ETV Bharat / international

ବେଲାରୁଷର ମଧ୍ୟସ୍ଥି ପରେ ଋଷରେ ଥମିଲା ବିଦ୍ରୋହ; ପଛକୁ ହଟିଲେ ବିଦ୍ରୋହୀ - ପୁଟିନ ବନାମ ଯେଭେଜେନି ପ୍ରିଗୋଝିନ

ଋଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ ଥମିଛି । ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ଋଷରେ ଥମିଲା ବିଦ୍ରୋହ । ଅଧିକ ପଢନ୍ତୁ

Russia drops charges against Wagner
ଋଷରେ ଥମିଲା ବିଦ୍ରୋହ
author img

By

Published : Jun 25, 2023, 9:52 AM IST

Updated : Jun 25, 2023, 10:42 AM IST

ମସ୍କୋ: ଋଷରେ ଥମିଲା ବିଦ୍ରୋହ । ପୁଟିନଙ୍କ ଆଗରେ ମୁଣ୍ଡ ନୁଆଁଇଲା ୱାଗନର ଗ୍ରୁପ । ମସ୍କୋ ଦଖଲ ପାଇଁ ଅଭିଯାନରେ ବାହାରିଥିବା ୱାଗନର ଗ୍ରୁପ ବିଦ୍ରୋହ ବନ୍ଦ କରିଛି । ସୈନ୍ୟଙ୍କୁ ନେଇ ପଛକୁ ହଟିଛନ୍ତି ପ୍ରିଗୋଝିନ । ଋଷ ସରକାର ଓ ବିଦ୍ରୋହୀ ସେନା ମଧ୍ୟରେ ସମାଧାନ ହୋଇଛି । ୟୁକ୍ରେନ ବିରୋଧରେ ଦୀର୍ଘ 16 ମାସ ହେବ ଯୁଦ୍ଧ ଚଳାଇଥିବା ଋଷର ଟେନସନ ଦୂର ହୋଇଛି । ୱାଗନର ଗ୍ରୁପର ବିଦ୍ରୋହ ଯୋଗୁଁ ଅକଳରେ ପଡିଥିବା ଋଷ ପରିସ୍ଥିତି ଗୁରୁତର ହେବାରୁ ବର୍ତ୍ତିଯାଇଛି । ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହୀ ୱାଗନର ଗ୍ରୁପ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଛି ।

ଋଷର ଘରୋଇ ସେନା ଗ୍ରୁପ ୱାଗନର ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା । ବିଦ୍ରୋହୀ ସେନା ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇଥିଲା । ଫଳରେ ଋଷ ପ୍ରତି ସଙ୍କଟ ଘନାଉଥିବା ବେଳେ ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହ ବନ୍ଦ ହୋଇଛି । ୱାଗନର ଗ୍ରୁପ ମସ୍କୋ ଦଖଲ ଅଭିଯାନ ବନ୍ଦ କରି କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଛି । ସେପଟେ ବିଦ୍ରୋହ ବନ୍ଦ ହେବା ଯୋଗୁଁ ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି । ବେଲାରୁଷ ରାଷ୍ଟ୍ରପତି ଲୁକାଶେଙ୍କୋଙ୍କ ମଧ୍ୟସ୍ଥତାରେ ବୁଝାମଣା ପରେ ବିଦ୍ରୋହ ଆରମ୍ଭର 12 ଘଣ୍ଟା ମଧ୍ୟରେ ପଛକୁ ହଟିଛନ୍ତି ୱାଗନର ମୁଖ୍ୟ ପ୍ରିଗୋଝିନ ।

ନ୍ୟୁୟର୍କ ଟାଇମ୍ସ କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ଏସ ପେସକୋବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ''ୱାଗନର ମୁଖ୍ୟ ୟେଭେଗେନି ପ୍ରିଗୋଝିନ ବେଲାରୁଷ ଯିବେ । ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଋଷ ସେନା ମନ୍ତ୍ରଣାଳୟ ସହ ଅନୁବନ୍ଧ ଉପରେ ଚୁକ୍ତାନାମ କରିପାରିବେ । ବିଦ୍ରୋହରେ ବିରାମ ଲଗାଇବା ପାଇଁ ବେଲାଋଷ ରାଷ୍ଟ୍ରପତି ପ୍ରିଗୋଝିନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବେଲାଋଷ ବୈଦେଶିକ ମନ୍ତ୍ରଣାଳୟ ।

ୟୁଟର୍ଣ୍ଣ ନେଲା ୱାଗନର: ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଜିନ ଏକ ଟେଲିଗ୍ରାମ ଚ୍ୟାନେଲ ଜରିଆରେ କହିଛନ୍ତି, '' ରକ୍ତପାତ ହୋଇଥାନ୍ତା ତେଣୁ ଆମେ ଆମ କ୍ୟାମ୍ପରୁ ପ୍ରତ୍ୟାହାର କରୁଛୁ । ଯୋଜନା ଅନୁସାରେ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରୁଛୁ ।'' ୱାଗନର ମୁଖ୍ୟଙ୍କ ବୟାନର କିଛି ସମୟ ପରେ ରେସ୍ତୋଭ ସହରରେ ୱାଗନର ସୈନ୍ୟ ସହର ବାହାରକୁ ଯାଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଋଷରେ ଲାଗିଲା ମାର୍ଶଲ ଲ': ଉଲଂଘନକାରୀଙ୍କୁ ଜେଲଦଣ୍ଡ

ଏହା ବି ପଢନ୍ତୁ...ଘନେଇଲା ଯୁଦ୍ଧ ଆଶଙ୍କା, କେମିତି ଅଛି ଋଷର ସ୍ଥିତି ?

ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ଅନୁସାରେ ୱାଗନର ଗ୍ରୁପ ସୈନ୍ୟ ଶନିବାର ଦକ୍ଷିଣ ଓ ପଶ୍ଚିମ ଋଷର ରେସ୍ତୋଭରେ ସୈନ୍ୟ କ୍ୟାମ୍ପରୁ ପଛକୁ ହଟିଥିଲା । ୱାଗନର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଝିନ ପୂର୍ବରୁ ଏନେଇ କିଛି ଜଣାଇନଥିଲେ । ୱାଗରନ ଗ୍ରୁପର ବିଶ୍ବାସଘାତକତା ଯୋଗୁଁ ପୁଟିନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ୱାଗନର ଗ୍ରୁପକୁ ସାବାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୁଟିନ । ପିଠିରେ ଛୁରା ଭୁସିଥିବା ୱାଗନର ଗ୍ରୁପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରପତି ପୁଟିନ ହୁଙ୍କାର ଦେଇଥିଲେ । ଫଳରେ ଋଷରେ ଯୁଦ୍ଧ ଆଶଙ୍କା ଘନେଇଥିଲା । କ୍ରେମଲିନରେ କମ୍ପନ ହୋଇଥିଲା ମାତ୍ର ଏବେ ଋଷରେ ବିଦ୍ରୋହ ଥମିଛି ।

Last Updated : Jun 25, 2023, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.