ETV Bharat / international

ଆମେରିକାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡିଆ

author img

By

Published : Oct 4, 2022, 1:53 PM IST

Updated : Oct 4, 2022, 2:27 PM IST

ଆମେରିକାରେ ପ୍ରବାସୀ ଓଡିଆ ଅନୁଷ୍ଠାନ ଫ୍ଲୋରିଆ ପକ୍ଷରୁ ଦୁର୍ଗାପୂଜା ପାଳିତ । ପ୍ରବାସୀ ଓଡିଆଙ୍କ ସହ ସାମିଲ ହେଲେ ପ୍ରବାସୀ ଭାରତୀୟ ପାରମ୍ପରିକ ବିଧିରେ ମାଙ୍କ ପୂଜା ସହ ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମର ଆସର । କନ୍ୟାପୂଜନ ସହ ମନମୋହିଲା ସାମୂହିକ ଗରବା ନୃତ୍ୟ । ଅଧିକ ପଢନ୍ତୁ

ଆମେରିକାରେ ପ୍ରବାସୀ ଓଡିଆ ଅନୁଷ୍ଠାନ ଫ୍ଲୋରିଆ ପାଳନ କଲା ଦୁର୍ଗାପୂଜା

ଓ୍ବାଶିଂଟନ: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଚଣ୍ଡିପାଠରେ କମ୍ପୁଛି ପରିବେଶ । ରାଜ୍ୟର ସମସ୍ତ ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ତେବେ ସୁଦୁର ଆମେରିକାରେ ଥିବା ପ୍ରବାସୀ ଓଡିଆ ମଧ୍ୟ ଧୁମଧାମରେ ଶାରଦୀୟ ଦୁର୍ଗା ପୂଜା ପାଳନ କରିଛନ୍ତି । ଗତ ମାସରେ ସାମୁଦ୍ରିକ ଝଡ ହରିକେନର ପ୍ରଭାବକୁ ସାମ୍ନା କରିଥିବା ଆମେରିକାର ଦକ୍ଷିଣ-ପୂର୍ବ ସୀମାନ୍ତ ରାଜ୍ୟ ଫ୍ଲୋରିଡାର ଟାମ୍ପା ସହରରେ ଥିବା ପ୍ରବାସୀ ଓଡିଆଙ୍କୁ ନେଇ ଗଠିତ ସଂଗଠନ ‘ଫ୍ଲୋରିଆ’ ତରଫରୁ ଶାରଦୀୟ ଦୁର୍ଗାପୂଜା ଆୟୋଜନ କରାଯାଇଛି ।

ସହରର ଆୟପ୍ପା ମନ୍ଦିରରେ ସେପ୍ଟେମ୍ବର 30 ରୁ ଆଜି (ଅକ୍ଟୋବର 4) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାରମ୍ପାରିକ ନୀତିକାନ୍ତି ଅନୁସାରେ ମା’ଙ୍କ ପୂଜା ଜାରି ରହିଛି । ପ୍ରତିଦିନ ସଂଧ୍ୟାରେ ମହାଆଳତି ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି । ଭଜନ ସଂଧ୍ୟା, ସାମୁହିକ ଗରବା ନୃତ୍ୟ ପରିବେଷଣ ଟାମ୍ପା ସହରକୁ ଉତ୍ସବ ମୁଖର କରିଛି । କେବଳ ପ୍ରବାସୀ ଓଡିଆ ନୁହନ୍ତି ବରଂ ଅନ୍ୟାନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଉଛନ୍ତି ।

ଲୋକଙ୍କ ଶ୍ରଦ୍ଧା ଓ ଉପସ୍ଥିତି ଆୟୋଜକଙ୍କ ମନୋବଳ ବଢାଇଛି । ଗତ ତିନି ବର୍ଷ ଧରି ପ୍ରବାସୀ ଓଡିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଏହି ଶାରଦୀୟ ଦୁର୍ଗାପୂଜା ଆୟୋଜନ କରାଯାଇ ଆସୁଛି । ସାମାଜିକ ଦାୟିତ୍ବବୋଧତା ଦୃଷ୍ଟିରୁ ହରିକେନ ‘ଇଆନ’ ଦ୍ବାରା ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ସହଯୋଗର ହାତ ବଢାଇଛି ଅନୁଷ୍ଠାନ ।

ସ୍ଥାନୀୟ ପ୍ରଭାବିତଙ୍କୁ ସହାୟତା ପାଇଁ ଅନୁଦାନ ମଧ୍ୟ ସଂଗ୍ରହ କରାଯାଉଛି । ଆଗାମୀ ବର୍ଷଗୁଡିକରେ ଏହି କାର୍ଯ୍ୟକ୍ରମ କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଅନୁଷ୍ଠାନର ସଦସ୍ୟମାନେ ତତ୍ପରତା ପ୍ରକାଶ କରିଛନ୍ତି ।

Last Updated : Oct 4, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.