ETV Bharat / international

Russia's moon mission fail: ଋଷକୁ ବଡ଼ ଝଟକା, ଲ୍ୟାଣ୍ଡିଂର 24 ଘଣ୍ଟା ପୂର୍ବରୁ କ୍ରାସ୍‌ ହୋଇଗଲା ଲୁନା-25

author img

By

Published : Aug 20, 2023, 4:03 PM IST

ଚନ୍ଦ୍ର ଅଭିଯାନରେ ଋଷକୁ ବଡ ଝଟକା । ଲ୍ୟାଣ୍ଡିଂର 24 ଘଣ୍ଟା ପୂର୍ବରୁ ପୂର୍ବରୁ କ୍ରାସ ହୋଇଗଲା ଲୁନା-25 । ଆସନ୍ତାକାଲି କରିଥାନ୍ତା ଲ୍ୟାଣ୍ଡିଂ । ଗତକାଲିଠାରୁ ଦେଖାଯାଇଥିଲା ଯାନ୍ତ୍ରିକ ତ୍ରୁଟି । ଏବେ ଚନ୍ଦ୍ରଯାନ- 3 ସଫଳ ଲ୍ୟାଣ୍ଡିଂକୁ ନେଇ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

Russia's moon mission: ଋଷକୁ ବଡ ଝଟକା, ଲ୍ୟାଣ୍ଡିଂର 24 ଘଣ୍ଟା ପୂର୍ବରୁ ପୂର୍ବରୁ କ୍ରାସ ହୋଇଗଲା ଲୁନା-25

ହାଇଦ୍ରାବାଦ: ପ୍ରାୟ 5 ଦଶନ୍ଧି ପରେ ପୁଣି ଥରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ଋଷକୁ ବଡ଼ ଝଟକା ଲାଗିଛି । ଋଷ ପଠାଇଥିବା ବହୁଚର୍ଚ୍ଚିତ ଚନ୍ଦ୍ର ଉପଗ୍ରହ ‘ଲୁନା-25’ ଅବତରଣ କରିବାର ମାତ୍ର 24 ଘଣ୍ଟା ପୂର୍ବରୁ କ୍ରାସ ହୋଇଯାଇଛି । ଆସନ୍ତାକାଲି ସୁଦ୍ଧା ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଗତକାଲିଠାରୁ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏଥିରେ ସମାଧାନ କରି ଏହାକୁ ସଫଳ ଲ୍ୟାଣ୍ଡିଂ କରାଇବା ପାଇଁ ଋଷ ମହାକାଶ ଗବେଷଣା ସଂସ୍ଥାର ଆପ୍ରଣ ଚେଷ୍ଟା ବିଫଳ ହୋଇଛି । ଆଜି ପ୍ରାୟ ଅପରାହ୍ନରେ ଏହି ଉପଗ୍ରହଟି କ୍ରାସ ହୋଇ ଚନ୍ଦ୍ରପୃଷ୍ଠରେ ଖସି ପଡିଥିବା ସନ୍ଦେହ କରାଯାଉଛି । ଏହାର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ବୈଷୟିକ ସୂଚନା ଋଷ ମହାକାଶ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

ଅଗଷ୍ଟ ୨୧ ତାରିଖରେ ଦୀର୍ଘ ୪୭ ବର୍ଷ ପରେ ଋଷ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ମହାକାଶ ଯାନ ‘ଲୁନା-୨୫’ । ଲୁନା-୨୫ ଅଗଷ୍ଟ ଆସନ୍ତାକାଲି (୨୧ ତାରିଖରେ) ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଏହା ଗତକାଲି କକ୍ଷପଥ ପରିବର୍ତ୍ତନ କରି ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ନଜର ଆସିଥିବା ଋଷିଆର ମହାକାଶ ଗବେଷଣା ସଂସ୍ଥା ‘ରସକସମସ୍’ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାନ୍ତ୍ରିକ ତ୍ରୁଟିରେ ସମାଧାନ କରି ଏହାକୁ ସଫଳ ଲ୍ୟାଣ୍ଡିଂ କରାଯାଇବା ନେଇ ପ୍ରୟାସ ଜାରି ରହିଥିଲା । ହେଲେ ଆଜି ଏହା କ୍ରାସ ହୋଇଯାଇଛି ।

