ETV Bharat / international

UK PM Race: ଓହରିଲେ ବୋରିସ ଜନସନ, ସୁନକଙ୍କ ରାସ୍ତା ସଫା

author img

By

Published : Oct 24, 2022, 12:46 PM IST

ବ୍ରିଟେନ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରି ଯାଇଛନ୍ତି । ଫଳରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ରାସ୍ତା ସଫା ହୋଇଛି । ଅଧିକ ପଢନ୍ତୁ

UK PM Race
ଓହରିଲେ ବୋରିସ ଜନସନ, ସୁନକ୍‌ଙ୍କ ରାସ୍ତା ସଫା

ଲଣ୍ଡନ: ବ୍ରିଟେନରେ ରାଜନୈତିକ ସଙ୍କଟ ଜାରି ରହିଛି । ଦାୟିତ୍ବ ନେବାର 45 ଦିନ ପରେ ପ୍ରଧାନମନ୍ତ୍ରୀ ପଦରୁ ଲିଜ ଟ୍ରସ ଇସ୍ତଫା ଦେବା ପରେ କିଏ ହେବ ବ୍ରିଟେନ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଦ୍ବିମୁଖୀ ଲଢେଇ ନା ତ୍ରିମୁଖୀ ଲଢେଇ ହେବ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ବ୍ରିଟେନ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରି ଯାଇଛନ୍ତି । ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ସେ ମନା କରି ଦେଇଛନ୍ତି । ୟୁକେ ରିପୋର୍ଟରୁ ଏହି ସୂଚନା ମିଳିଛି । ଜନସନଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ରାସ୍ତା ସହଜ ହୋଇଛି । ବିଜୟର ନିକଟତର ହୋଇଛନ୍ତି ଋଷି ସୁନକ । ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବ୍ରିଟେନ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପେନ୍ନୀ ମୋର୍ଡାଣ୍ଟଙ୍କ ସହ ସୁନକଙ୍କ ଲଢେଇ ହେବ । ସୁନକଙ୍କୁ 128 ସାଂସଦଙ୍କ ସମର୍ଥନ ରହିଛି । ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ କିଏ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବ ।

ବୋରିସ ଜନସନ ଏକ ବିବୃତ୍ତି ଜାରି କରି କହିଛନ୍ତି କି, ‘‘ତାଙ୍କ ପାଖରେ ଆଗକୁ ବଢିବାକୁ ଆବଶ୍ୟକୀୟ ସାଂସଦଙ୍କ ସମର୍ଥନ ଅଛି ମାତ୍ର ତାଙ୍କ ଆଗରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ଋଷ ସୁନକଙ୍କ ତୁଳନାରେ କମ ରହିଛି । କଞ୍ଜରଭେଟିଭ ଦଳର ସାଂସଦଙ୍କ ସହ ନିର୍ବାଚନରେ ସଫଳ ହେବାର ସମ୍ଭାବନା ରହିଛି । ମାତ୍ର ଏହା କରିବା ଠିକ ହେବ ନାହିଁ । ବିଗତ କିଛି ଦିନ ହେବ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ଆପଣ ସେବେ ଯାଏଁ ପ୍ରଭାବୀ ଢଙ୍ଗରେ ଶାସନ କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ସାଂସଦଙ୍କର ଏକ ସଂଯୁକ୍ତ ଦଳ ନ ରହିଛି ।’’

ମିଳିଥିବା ରିପୋର୍ଟ ଅନୁସାରେ ଏହା ଦାବି ହୋଇଛି ଏଥର ସୁନକ କଞ୍ଜରଭେଟିଭ ଦଳର 128 ସାଂସଦଙ୍କ ସମର୍ଥନ ପାଇଛନ୍ତି । ଯାହା ପିଏମ ହେବା ପାଇଁ 100ରୁ ବହୁତ ଅଧିକ । ବୋଲିସ ଜନସନଙ୍କୁ 100 ସାଂସଦଙ୍କ ସମର୍ଥନ ମିଳିନାହିଁ । ତେଣୁ ଋଷ ସୁନକଙ୍କ ବିଜୟ ଏକ ପ୍ରକାର ସ୍ପଷ୍ଟ ହୋଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଋଷି ସୁନକ କହିଛନ୍ତି ବ୍ରିଟେନ ଏକ ମହାନ ଦେଶ । ଏହାର ଅର୍ଥନୀତିକୁ ସଜାଡିବାକୁ ଚାହେଁ । ବର୍ତ୍ତମାନ ଆମ ଆଗରେ ଅନେକ ବଡ ଚ୍ୟାଲେଞ୍ଜ ରହିଛି । 2019 ନିର୍ବାଚନରେ କଞ୍ଜରଭେଟିଭ ପାର୍ଟି ଇସ୍ତାହାରରେ ରହିଥିବା ପ୍ରତିଶ୍ରୁତିକୁ ପାଳନ କରିବି ବୋଲି କହିଛନ୍ତି ଋଷି ସୁନକ ।

ଏହା ବି ପଢନ୍ତୁ...UK PM crisis: ସଙ୍କଟରେ ଲିଜ ଟ୍ରସଙ୍କ ଗାଦି, କମବ୍ୟାକ କରିବେ କି ସୁନକ

ଏହା ବି ପଢନ୍ତୁ...ଇଟାଲୀ ପାଇଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଶପଥ ନେଲେ ମେଲୋନି

ଗତ ଜୁଲାଇରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ ଇସ୍ତଫା ଦେଇଥିଲେ । ଏହାପରେ ଋଷି ସୁନକଙ୍କ ହରାଇ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ । ମାତ୍ର ବଜେଟକୁ ନେଇ ଜନଆକ୍ରୋଶର ଶିକାର ହେବା ସହ ପ୍ରତିଶ୍ରୁତି ପାଳନରେ ଖିଲାପ ଯୋଗୁଁ ସେ ପ୍ରଧାନମନ୍ତ୍ରୀ ହେବାର ମାତ୍ର ୪୫ ଦିନରେ ଇସ୍ତଫା ଦେଇଥିଲେ ଲିଜ ଟ୍ରସ । ସେପ୍ଟେମ୍ବର 6 ତାରିଖରେ ବ୍ରିଟିଶ 16ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାଂସଦ ଋଷି ସୁନକଙ୍କୁ 20 ହଜାରରୁ ଅଧିକ ଭୋଟରେ ହରାଇ ପିଏମ ଗାଦି ଅକ୍ତିଆର କରିଥିଲେ 47 ବର୍ଷୀୟ ଲିଜ ଟ୍ରସ । ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନରେ ବସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.