ETV Bharat / international

UK PM Race: ବୋରିସ ଜନସନଙ୍କ ସମର୍ଥନରେ ପ୍ରୀତି ପଟେଲ

author img

By

Published : Oct 23, 2022, 7:45 AM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ବୋରିସ ଜନସନ ଓ ଋଷି ସୁନକ । ଜନସନକୁ ସମର୍ଥନ ଜଣାଇଲେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ । ଅଧିକ ପଢନ୍ତୁ

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ବୋରିସ ଜନସନକୁ ସମର୍ଥନ କଲେ ପ୍ରୀତି ପଟେଲ

ଲଣ୍ଡନ: ଲିଜ୍ ଟ୍ରସଙ୍କ ଇସ୍ତଫା ପରେ କିଏ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତାହାକୁ ନେଇ ପୁଣିଥରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପ୍ରଧାନମନ୍ତ୍ରୀ ଦୌଡରେ ପୁଣି ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ(Rishi Sunak) । ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ(Boris Johnson) ଓ ସୁନକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି । ତେବେ ପ୍ରଧାନମନ୍ତ୍ରୀ ପଦ ଦୌଡରେ ଋଷି ସୁନକ ଆଗୁଆ ରହିଥିବାବେଳେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଗୃହ ସଚିବ(Priti Patel) ପ୍ରୀତି ପଟେଲ ସୁନକଙ୍କ ବଦଳରେ ଜନସନଙ୍କୁ ସମର୍ଥନ କରିଛନ୍ତି ।

ଶନିବାର ୫୦ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ପ୍ରୀତି ଡାଉିନିଂ ଷ୍ଟ୍ରିଟ ଦୌଡରେ ଲିଜ୍ ଟ୍ରସଙ୍କ ଜାଗାରେ ବୋରିସ ଜନସନ ସବୁଠୁ ଭଲ ପ୍ରାର୍ଥୀ ବୋଲି କହିଛନ୍ତି । ତେବେ ପୂର୍ବରୁ ଲିଜ୍ ଟ୍ରସ ଓ ଋଷି ସୁନକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଥିବା ବେଳେ ମଧ୍ୟ ପ୍ରୀତି ସେତେବେଳେ ନୀରବ ରହିଥିଲେ । ବର୍ତ୍ତମାନ ସେ ଜନସନକୁ ସମର୍ଥନ ଜଣାଇ ଟ୍ବିଟ୍ କରିଛନ୍ତି, ''ବଡ ବଡ ଠିକ୍ ନିଷ୍ପତ୍ତି ନେବାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟ୍ରାକ ରେକର୍ଡ ଭଲ ରହିଛି ।'' କହିରଖୁଛୁ କି, ଜନସନଙ୍କ କ୍ୟାବିନେଟରେ ପ୍ରୀତି ଗୃହ ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ଏହାମଧ୍ୟ ପଢନ୍ତୁ: UK PM Crisis: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଇସ୍ତଫା

ଅନ୍ୟପଟେ ଋଷି ସୁନକଙ୍କୁ ପ୍ରଥମ ପ୍ରାର୍ଥୀ ଭାବ ୧୦୦ ଏମପିଙ୍କ ସମର୍ଥନ ମିଳିଥିବା ଦାବି କରାଯାଇଛି । ସେହିପରି ଲିଡର ଅଫ୍ ହାଉସ ଅଫ ଦ କମନ୍ସ ପେନ୍ନି ମୋର୍ଡାଣ୍ଟ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ବିଶେଷ ସମର୍ଥନ ମିଳୁନଥିବା ଦେଖାଯାଉଛି । ତେଣୁ ଅସଲ ଲଢେଇ ସୁନକ ଓ ଜନସନଙ୍କ ମଧ୍ୟରେ ଚାଲିଛି । ତେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା ଆସନ୍ତା ସପ୍ତାହ ସୁଦ୍ଧା ସ୍ପଷ୍ଟ ହୋଇଯିବ ।

ଗତ ଜୁଲାଇରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ ଇସ୍ତଫା ଦେଇଥିଲେ । ଏହାପରେ ଋଷି ସୁନକଙ୍କ ହରାଇ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ । ମାତ୍ର ବଜେଟକୁ ନେଇ ଜନଆକ୍ରୋଶର ଶିକାର ହେବା ସହ ପ୍ରତିଶ୍ରୁତି ପାଳନରେ ଖିଲାପ ଯୋଗୁଁ ସେ ପ୍ରଧାନମନ୍ତ୍ରୀ ହେବାର ମାତ୍ର ୪୫ ଦିନରେ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.