ETV Bharat / international

ଜାପାନ ପ୍ରଧାନମନ୍ତ୍ରୀଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

author img

By

Published : Aug 21, 2022, 8:33 PM IST

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କୋରୋନା (Japan PM Fumio Kishida tested Covid positive) । ଟ୍ବିଟ୍ କରି ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଜାପାନ ପ୍ରଧାନମନ୍ତ୍ରୀଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି
ଜାପାନ ପ୍ରଧାନମନ୍ତ୍ରୀଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋରୋନାରେ ସଂକ୍ରମିତ ହୋଇଛନ୍ତି(Japan PM Fumio Kishida tested Covid positive) । ଏନେଇ ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ଦୀର୍ଘ ଦିନ ଧରି ଛୁଟିରେ ରହିଥିବା ବେଳେ ଆସନ୍ତାକାଲି(ସୋମବାର) ସେ କାର୍ଯ୍ୟରେ ଯୋଗଦାନ କରିବାକୁ ଯାଉଥିଲେ ।

ସୂଚନାଅନୁସାରେ, ଫୁମିଓ କିଶିଦା ଶନିବାର ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହେବାପରେ ରବିବାର PCR ଟେଷ୍ଟ କରାଇଥିଲେ । ଆଜି ଅପରାହ୍ନରେ ରିପୋର୍ଟ ପଜିଟିଭ ଆସିଥିବା ନେଇ କ୍ୟାବିନେଟ ମୁଖପାତ୍ର ସୂଚନା ଦେଇଛନ୍ତି ।

ଜାପାନ କୋରୋନା ସଂକ୍ରମଣରେ ବିଶ୍ବର ତୃତୀୟ ସ୍ଥାନରେ ରହିଥିବା ବେଳେ ବିଶ୍ବ ଅର୍ଥନିତୀକୁ ପ୍ରଭାବିତ କରିଛି । ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

  • Wishing my friend Prime Minister Fumio Kishida a speedy recovery from COVID-19. @JPN_PMO @kishida230

    — Narendra Modi (@narendramodi) August 21, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, "ମୋ ବନ୍ଧୁ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋରୋନାରେ ସଂକ୍ରମିତ ହୋଇଛନ୍ତି । ମୁଁ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.