ETV Bharat / international

ଯୁଦ୍ଧ ରଣନୀତି ପରିବର୍ତ୍ତନ କଲା ଋଷ, ଚିନ୍ତାରେ ୟୁକ୍ରେନ - ଜେନେରାଲ୍ ଭାଲେରୀ ଜେରାସିମୋଭ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ ପୁଣି ପରିବର୍ତ୍ତନ କଲା ରଣନୀତି । ୟୁକ୍ରେନକୁ ହାତେଇବା ପାଇଁ ତିନିମାସ ପରେ ପୁଣି ଫେରିଲେ ଜେନେରାଲ୍ ଭାଲେରୀ ଜେରାସିମୋଭ । ଅଧିକ ପଢ଼ନ୍ତୁ ।

ଦିନକୁ ଦିନ ବିଗିଡିବାରେ ଲାଗିଛି ଋଷ-ୟୁକ୍ରେନ ସ୍ଥିତି

author img

By

Published : Jan 12, 2023, 11:16 AM IST

ମସ୍କୋ: ଦିନକୁ ଦିନ ବିଗିଡିବାରେ ଲାଗିଛି ଋଷ-ୟୁକ୍ରେନ ସ୍ଥିତି । ଭୟଙ୍କର ହେବାରେ ଲାଗିଛି ପରିସ୍ଥିତି । ଯୁଦ୍ଧକୁ ବର୍ଷେ ପୂରିବାକୁ ଆଉ କେଇଟା ଦିନ ରହିଥିବା ବେଳେ ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଋଷ ପୁଣି ନିଜ ରଣନୀତି ପରିବର୍ତ୍ତନ କରିଛି । ୟୁକ୍ରେନକୁ ହାତେଇବା ପାଇଁ ତିନିମାସ ପରେ ପୁଣି ଫେରିଲେ ଜେନେରାଲ୍ ଭାଲେରୀ ଜେରାସିମୋଭ ।

ବୁଧବାର ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଋଷ ପୁନର୍ବାର ସର୍ବୋଚ୍ଚ କମାଣ୍ଡର ଭାଲେରୀ ଜେରାସିମୋଭଙ୍କୁ ୟୁକ୍ରେନର ଦାୟିତ୍ୱରେ ପ୍ରଦାନ କରିଛି । ଏହାସହ ମନ୍ତ୍ରଣାଳୟ କହିଛି ଯେ, ଜେନେରାଲ୍ ଭାଲେରୀ ଜେରାସିମୋଭଙ୍କୁ ଋଷର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ମୁଖ୍ୟ ଆର୍ମିର କମାଣ୍ଡର ଭାବରେ ନିଯୁକ୍ତ କରାଯାଇଛି । ଗତ ତିନିମାସ ଧରି ୟୁକ୍ରେନରେ ସେନାଧ୍ୟକ୍ଷ ଭାବେ ସରୋଜ ସୁରଭିକିନ କାର୍ଯ୍ୟ କରୁଥିବା ବେଳେ ଜେରାସିମୋଭଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ବିବୃତ୍ତି ଅନୁଯାୟୀ ସୁରଭିକିନ ଅନ୍ୟ ଦୁଇଜଣ ଜେନେରାଲ ଓଲେଗ ସାଲୁକୋଭ ଏବଂ ଆଲେକ୍ସାଇ କିମଙ୍କ ସହ କାମ କରିବେ ।

ମନ୍ତ୍ରଣାଳୟ କହିଛି ଯେ,‘‘ ନେତୃତ୍ୱ ସ୍ତରର ବୃଦ୍ଧି ହେଲେ, ସ୍ବତନ୍ତ୍ର ଅପରେସନର କାର୍ଯ୍ୟର ମାନକ ସମ୍ପ୍ରସାରଣ ଏବଂ ସୈନ୍ୟ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ କରାଯାଇପାରିବ । ଯାହା ଫଳ ସ୍ବରୂପ ସୈନ୍ୟ ବଳ ସହ ଆକ୍ରମଣାତ୍ମକ କ୍ଷମତାରେ ବୃଦ୍ଧି ଘଟିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ୨୦୨୩ରେ ଯୁଦ୍ଧ ଜିତିବା ନେଇ ଦମ୍ଭୋକ୍ତି ବାଢ଼ିବା ପରେ ଋଷର ଏକ ପ୍ରମୁଖ ଚ୍ୟାନେଲ ହରାଇବାର ମସ୍କୋ ସୈନ୍ୟମାନଙ୍କ କାର୍ଯ୍ୟଶୈଳୀ ଏବଂ ପ୍ରଦର୍ଶନୀ ଉପରେ ସନ୍ଦେହ ପ୍ରକାଶ କରିଥିଲା ।’’

ମେସେଜିଂ ଆପ୍ ଟେଲିଗ୍ରାମରେ ରାଇବର୍ କହିଛନ୍ତି ଯେ, ଉପାଦାନ ଗୁଡ଼ିକୁ ଘୁଞ୍ଚାଇବା ସାମଗ୍ରିକ ରାଶି ପରିବର୍ତ୍ତନ କରେ ନାହିଁ । ଏଗାର ମାସରେ ଧରି ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ମିରାକେଲ ହେବାନେଇ ଆଶା କରୁଛୁ । ତେବେ ଗତ ଅକ୍ଟୋବରରେ ଭେଟେରାନ ସୁରଭିକିନଙ୍କ ନେତୃତ୍ବରେ ୟୁକ୍ରେନରେ ଲଢ଼ାଯାଇଥିବା ଯୁଦ୍ଧରେ ଋଷର ସେନା ଅନେକ ଯୁଦ୍ଧକ୍ଷେତ୍ରରେ ପରାଜୟର ସମ୍ମୁଖୀନ ହୋଇଥିଲା । ଯାହା ଫଳରେ ଋଷ ପୁନର୍ବାର ସର୍ବୋଚ୍ଚ କମାଣ୍ଡର ଭାଲେରୀ ଜେରାସିମୋଭଙ୍କୁ ୟୁକ୍ରେନର ଦାୟିତ୍ୱରେ ପ୍ରଦାନ କରିଛି । ଜେରାସିମୋଭଙ୍କ ନେତୃତ୍ବରେ ଋଷର ସେନା ୟୁକ୍ରେନ ଜିତିବା ଲକ୍ଷ୍ୟରେ ଆକ୍ରମଣର ରଣନୀତିକ ପରିବର୍ତ୍ତନ ସଙ୍କେତ ଦେଇଛି । ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ପ୍ରୟୋଗ ତୀବ୍ରତର କରାଯିବ ବୋଲି କମାଣ୍ଡର ଭାଲେରୀ କହିଛନ୍ତି ।

ତେବେ ଜାନୁଆରୀ ୧୧ରେ ୟୁକ୍ରେନ ଜେନେରାଲ ଷ୍ଟାଫ୍ ଦାବି କରିଥିଲେ ଯେ ରୁଷ ପ୍ରାୟ ୪୯୦ ସୈନ୍ୟ ଯୁଦ୍ଧରେ ନିହତ ହୋଇଛନ୍ତି | ଏହାସହ ଆନୁମାନିକ ମୋଟ ଆହତ ଏବଂ ମୃତ୍ୟୁ ସଂଖ୍ୟା ପ୍ରାୟ ୧୧୩,୦୦୦ ସୈନ୍ୟକୁ ବୃଦ୍ଧି ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.