ETV Bharat / international

ପ୍ରଧାନମନ୍ତ୍ରୀ ହେବା ପରେ ଜେଲେନସ୍କିଙ୍କ ସହ କଥା ହେଲେ ଋଷି ସୁନକ

author img

By

Published : Oct 26, 2022, 9:03 AM IST

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଯୁଦ୍ଧଗ୍ରସ୍ତ ଦେଶକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ହେବା ପରେ ଜେଲେନସ୍କିଙ୍କ ସହ କଥା ହେଲେ ଋଷି ସୁନକ
ପ୍ରଧାନମନ୍ତ୍ରୀ ହେବା ପରେ ଜେଲେନସ୍କିଙ୍କ ସହ କଥା ହେଲେ ଋଷି ସୁନକ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହିତ କଥା ହୋଇଛନ୍ତି(Rishi Sunak speaks with Zelenskyy) । ଏହି ଅବସରରେ ସୁନକ ଦୀର୍ଘ ମାସ ହେଲାଣି ଯୁଦ୍ଧ ପୀଡିତ ୟୁକ୍ରେନବାସୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ଜେଲେନସ୍କିଙ୍କ ସହ କଥାବାର୍ତ୍ତା ପରେ ସୁନକ ଟ୍ବିଟ କରିଛନ୍ତି, ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବାର ସୌଭାଗ୍ୟ ମିଳିଲା । ବ୍ରିଟେନ ସର୍ବଦା ୟୁକ୍ରେନ ସହ ଛିଡା ହେବ ଓ ନିରନ୍ତନ ସମର୍ଥନ ଯୋଗାଇବ ।

  • A privilege to speak to the President of Ukraine @ZelenskyyUa this evening.

    Both he and the Ukrainian people can count on the UK's continued solidarity and support.

    We will always stand with Ukraine. pic.twitter.com/ycVr3K0DVS

    — Rishi Sunak (@RishiSunak) October 25, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଋଷିଆ ଓ ବ୍ରିଟେନ ସମ୍ପର୍କ ନେଇ କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ(Kremlin Spokesman Dmitry Peskov) ପ୍ରତିକ୍ରିୟା ରଖିଛନ୍ତି । ମୁଖପାତ୍ର କହିଛନ୍ତି, ''ସୁନକଙ୍କ ଅଧିନରେ ବର୍ତ୍ତମାନ ଓ ନିକଟ ଭବିଷ୍ୟତରେ ଋଷିଆ ବ୍ରିଟେନ ସହ ଉତ୍ତମ ସମ୍ପର୍କର କୌଣସି କାରଣ ଦେଖୁନାହିଁ ।''

ତେବେ ପୂର୍ବରୁ ମଧ୍ୟ ଋଷି ସୁନକ ୟୁକ୍ରେନକୁ ସ୍ବତନ୍ତ୍ରତା ଦିବସରେ ଏକ ପତ୍ର ଲେଖି ନିଜ ସମର୍ଥନ ଘୋଷଣା କରିଥିଲେ । ଏଥିରେ ସେ ଋଷିଆ ଆକ୍ରମଣ ବିରୁଦ୍ଧରେ ୟୁକ୍ରେନର ଦୃଢ ସାହସକୁ ପ୍ରଶଂସା କରିଥିଲେ । ଏହାସହିତ ଆଗାମୀ ଦିନରେ ଯୁଦ୍ଧ ଜାରି ରହିଲେ ବ୍ରିଟେନବାସୀ ସମସ୍ତ ପ୍ରକାର ସହଯୋଗ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରଥମ ସମ୍ବୋଧନରେ ଦେଶବାସୀଙ୍କ ସମର୍ଥନ ଲୋଡିଲେ ସୁନକ, କହିଲେ ଆର୍ଥିକ ସ୍ଥିରତା ପ୍ରାଥମିକତା

ସେହିପରି କିଭ୍ ପୋଷ୍ଟରେ ପ୍ରକାଶିତ ଏକ ପତ୍ରରେ ସୁନକ କହିଥିଲେ ଯେ, ''ସେ ୟୁକ୍ରେନର ଚିରକାଳ ମିତ୍ର ରହିବେ । ଯୁଦ୍ଧଗ୍ରସ୍ତ ଦେଶକୁ ଏକ ସମୃଦ୍ଧ, ମହତ୍ତ୍ବକାଂକ୍ଷୀ ଦେଶ ଭାବେ ପୁନଃନିର୍ମାଣରେ ସାହାଯ୍ୟ କରିବେ । ଯେଉଁ ସାହାସର ସହ ୟୁକ୍ରେନ ଆକ୍ରମଣର ମୁକାବିଲା କରୁଛି ତାହା ସମଗ୍ର ବିଶ୍ବରେ ଶାନ୍ତିପୂର୍ଣ୍ଣ ଏବଂ ସ୍ବାଧୀନତା ପ୍ରେମୀଙ୍କୁ ବାର୍ତ୍ତା ଦେଇଛି । ଆମେ ଦେଶରେ ଯାହା କିଛି ପରିବର୍ତ୍ତନ ଆସିଲେ ମଧ୍ୟ ବ୍ରିଟେନବାସୀ ସବୁବେଳେ ବଳିଷ୍ଠ ସହଯୋଗୀ ରହିବେ । ବ୍ରିଟେନ ୟୁକ୍ରେନକୁ ଖାଦ୍ୟ ଓ ଔଷଧ ଉପଲବ୍ଧତା ସୁନିଶ୍ଚିତ କରିବା ସହ ମାନବୀୟ ସହାୟତା ପ୍ରଦାନ କରିବ ।'' ତେବେ ସୁନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଲିଜ୍ ଟ୍ରସ୍ ମଧ୍ୟ ୟୁକ୍ରେନକୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଋଷିଆର ମୁକାବିଲା ପାଇଁ ବ୍ରିଟେନ ସୈନ୍ୟ ସହୟତା ପ୍ରଦାନ କରିବ ବୋଲି ଟ୍ରସ୍ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.