ETV Bharat / international

ଋଷରେ ମିଶିଲା ୟୁକ୍ରେନର ୪ଟି ପ୍ରଦେଶ ! NATO ସଦସ୍ୟତା ପାଇଁ ଆବେଦନ କଲେ ଜେଲେନ୍‌ସ୍କି

author img

By

Published : Sep 30, 2022, 10:49 PM IST

ଋଷିଆ ୟୁକ୍ରେନର ୪ଟି ପ୍ରଦେଶକୁ ନିଜ ଅକ୍ତିଆରକୁ ଆଣିଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ପୁନଃ ନାଟୋ ସହ ମିଶିବେ ବୋଲି ଘଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

President Zelensky said Ukraine to apply for NATO membership, after Russia occupied regions of Ukraine
ଋଷିଆ ଅକ୍ତିଆରରେ ୟୁକ୍ରେନର ୪ଟି ପ୍ରଦେଶ, ପୁଣି ନାଟୋରେ ମିଶିବେ କହିଲେ ଜେଲେନ୍‌ସ୍କି

ହାଇଦ୍ରାବାଦ: ଋଷ ସହ ଯୁଦ୍ଧ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ୟୁକ୍ରେନ । ଋଷ, ୟୁକ୍ରେନର ୪ଟି ପ୍ରଦେଶକୁ ନିଜ ଅକ୍ତିଆରକୁ ଆଣିଛି । ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏଠାରେ ଋଷୀୟ ସୈନ୍ୟ ମୁତୟନ ରହିଥିଲେ । ଏବେ ଏହା ଋଷିଆ ଅଧିନରେ ପ୍ରଦେଶ ହୋଇଥିବା ନେଇ ଘୋଷଣା କରିଥିଲେ ଋଷିଆ ସରକାର । ଏହାପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ପୁନଃ ନାଟୋ ସହ ମିଶିବେ ବୋଲି ଘଷଣା କରିଛନ୍ତି ।

ୟୁକ୍ରେନ୍‌ର ଲୁହାନ୍‌ସ୍କ୍‌, ଡୋନେସ୍କ, ଖେରସନ୍‌ ଓ ଜାପରିଝିଆକୁ ଅକ୍ତିଆରକୁ ନେଇ ଋଷିଆ ଘୋଷଣା କରିଛି । ଏହାକୁ ନେଇ ଏହି ସବୁ ଅଞ୍ଚଳରେ ଖୁସିର ମାହୋଲ ରହିଛି । ପୂର୍ବରୁ ଏହି ସବୁ ଅଞ୍ଚଳର ଲୋକ ଋଷିଆକୁ ସମର୍ଥନ ଦେଇ ଆସୁଥିଲେ । ଋଷିଆର ଏହି ଘୋଷଣା ପରେ ଜେଲେନ୍‌ସ୍କି ପୁଣି ଏବେ ନାଟୋର ସହ ମିଶିବାକୁ ମନ ବଳାଇଛନ୍ତି । ପୂର୍ବରୁ ଏହି ନାଟୋ ସହ ମଶିବାକ ନେଇ ଋଷିଆ ଯୁଦ୍ଧ ଆରମ୍ଭ କରିଥିଲା ।

ପରବର୍ତ୍ତୀ ସମୟରେ ୟୁକ୍ରେନ୍‌ ନାଟୋ ସହ ଯୋଗ ଦେବନାହିଁ ବୋଲି କହିଥିଲେ ରାଷ୍ଟ୍ରପତି ଭୋଲ଼୍ଡିମିର ଜେଲେନ୍‌ସ୍କି । ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଋଷିଆର ଏଭଳି ଅକ୍ତିଆରକୁ ନିନ୍ଦା କରିବା ପାଇଁ ଏକ ଅଧ୍ୟାଦେଶ ପାରିତ ହୋଇଥିଲା । ଋଷିଆ ସହ ମିଶିଥିବା ୪ଟି ପ୍ରଦେଶକୁ ମାନ୍ୟତା ଦିଆଯିବ ନାହିଁ ବୋଲି ସ୍ଥିରିକୃତ ହୋଇଛି । ଏହାର କୌଣସି ବୈଧତା ରହିବ ନାହିଁ ବୋଲି ଋଷିଆ ପକ୍ଷରୁ କୁହାଯାଇଛି । କାରଣ ଋଷିଆ ଅକ୍ତିଆର କରିଥିବା ଅଞ୍ଚଳକୁ ମାନ୍ୟତା ଦେଲେ ୟୁକ୍ରେନର ସାର୍ବଭୌମତ୍ବ ପ୍ରତି ବିପଦ ଆସିବ । ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ସୀମାର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବ ଜାତିସଂଘ ।

ମାସ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଦୁଇ ପକ୍ଷର ହଜାର ହଜାର ସୈନ ମୃତାହତ ହୋଇଥିବା ବେଳେ ଯୁଦ୍ଧରେ କିନ୍ତୁ ବିରାମ ଲାଗୁନି । ୟୁକ୍ରେନ ସେନା ସାହାସିକତାର ସହ ଋଷ ସେନାର ମୁକାବିଲା କରିଛନ୍ତି । ବର୍ତ୍ତମାନ ୟୁକ୍ରେନର ଅନେକ ଅଞ୍ଚଳ ଋଷ ଅଧିନରେ ରହିଛି । ଖାର୍‌କିଭର ଇଜିୟମ ମଧ୍ୟ ଋଷ୍ ସେନାଙ୍କ ଅକ୍ତିଆରରେ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.