ଧିଲା ATS

Last Updated : May 5, 2023, 8:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.