ETV Bharat / international

FIFA World Cup: ଜାକିର ନାୟକକୁ ନିମନ୍ତ୍ରଣ କରାଯାଇନଥିବା ସ୍ପଷ୍ଟ କଲା କତାର

author img

By

Published : Nov 24, 2022, 9:45 PM IST

ଫିଫା ଓ୍ବାର୍ଲ୍ଡ କପକୁ ଜାକିର ନାୟକକୁ ନିମନ୍ତ୍ରଣ କରିନଥିଲା କତାର (Qatar conveyed no invitation to Zakir Naik) । ଭାରତର ପ୍ରଶ୍ନରେ ରଖିଲା ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ

FIFA World Cup: ଜାକିର ନାୟକକୁ ନିମନ୍ତ୍ରଣ କରାଯାଇନଥିବା ସ୍ପଷ୍ଟ କଲା କତାର
FIFA World Cup: ଜାକିର ନାୟକକୁ ନିମନ୍ତ୍ରଣ କରାଯାଇନଥିବା ସ୍ପଷ୍ଟ କଲା କତାର

ହାଇଦ୍ରାବାଦ: କତାରରେ ଆୟୋଜିତ ଫିଫା ବିଶ୍ବକପରେ ଭାରତରୁ ପଳାୟନ କରିିଥିବା ଜାକିର ନାଏକକୁ କରାଯାଇ ନଥିଲା ନିମନ୍ତ୍ରଣ । ଏ ନେଇ ଆୟୋଜକ କତାର ସ୍ପଷ୍ଟ କରିଥିବା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି (Zakir Naik in FIFA World Cup)। ଫିଫା ବିଶ୍ବକପରେ ଜାକିରକୁ ନିମନ୍ତ୍ରଣ କରାଯାଇଥିବା ଖବର ଚର୍ଚ୍ଚାକୁ ଆସିଥିଲା । ପରେ ଭାରତ ପକ୍ଷରୁ ଘଟଣା ନେଇ ଦୋହାକୁ ସ୍ପଷ୍ଟୀକରଣ ମଗାଯାଇଥିଲ (Qatar conveyed no invitation to Zakir Naik) ।

  • Supreme Court reads the files related to the appointment of former IAS officer Arun Goel as the new Election Commissioner last week and questions the Centre about the fast-tracked clearance of files. pic.twitter.com/OUrbTzzT4S

    — ANI (@ANI) November 24, 2022 " class="align-text-top noRightClick twitterSection" data=" ">

ଆଜି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି, ନିୟମିତ ସପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବାକି କତାରରେ ଫିଫା ବିଶ୍ବକପର ଆୟୋଜନ ଚାଲିଛି । କତାର ହିଁ ଜାକିର ନାଏକକୁ ନିମନ୍ତ୍ରଣ କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ପରେ ଏହି ପ୍ରସଙ୍ଗରେ କତାର ସରକାରଙ୍କ ସହ ଯୋଗାଯୋଗ କରିବା ସହ ଘଟଣାରେ ସ୍ପଷ୍ଟୀକରଣ ମାଗିଥିଲା ଭାରତ । ସେହିପରି ଜାକିର ଭାରତ ଛାଡି ମାଲେସିଆରେ ରହୁଥିବା ଜାକିରକୁ ଭାରତ ପ୍ରତ୍ୟର୍ପଣ କରିବା ପାଇଁ ମଧ୍ୟ ଦୁଇ ପାକ୍ଷିକ ଆଲୋଚନା ଜାରି ରହିଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ।

ଭାରତରେ ମନିଲଣ୍ଡ୍ରିଂ ଓ ହେଟସ୍ପିଚ୍‌ ମାମଲାରେ ଅଭିଯୁକ୍ତ ରହିଛି ଜାକିର । ତେବେ ସେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରାଡାର ପରିସରକୁ ଆସିବା ପରେ 2016 ରେ ଦେଶ ଛାଡି ମାଲେସିଆ ପଳାୟନ କରିଥିଲେ । ସେବେଠାରୁ ସେ ମାଲେସିଆରେ ରହଆସୁଥିବା ବେଳେ ଭାରତ ପକ୍ଷରୁ ତାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସମସ୍ତ କୂଟନୈତିକ ଆଲୋଚନା ଜାରି ରଖିଛି । ସେହିପରି ନାଏକଙ୍କ ଦ୍ବାରା ପ୍ରତିଷ୍ଠିତ ବିଦ୍ୟାଳୟକୁ ମଧ୍ୟ ସ୍ଥାନୀୟ ପ୍ରଶାସନ ଭାଙ୍ଗିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.