ଏହା ବି ପଢ଼ନ୍ତୁ: Luna-25: ଚନ୍ଦ୍ରରେ ଅବତରଣ ପୂର୍ବରୁ ଋଷିଆର ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି

ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ ନିର୍ଦ୍ଧାରିତ ସମୟରେ ଗୋଟିଏ ପରେ ଗୋଟିଏ ପ୍ରକ୍ରିୟା ସଫଳତାର ସହ ଅତିକ୍ରମ କରିବାରେ ଲାଗିଛି । ଏବେ ସୁଦ୍ଧା ଅନ୍ତିମ ପର୍ଯ୍ୟାୟ ଡିବୁଷ୍ଟିଂ (ପରିବେଗ ହ୍ରାସ ପ୍ରକ୍ରିୟା) ମଧ୍ୟ ସଫଳ ହୋଇସାରିଛି । ଆସନ୍ତା 23 ତାରିଖ (ବୁଧବାର) ସଂଧ୍ୟା 6ଟା 4 ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ନେଇ ଇସ୍ରୋ ସଦ୍ୟତମ ଆକଳନରେ ସ୍ପଷ୍ଟ କରିଛି । ତେବେ ଋଷର ମୁନ୍‌ ମିଶନ ଭାରତ ସହ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ମଧ୍ୟ ସମାପ୍ତ ହୋଇଛି ।

ଜୁଲାଇ-14 ତାରିଖରେ ଭାରତର ବହୁଚର୍ଚ୍ଚିତ 3ୟ ମୁନ୍‌ ମିଶନ ’ଚନ୍ଦ୍ରାୟନ-୩’ ଉତ୍‌କ୍ଷେପିତ ହେବା ପରେ ଚଳିତମାସ 11 ତାରିଖରେ ଋଷ ପ୍ରେରଣ କରିଥିଲା ଶକ୍ତିଶାଳୀ ‘ଲୁନା-25’ । ବିଶ୍ବ ଇତିହାସରେ ମହାକାଶକୁ ପ୍ରଥମ ମନୁଷ୍ୟ ପ୍ରେରଣ କରି ସଫଳତାର ସହ ପୃଥିବୀକୁ ଫେରାଇବାରେ ସକ୍ଷମ ହୋଇଥିବା ଋଷ ପ୍ରାୟ 5 ଦଶନ୍ଧି ବ୍ୟବଧାନରେ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା । ଋଷର ଭୋଷ୍ଟୋଚନି କସମୋଡ୍ରୋମରୁ ଲଞ୍ଚ ସେଣ୍ଟରରୁ ଲୁନା-25କୁ ଲଞ୍ଚ୍‌ କରାଯାଇଥିଲା । ଏହା ମାତ୍ର 6 ଦିନରେ ଲୁନାର ଅର୍ବିଟର ବା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା । ଭାରତୀୟ ଚନ୍ଦ୍ର ଉପଗ୍ରହ ଅବତରଣ କରିବାର ଦୁଇ ଦିନ ପୂର୍ବରୁ ଅର୍ଥାତ ଆସନ୍ତାକାଲି ଏହା ଲ୍ୟାଣ୍ଡିିଂ ମଧ୍ୟ କରିଥାଆନ୍ତା । ହେଲେ ଏହା ଆଜି କ୍ରାସ୍‌ ହେବା ସହ ଚନ୍ଦ୍ର ଅଭିଯାନରେ ଋଷକୁ ବଡ଼ ଝଟକା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.