ETV Bharat / international

PM Modi Egypt Visit: ଅଲ ହାକିମ ମସଜିଦ ବୁଲିବେ ମୋଦି

author img

By

Published : Jun 25, 2023, 12:45 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଜିପ୍ଟ ଗସ୍ତର ଆଜି ଦ୍ବିତୀୟ ଦିନ । ଅଲ ହକିମ ମସଜିଦ ପରିଦର୍ଶନ ସହ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ଅଧିକ ପଢନ୍ତୁ

Etv Bharat
Etv Bharat

କାଇରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାର ଆଜି ପଞ୍ଚମ ଦିନ । ବର୍ତ୍ତମାନ ଇଜିପ୍ଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଏଠାରେ ଏକାଦଶ ଶତାବ୍ଦୀର ଅଲ ହକିମ ମସଜିଦ ପରିଦର୍ଶନ କରିବେ । ସେ ମସଜିଦରେ ପ୍ରାୟ ଅଧ ଘଣ୍ଟା ସମୟ ବିତାଇବେ । ଏଥିସହ ଇଜିପ୍ଟର ରାଜଧାନୀ କାଇରୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ।

ଅଲ ହାକିମ ମସଜିଦ ବୁଲିବେ ମୋଦି: ଏକାଦଶ ଶତାବ୍ଦୀର ଅଲ ହାକିମ ମସଜିଦ ମିଶର ସଭ୍ୟତାର ଏକ ପୁରାତନ ଅଂଶ । ଏହା କାଇରୋ ସହରର କେନ୍ଦ୍ରସ୍ଥଳରେ ରହିଥିବା ବେଳେ ଏହାକୁ ଦ୍ବିତୀୟ ସର୍ବବୃହତ ଓ ସବୁଠୁ ପୁରାତନ ମସଜିଦ କୁହାଯାଏ । ଫାତିମିଦ ବାସ୍ତୁକଳା କାରିଗରିର ଝଲକ ମସଜିଦରେ ଦେଖିବାକୁ ମିଳେ । ଏହି ମସଜିଦରେ ୪ଟି ବଡ଼ ହଲ୍‌ ରହିଥିବା ବେଳେ ନମାଜ ପାଠ କରାଯାଏ । ଏହା ପ୍ରାୟ ୧୩ ହଜାର ୫୬୦ ବର୍ଗ ମିଟରରେ ଅବସ୍ଥିତ । ମସଜିଦରେ ଆଜି ଅଧ ଘଣ୍ଟା ସମୟ ଅତିବାହିତ କରିବେ ପ୍ରଧାନମନ୍ତ୍ରୀ । ଏଠାରୁ ହେଲିୟା ପୋଲିସ ଶହୀଦ ସ୍ମାରକ ଗସ୍ତ କରିବେ । ସେଠାରେ ପ୍ରଥମ ବିଶ୍ବଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବ ।

ଏହା ମଧ୍ୟ ପଢନ୍ତୁ-PM Modi Egypt Visit: ଇଜିପ୍ଟରେ ଟପ୍ ଲିଡରଙ୍କୁ ଭେଟିଲେ ମୋଦି, ସହଭାଗିତା ଶକ୍ତି ଓ ସୁରକ୍ଷା ଉପରେ ଆଲୋଚନା

ଇଜିପ୍ଟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟ ରାଷ୍ଟ୍ରପତି ଅଲ-ସିସିଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେଠାକାର ସରକାରଙ୍କ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ମିଶର ରାଷ୍ଟ୍ରପତି ଭାରତ ସହିତ ସମ୍ପର୍କକୁ ସୁଦୃଢ କରିବା ଲାଗି ବରିଷ୍ଠ ମନ୍ତ୍ରୀମାନଙ୍କୁ ନେଇ ଏକ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏମାନଙ୍କ ସହିତ ଆଲୋଚନା କରିବେ ମୋଦି । ଶେଷ କାର୍ଯ୍ୟକ୍ରମରେ ଇଜିପ୍ଟରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟକୁ ସାକ୍ଷାତ କରିବେ । ଏହା କେବଳ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ତା ନୁହଁ ବରଂ ଦୁଇ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ସାଂସ୍କୃତିକ ବିନିମୟ ପାଇଁ ଏକ ମଞ୍ଚ ପ୍ରଦାନ କରିବ ।

ଶୁକ୍ରବାର ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତହ ଏଲ ସିସିଙ୍କ ନିମନ୍ତ୍ରଣ କ୍ରମେ ସେ ଇଜିପ୍ଟ ଆସିଛନ୍ତି । ଗତକାଲି ଅପରାହ୍ନ ସମୟରେ ରାଜଧାନୀ କାଇରୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ । ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲି ତାଙ୍କୁ ସ୍ବାଗତ କରିଥିଲେ । ବିମାନ ବନ୍ଦର ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.