ETV Bharat / international

ପୁଟିନଙ୍କ ଚେତବନୀ, କହିଲେ NATO ଋଷ ସହ ଯୁଦ୍ଧ କଲେ ପରିଣାମ ଭୋଗିବ ବିଶ୍ୱ

ୟୁକ୍ରେନ୍‌ ଉପରେ ଗତ ୮ ମାସ ହେଲା ରଷ୍‌ର ଆକ୍ରମଣ ଜାରି ରହିଛି । ପୁଟିନ୍‌ ଏକ ଭିଡିଓ ପ୍ରେସ୍‌ ବାର୍ତ୍ତା ଜାରି କରିଛନ୍ତି । ନାଟୋ ସହ ସିଧାସଳଖ ଯୁଦ୍ଧ ହେଲେ ବିଶ୍ବ ପାଇଁ ବିପର୍ଯ୍ୟୟ ହେବ ବୋଲି ସେ କହିଛନ୍ତି (Puting slightly soften for Ukraine)। ଅଧିକ ପଢ଼ନ୍ତୁ

author img

By

Published : Oct 14, 2022, 9:12 PM IST

Putin said any direct clash of NATO troops with Russia would lead to a global catastrophe
ନାଟୋକୁ ନେଇ ପୁଟିନଙ୍କ ଚେତବନୀ, କହିଲେ ଯୁଦ୍ଧ ହେଲେ ବିଶ୍ବ ପାଇଁ ଆଣିବ ବିପର୍ଯ୍ୟୟ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଗତ ୮ ମାସ ହେଲା ଋଷ୍‌ର ଆକ୍ରମଣ ଜାରି ରହିଛି । ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁବେଳେ କଠୋର ଆଭିମୁଖ୍ୟ ରହି ଆସିଛି । ଆଜି ପୁଣି ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ପୁଟିନ୍‌ ଏକ ଭିଡିଓ ପ୍ରେସ୍‌ ବାର୍ତ୍ତା ଜାରି କରିଛନ୍ତି । ଆଜିର ବାର୍ତ୍ତାରେ ୟୁକ୍ରେନ୍‌କୁ ନେଇ ସାମାନ୍ୟ ନରମ ଶବ୍ଦର ବ୍ୟବହାର କରିଥିବା ବେଳେ ନାଟୋକୁ ନେଇ କଠୋର ରହିଛନ୍ତି । ନାଟୋ ସହ ସିଧାସଳଖ ଯୁଦ୍ଧ ହେଲେ ବିଶ୍ବ ପାଇଁ ବିପର୍ଯ୍ୟୟ ହେବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ୟୁକ୍ରେନ୍‌ ଉପରେ କୌଣସି ବଡ଼ ମିସାଇଲ ଆକ୍ରମଣ କରିବ ନାହିଁ ଋଷ (Puting slightly soften for Ukraine)। ଯେଉଁ ସବୁ ବଡ଼ସ୍ଥାନକୁ ଟାର୍ଗେଟରେ ରହିଥିଲା, ସେହି ସବୁ ସ୍ଥାନରେ ଆକ୍ରମଣ ହୋଇ ସାରିଛି । କ୍ରେମଲିନ ଅଞ୍ଚଳକୁ ନିଜ ପାଖରେ ରଖିବା ସହ ୟୁକ୍ରେନ୍‌ ସହ ଆଲୋଚନା କରିବାକୁ ନେଇ ପରୋକ୍ଷ ଭାବରେ କହିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ବଜାୟ ରଖିବା ସହ ୟୁକ୍ରେନ ଯଦି ଆଲୋଚନା କରିବାକୁ ଚାହିଁବ ତେବେ ଋଷ୍‌ ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପୁଟିନ ।

ଗତ ୮ ମାସ ହେଲା ୟୁକ୍ରେନ୍‌ ଉପରେ ଋଷ୍‌ର ଘନଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସେନାକୁ ବାରମ୍ବାର ପରାଜୟବରଣ କରିବାକୁ ପଡ଼ିଛି । ତେବେ କ୍ରିମିଆକୁ ହାତେଇବାକୁ ଯାଇ ଋଷ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ୍‌କୁ ନଷ୍ଟ କରିଛି ୟୁକ୍ରେନ୍‌ ବୋଲି କହିଛନ୍ତି ପୁଟିନ ।

ଆଜି ପ୍ରେସ୍‌ ବାର୍ତ୍ତା ଜାରି କରି ପୁଟିନ୍‌ କହିଛନ୍ତି, "କ୍ରେମଲିନ୍‌କୁ ହାତରେ ରଖି ଋଷ୍‌ ଯେକୌଣସି ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ଅନ୍ତର୍ଜାତୀୟ ଶାନ୍ତିରେ ସହଭାଗୀ ହେବାକୁ ଯଦି ୟୁକ୍ରେନ୍‌ ଏଥିପାଇଁ ଇଚ୍ଛା ପ୍ରକାଶ କରେ ତେବେ ଆମେ ସ୍ବାଗତ କରିବାକୁ । ଗତ ଫେବ୍ରୁଆରୀ ୨୪ ତାରିଖରେ କିଭ୍‌ରେ ସବୁଠାରୁ ବଡ଼ ମିସାଇଲ ଆକ୍ରମଣ ହୋଇଥିଲା । ବର୍ତ୍ତମାନ କୌଣସି ବଡ଼ ମିସାଇଲ ଆକ୍ରମଣର ଆବଶ୍ୟକତା ନାହିଁ । ଆମେ ୟୁକ୍ରେନ୍‌କୁ ନଷ୍ଟ କରିବାକୁ ଚାହୁଁନାହୁଁ । କେବେ ବି ନୁହେଁ । କିନ୍ତୁ ନାଟୋ ସହ ଯଦି ଯୁଦ୍ଧ ହୁଏ ସାରା ବିଶ୍ବ ଏକ ବିପର୍ଯ୍ୟୟ ଦେଖିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.