ETV Bharat / international

Putin Suffered Heart Attack: ହୃଦଘାତର ଶିକାର ହେଲେ ପୁଟିନ ! ଜାଣନ୍ତୁ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା - ଅସୁସ୍ଥ ଅଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଅସୁସ୍ଥ ଅଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ହୃଦଘାତର ଶିକାର ହେବା ପରେ ଜାରି ରହିଛି ଚିକିତ୍ସା । ଅଧିକ ପଢନ୍ତୁ

vladimir putin
vladimir putin
author img

By ETV Bharat Odisha Team

Published : Oct 24, 2023, 4:48 PM IST

Updated : Oct 25, 2023, 2:47 PM IST

ମସ୍କୋ: ହୃଦଘାତର ଶିକାର ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ହୃଦଘାତର ଶିକାର ହେବା ପରେ ସେ ଘର ଚଟାଣରେ ଚେତାଶୂନ୍ୟ ପଡିଯାଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ଏକ ଡାକ୍ତରୀ ଟିମ ଋଷ ରାଷ୍ଟ୍ରପତିଙ୍କ ଚିକିତ୍ସା କରୁଛନ୍ତି । କିଛିଦିନ ହେବ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଖବର ସାମ୍ନାକୁ ଆସିଥିଲା। ଏହାରି ମଧ୍ୟରେ ସେ ହୃଦଘାତର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ପୁଟିନଙ୍କ ବାସଭବନରେ ଥିବା ସିକ୍ୟୁରିଟି ଗାର୍ଡ ପ୍ରଥମେ ତାଙ୍କୁ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲେ।

  • "Rumours about Russian President Vladimir Putin’s health are yet another canard. He is alright," Russian President's Spokesperson Dmitry Peskov confirms to media

    — ANI (@ANI) October 24, 2023 " class="align-text-top noRightClick twitterSection" data=" ">

ମସ୍କୋ ସମୟ ଅନୁଯାୟୀ ରାତି 9ଟା 5 ମିନିଟ ସମୟରେ ପୁଟିନଙ୍କ ରୁମରୁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏହାପରେ ରାଷ୍ଟ୍ରପତିଙ୍କ ବାସଭବନରେ ନିଯୋଜିତ ଥିବା ସୁରକ୍ଷାକର୍ମୀ ମାନେ ତାଙ୍କ କୋଠରୀରେ ପହଞ୍ଚିଥିଲେ। ସେମାନେ ଦେଖିବାକୁ ପାଇଥିଲେ ପୁଟିନ ଘରର ଚଟାଣରେ ପଡିରହିଥିଲେ। ତାଙ୍କ ପାଖରେ ଖାଦ୍ୟ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଡାକ୍ତରୀ ଟିମକୁ ଖବର ଦେବା ପରେ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ପୁଟିନଙ୍କ ଚେତା ଫେରିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ପ୍ରଥମେ ଏହି ଖବର ଏକ ଟେଲିଗ୍ରାମ ଗ୍ରୁପ୍ ଜେନେରାଲ୍ SVRଙ୍କ ଦ୍ୱାରା ସେୟାର କରାଯାଇଥିଲା।

ଫିଟନେସ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି ପୁଟିନ

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟସ 70 ବର୍ଷ। ସେ ଫିଟନେସ ଉପରେ ଅଧିକ ଧ୍ୟାନ ଦିଅନ୍ତି। ଫିଟ ରହିବାକୁ ସେ ପ୍ରତେକ ଦିନ ବ୍ୟାୟାମ କରନ୍ତି । ସେ ସୁଇମିଂ କରିବାକୁ ମଧ୍ୟ ବେଶ ପସନ୍ଦ କରନ୍ତି। ପୁଟିନ ଖାଦ୍ୟ ଖାଇବା ପୂର୍ବରୁ ପ୍ରଥମେ ଖାଦ୍ୟର ମାନ ଯାଞ୍ଚ କରାଯାଏ । ଯାହା ଦ୍ବାରା ଖାଦ୍ୟରେ ବିଷ ମିଶ୍ରିତ ହୋଇଛି କି ନାହିଁ ତାହା ଜଣାପଡିଥାଏ।

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କ ସହ ଫୋନରେ କଥାହେଲେ ପୁଟିନ: ଜି-20 ପାଇଁ ନିଜେ ଆସିବେନି, ପଠାଇବେ ପ୍ରତିନିଧି

ନିକଟରେ ଭାରତରେ ଜି 20 ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହେବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏହି ଶିଖର ବୈଠକରେ ପୁଟିନ ଅଂଶଗ୍ରହଣ କରିବେନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫେନରେ ଜଣାଇଥିଲେ । ସେ ପ୍ରତ୍ୟେକ୍ଷ ଅଂଶଗ୍ରହଣ ପାଇଁ ଦିଲ୍ଲୀ ଆସିବେ ନାହିଁ ବରଂ ଋଷ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ପ୍ରତିନିଧିତ୍ୱ କରିବେ ବୋଲି ପୁଟିନ ମୋଦିଙ୍କୁ ଅବଗତ କରିଥିଲେ ।

ଏପଟେ ପୁଟିନଙ୍କୁ ହାର୍ଟ ଆଟାକ୍ ଖବରକୁ ଖଣ୍ଡନ କରିଛି କ୍ରେମଲିନ୍ । ରାଷ୍ଟ୍ରପତି ପୁଟିନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ଏହି ଖବର ଏକ ଗୁଜବ ବୋଲି କହିଛନ୍ତି ରାଷ୍ଟ୍ରପତି ପୁନିଟଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ୍ । ଋଷ ମିଡିଆକୁ ଏହି ଖବର ଗୁଜବ ବୋଲି କହିଛନ୍ତି ଦିମିତ୍ରି ।

Last Updated : Oct 25, 2023, 2:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.