ETV Bharat / international

Sri Lanka Crisis: ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ - ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ନେଲେ ରାନିଲ ବିକ୍ରମସିଂଘେ

ଶ୍ରୀଲଙ୍କାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ରାନିଲ ବିକ୍ରମସିଂଘେ । ସୁପ୍ରିମକୋର୍ଟଙ୍କ ଚିଫ୍‌ ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଅଧିକ ପଢ଼ନ୍ତୁ

Sri Lanka Crisis: ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ରାନିଲ ବିକ୍ରମସିଂଘେ

author img

By

Published : Jul 15, 2022, 3:37 PM IST

କଲମ୍ବୋ: ଶ୍ରୀଲଙ୍କାର ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ ରାନିଲ ବିକ୍ରମସିଂଘେ । ସୁପ୍ରିମକୋର୍ଟଙ୍କ ଚିଫ୍‌ ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦେଇଥିବା ନେଇ ବାଚସ୍ପତି ମହିନ୍ଦା ୟାପା ଆବେୱର୍ଦ୍ଦନାଙ୍କ ବିଧିବଦ୍ଧ ଘୋଷଣା ପରେ ଶପଥ ଗ୍ରହଣ କରିଛନ୍ତି ବିକ୍ରମସିଂଘେ ।

ଏହାକୁ ନେଇ ଶ୍ରୀଲଙ୍କା ବାଚସ୍ପତି କହିଛନ୍ତି ଯେ, "ଏଭଳି ସଙ୍କଟ ସ୍ଥିତିରେ ପ୍ରତ୍ୟେକ ରାଜନୈତିକ ଏକ ହୋଇ କାର୍ଯ୍ୟ କରିବାର ସମୟ ଆସିଛି । ଏକ ପୂରାତନ ଗଣତନ୍ତ୍ରର ରକ୍ଷା କରିବା ପାଇଁ ସ୍ବାର୍ଥ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିଲେ ଏହି ସଙ୍କଟରୁ ନିସ୍ତାର ସମ୍ଭବ ହୋଇ ପାରିବ ।"

ଜୁଲାଇ ୧୬ ତାରିଖରେ ପୂର୍ଣ୍ଣକାଳୀନ ରାଷ୍ଟ୍ରପତି ନୋମିନେସନ ହେବ । ୨୨୫ ସାଂସଦ ମିଶି ଆଗାମୀ ଦିନରେ ଶ୍ରୀଲଙ୍କାର ରାଷ୍ଟ୍ରପତି ବାଛିବେ । ଗୋଟାବାୟା ଇ-ମେଲ୍‌ ଜରିଆରେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସିଙ୍ଗାପୁରରେ ପହଞ୍ଚିବାର କିଛି କ୍ଷଣ ମଧ୍ୟରେ ସେ ଇସ୍ତଫା ପ୍ରଦାନ କରିଛନ୍ତି । ଆର୍ଥିକ ସଙ୍କଟ ନେଇ ଦୀର୍ଘ ଦିନ ହେଲା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଆସୁଥିଲେ ଆନ୍ଦୋଳନକାରୀ । ଜୀବନ ଭୟରେ ଦେଶରୁ ପଳାୟନ କରି ମାଳଦ୍ବୀପରେ ପହଞ୍ଚିଥିଲେ ଗୋଟାବାୟା ରାଜପକ୍ଷ । ଏହାପରେ ସେଠାରୁ ସିଙ୍ଗାପୁର ଗସ୍ତ କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.