ETV Bharat / international

Rahul Gandhi US Tour: ଆମେରିକାରୁ ରାହୁଲଙ୍କ ଟାର୍ଗେଟ, କହିଲେ ମୋଦିଙ୍କୁ ଲାଗେ ସେ ସବୁ ଜାଣନ୍ତି

ରାହୁଲ ଗାନ୍ଧୀ ମଙ୍ଗଳବାର ଠାରୁ ଆମେରିକା ଗସ୍ତ କରିଛନ୍ତି । ବିଦେଶରେ ପହଞ୍ଚିବା କ୍ଷଣି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ

author img

By

Published : May 31, 2023, 10:09 AM IST

Updated : May 31, 2023, 3:19 PM IST

Rahul Gandhi US Tour
Rahul Gandhi US Tour
Rahul Gandhi US Tour

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଠାରୁ ୧୦ ଦିନିଆ ଆମେରିକା ଗସ୍ତ କରିଛନ୍ତି । ମଙ୍ଗଳବାର ରାତିରେ ରାହୁଲ ଆମେରିକା ସାନ ଫ୍ରାନ୍ସିସକୋ ଠାରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା ତାଙ୍କୁ ସ୍ବାଗତ କରିଛନ୍ତି । ନିଜର ଗସ୍ତ କାଳରେ ରାହୁଲ ସାନ ଫ୍ରାନ୍ସିସକୋ, ୱାଶିଂଟନ ଡିସି ଏବଂ ନ୍ୟୁୟର୍କ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନେତା ଆମେରିକାରେ ପହଞ୍ଚିବା ପରେ କାର୍ଲିଫର୍ଣ୍ଣିଆ ୟୁନିଭରସିଟି ଯାଇ ଶିକ୍ଷାବିତ୍, ସମାଜିକ କର୍ମୀ ଓ ନାଗରିକ ସମାଜ ସହ ବାର୍ତ୍ତାଳାପ କରିଛନ୍ତି । ତେବେ ଏହି ୧୦ ଦିନିଆ ଗସ୍ତ ମଧ୍ୟରେ ସେ କେତେକ ରାଜନେତା, ପ୍ରବାସୀ ଭାରତୀୟ, ଉଦ୍ୟୋଗୀ, ପୁଞ୍ଜିପତି ଓ ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବାର ମଧ୍ୟ ରହିଛି ।

ରାହୁଲ ସାନ ଫ୍ରାନ୍ସିସକୋରେ ପହଞ୍ଚିବା ପରେ ଆଜି (ବୁଧବାର) ସକାଳେ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୁଣିଥରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି ଯେ, ଭାରତରେ କିଛି ଲୋକଙ୍କୁ ଲାଗୁଛି ସେ ସବୁ ଜାଣନ୍ତି । ଏମିତିକି ଭଗବାନଙ୍କୁ ମଧ୍ୟ ଶିକ୍ଷା ଦେଇପାରିବେ ବୋଲି ଭାବୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ । ଯଦି ମୋଦିଙ୍କୁ ଭଗବାନଙ୍କ ସାମ୍ନାରେ ବସାଇ ଦିଆଯିବ ତାହାହେଲେ ବ୍ରହ୍ମାଣ୍ଡ କେମିତି ଚଳାଇବେ ତାହା ଇଶ୍ବରଙ୍କୁ ବି ଶିଖାଇ ଦେବେ ।

ଏହାସହିତ କଂଗ୍ରେସ ନେତା ନୂଆ ସଂସଦ ଭବନ ସମ୍ପର୍କରେ ମଧ୍ୟ କହିଛନ୍ତି । ସଂସଦ ଭବନକୁ ପରିବର୍ତ୍ତନ କରିବାର ଆବଶ୍ୟକତା ନଥିଲା । ଆଜି ଭାରତରେ ମୁସଲିମ, ଦଳିତ, ଖ୍ରୀଷ୍ଟିଆନ ଓ ଶିଖ୍ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେବେ ଘୃଣାକୁ ଘୃଣାରେ ନୁହେଁ, ପ୍ରେମ ସାହାଯ୍ୟରେ ଦୂର କରାଯାଇ ପାରିବ ବୋଲି କହିଛନ୍ତି । ରାହୁଲ ବିଦେଶ ମାଟିରେ ପୁଣିଥରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଗୁଡିକୁ ବିରୋଧି ଦଳ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଛି । ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ କାର୍ଯ୍ୟାନୁଷ୍ଠାନ ହେଉଛି ।

ପ୍ରକାଶଥାଉ କି, ଆମେରିକା ଗସ୍ତ ସମୟରେ ରାହୁଲ ଏହି ସପ୍ତାହ ଯାକ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଜୁନ ୪ ତାରିଖରେ ସେ ନ୍ୟୁୟର୍କ ସ୍ଥିତ ମାଡିସନ ସ୍କୋୟାର ଗାର୍ଡେନରେ ପ୍ରବାସ ଭାରତୀୟଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ଭାରତୀୟ ସାମିଲ ହେବେ ବୋଲି କୁହାଯାଉଛି । ସେହିପରି ସାନ ଫ୍ରାନ୍ସିସକୋ ସ୍ଥିତ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ଏହାପରେ ୱାଶିଂଟନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଏବଂ ସାଂସଦ ଓ ଥିଙ୍କ ଟ୍ୟାଙ୍କ ସହର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ମାର୍ଚ୍ଚରେ ରାହୁଲଙ୍କ ଲଣ୍ଡନ ଯାତ୍ରା ବେଶ୍ ବିବାଦରେ ରହିଥିଲା । ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଗଣତନ୍ତ୍ର ଓ ସଂଖ୍ୟାଲଘୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଏବେ ଆମେରିକା ଗସ୍ତ ସମୟରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ।

Last Updated : May 31, 2023, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.