ଟୋକିଓ: ଜାପାନର ହିରୋସିମା ସହରର ଆରମ୍ଭ ହୋଇଯାଇଛି ଜି୭ ଶିଖର ସମ୍ମିଳନୀ । ଗତକାଲି(ଶନିବାର) ପ୍ରଥମ ଦିନ ଥିବା ବେଳେ ଆଜି ଜି୭ ସମ୍ମିଳନୀର ଦ୍ବିତୀୟ ଦିନ । ବୈଠକରେ ଯୋଗ ଦେବା ପୂର୍ବରୁ ହିରୋସିମା ପିସ ମେମୋରିଆଲ ପାର୍କ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ପରମାଣୁ ଆକ୍ରମଣରେ ପ୍ରାଣହରାଇ ଥିବା ବ୍ୟକ୍ତିବିଶେଷଙ୍କୁ ପାର୍କରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି୭ ସମ୍ମିଳନୀରେ ଯୋଗ ଦେଇଥିବା ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟ ଏଠାରେ ଉପସ୍ଥିତ ରହିଥିଲେ । ହିରୋସିମା ପିସ ମେମୋରିଆଲ ପାର୍କ ପରିଦର୍ଶନ କରିବା ସମୟର ଫଟୋ ଟ୍ବିଟରରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
Went to the Peace Memorial Museum in Hiroshima and the Hiroshima Peace Memorial Park this morning. pic.twitter.com/H3NlkcFxF0
— Narendra Modi (@narendramodi) May 21, 2023 " class="align-text-top noRightClick twitterSection" data="
">Went to the Peace Memorial Museum in Hiroshima and the Hiroshima Peace Memorial Park this morning. pic.twitter.com/H3NlkcFxF0
— Narendra Modi (@narendramodi) May 21, 2023Went to the Peace Memorial Museum in Hiroshima and the Hiroshima Peace Memorial Park this morning. pic.twitter.com/H3NlkcFxF0
— Narendra Modi (@narendramodi) May 21, 2023
ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ବିଟ କରି ଲେଖିଛନ୍ତି ,''ହିରୋସିମା ପିସ ମେମୋରିଆଲ ମ୍ୟୁଜିୟମ ପରିଦର୍ଶନ କରି ଆଜି ଦିନର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ହିରୋସିମାରେ ପରମାଣୁ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଯେଉଁଠାରେ ସେ ଭିଜିଟର୍ସ ବୁକରେ ଦସ୍ତଖତ ମଧ୍ୟ କରିଥିଲେ । ''
-
A tribute to the memory of Hiroshima victims.
— Arindam Bagchi (@MEAIndia) May 21, 2023 " class="align-text-top noRightClick twitterSection" data="
PM @narendramodi begins his day by visiting the Peace Memorial Museum, where he observed the documented exhibits and signed the visitor’s book. pic.twitter.com/AyiuhSjPZD
">A tribute to the memory of Hiroshima victims.
— Arindam Bagchi (@MEAIndia) May 21, 2023
PM @narendramodi begins his day by visiting the Peace Memorial Museum, where he observed the documented exhibits and signed the visitor’s book. pic.twitter.com/AyiuhSjPZDA tribute to the memory of Hiroshima victims.
— Arindam Bagchi (@MEAIndia) May 21, 2023
PM @narendramodi begins his day by visiting the Peace Memorial Museum, where he observed the documented exhibits and signed the visitor’s book. pic.twitter.com/AyiuhSjPZD
ସେହିପରି ଜି7 ଶିଖର ସମ୍ମିଳନୀରେ ସାମିଲ ହୋଇଥିବା ବିଶ୍ୱ ନେତାଙ୍କ ସହ ଏକ ଫଟୋକୁ ଟ୍ୱିଟ୍ କରିଛନ୍ତି ଅରିନ୍ଦମ ବାଗଚି । ହିରୋସିମା ଶାନ୍ତି ମେମୋରିଆଲ୍ ପାର୍କରେ ବିଶ୍ବ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ।
ଏହା ମଧ୍ୟ ପଢନ୍ତୁ-G7 Summit: ନମସ୍ତେ କହି ଭାରତୀୟଙ୍କୁ ସ୍ବାଗତ କଲା ରୋବଟ 'କୋକି'
କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଏବଂ ଆମେରିକାକୁ ନେଇ ଜି-୭ ରାଷ୍ଟ୍ର ସମୂହ ଗଠିତ ହୋଇଛି । ଜି-7 ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ ୬ ଦିନିଆ ଜାପାନ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ଅନୁଷ୍ଠିତ ଜି-7 ଶିଖର ସମ୍ମିଳନୀର ବୈଠକରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ୭ଟି ଦେଶର ରାଷ୍ଟ୍ର ନେତା ସାମିଲ ହୋଇଥିଲେ । ଗତକାଲି(ଶନିବାର) ହିରୋସୀମାରେ ପ୍ରଧାନମନ୍ତ୍ରୀ ମୋଦି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହାସହ ବାପୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଜି-7 ଶିଖର ସମ୍ମିଳନୀ ବୈଠକ ଶେଷ ପରେ ପାପୁଆ ନ୍ୟୁ ଗିନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଏହାପରେ ଗସ୍ତ ଶେଷରେ କ୍ୱାଡ ସମ୍ମିଳନୀରେ ଯୋଗ ଦେବାକୁ ଅଷ୍ଟ୍ରେଲିଆ ଯିବେ ପ୍ରଧାନମନ୍ତ୍ରୀ ।