ETV Bharat / international

BRICS Summit: ବିଶ୍ବନେତାଙ୍କୁ ମୋଦିଙ୍କ ସ୍ବତନ୍ତ୍ର ଉପହାର, ଭେଟିଦେଲେ ତେଲେଙ୍ଗାନା ପାରମ୍ପରିକ ସୁରେଇ - ଗୋଣ୍ଡ ପେଣ୍ଟିଂ

ଭାରତର କଳା, ସଂସ୍କୃତି ଐତିହ୍ୟକୁ ଉପହାର ମାଧ୍ୟମରେ ପରିପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିକ୍ସ ସମିଟରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଦେଲେ ତେଲେଙ୍ଗାନାର ପାରମ୍ପରିକ ସୁରେଇ । ଅଧିକ ପଢନ୍ତୁ

PM Modi gifts surahi from Telangana
PM Modi gifts surahi from Telangana
author img

By ETV Bharat Odisha Team

Published : Aug 25, 2023, 3:33 PM IST

Updated : Aug 25, 2023, 3:59 PM IST

ନୂଆଦିଲ୍ଲୀ: ବିଦେଶ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦାସର୍ବଦା ବିଶ୍ବନେତାଙ୍କୁ ଭେଟି ଦିଅନ୍ତି ଭାରତର ପାରମ୍ପରିକ ବସ୍ତ୍ରଠୁ ଆରମ୍ଭ କରି ଜିନିଷ ପଦାର୍ଥ । ବ୍ରିକ୍ସ ସମିଟ ଲାଗି ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ଭାରତୀୟ କାରିଗରୀ, କଳା ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି । ଏହି ଗସ୍ତ ବେଳେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ ରମାଫୋସାଙ୍କୁ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ପାରମ୍ପରିକ ସୁରେଇ ଭେଟି ଦେଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ନାଗାଲାଣ୍ଡର ଶାଲ୍‌ ଉପହାରରେ ଦେଇଛନ୍ତି ।

Gond painting
ଗୋଣ୍ଡ ପେଣ୍ଟିଂ

ତେଲେଙ୍ଗାନାର ବିଦ୍ରି (୨ଟି ସୁରେଇ)କୁ ଭେଟିଛନ୍ତି । ଏଥିରେ ସୁନ୍ଦର କଳାକୃତି ହୋଇଛି । ଜିଙ୍କ୍‌, କପର୍‌ ସହିତ ସିଲଭର ୱାର୍କ ହୋଇଛି । ଏହି ସୁରେଇରେ ସିଲଭର କାରିଗରୀ ଦେଖିବାକୁ ମିଳିଛି । ପ୍ରଥମେ ଏହାକୁ ଏକ କାଗଜରେ ଆଙ୍କିବା ପରେ ଏହି ଡିଜାଇନକୁ ସୁରେଇ ଉପରକୁ ସ୍ଥାନାନ୍ତରିତ କରାଯାଏ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମୋଦି ଭେଟି ଦେଇଛନ୍ତି ନାଗା ଶାଲ୍‌ । ଏହି ଶାଲ୍‌ର ମଧ୍ୟ ବେଶ ଚାହିଦା ରହିଛି । ନାଗାଲାଣ୍ଡର ଏକ ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ଏହି ଶାଲ୍‌କୁ ବୁଣି ଆସୁଛନ୍ତି ।

ଏହା ବି ପଢନ୍ତୁ- PM Modi France Visit: ଫ୍ରାନ୍ସ ପ୍ରଥମ ମହିଳାଙ୍କୁ ମୋଦିଙ୍କ ତେଲେଙ୍ଗାନା ପୋଚାମ୍ପାଲୀ ପାଟ ଶାଢୀ ଉପହାର

Surahi From Telanagana
ତେଲେଙ୍ଗାନା ପାରମ୍ପରିକ ସୁରେଇ

ବିଶେଷ କରି ଗାଢ ରଙ୍ଗ ସହିତ ଆଦିବାସୀ ବୁଣା କାରିଗରୀ ଏହି ଶାଲ୍‌କୁ ଅଧିକ ଲୋକପ୍ରିୟ କରାଇଛି । ନାଗାଲାଣ୍ଡର ଏକ ଆଦିବାସୀ ସମ୍ପ୍ରଦାୟ ପୀଢି ପରେ ପୀଢି ଏହି ଶାଲ୍‌କୁ ବୁଣି ଆସୁଛନ୍ତି । ପ୍ରତିଟି ନାଗା ଶାଲ୍‌ ଗୋଟିଏ ଗୋଟିଏ କାହାଣୀ ବଖାଣିଥାଏ । ଏଥିରେ ଆଦିବାସୀଙ୍କ ଇତିହାସ, ପରମ୍ପରା, ବିଶ୍ବାସ, ଜୀବନଶୈଳୀର ଝଲକ ଦେଖିବାକୁ ମିଳେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ସିଲଭାଙ୍କୁ ଦେଇଛନ୍ତି ମଧ୍ୟପ୍ରଦେଶର ପ୍ରସିଦ୍ଧ ଗୋଣ୍ଡ ପେଣ୍ଟିଂ । ଏହା ମଧ୍ୟ ଏକପ୍ରକାର ଆଦିବାସୀ କଳାକୃତି ।

ଏହା ବି ପଢନ୍ତୁ- Brics Summit 2023: ସଂଗଠନରେ ସାମିଲ ହେବେ 6 ଟି ନୂଆ ଦେଶ

Gond painting
ଗୋଣ୍ଡ ପେଣ୍ଟିଂ

ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟ ଏହି ପେଣ୍ଟିଂ କରିଥାନ୍ତି । ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲା ସ୍ଥିତ ପାଟଣାଗଡ଼ ଗ୍ରାମରେ ଅଧିକାଂଶ ଏହି ପେଣ୍ଟିଂ ଦେଖିବାକୁ ମିଳେ । ତେବେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବନେତାଙ୍କୁ ଭାରତୀୟ ପାରମ୍ପରିକ ବସ୍ତ୍ର, ଜିନିଷ ପଦାର୍ଥ ପ୍ରଦାନ କରି ଦେଶର କଳା, ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ପୂର୍ବରୁ ମୋଦି ଗତ ଜୁଲାଇ ମାସରେ ଫ୍ରାନ୍ସ ଗସ୍ତ କରିଥିଲେ । ଏହି ସମୟରେ ଫ୍ରାନ୍ସର ପ୍ରଥମ ମହିଳା ବ୍ରିଗିଟ ମାକ୍ରନଙ୍କୁ ମୋଦି ତେଲେଙ୍ଗାନାର ପ୍ରସିଦ୍ଧ ପୋଚାମ୍ପାଲୀ ପାଟ ଶାଢୀ ଉପହାର ଦେଇଥିଲେ । ଏକ ଚନ୍ଦନ କାଠ ବାକ୍ସରେ ଏହି ଶାଢୀକୁ ପ୍ୟାକ୍‌ କରାଯାଇଥିଲା । ପୋଚାମ୍ପାଲୀ ରେଶମ ଇକତ କପଡ଼ାରେ ବୁଣାଯାଏ । ଯାହାକି ଭାରତର ବୁହମୂଲ୍ୟ ବୟନ ଶିଳ୍ପ ଐତିହ୍ୟର ଆକର୍ଷଣକୁ ଚିହ୍ନିତ କରିଥାଏ ।

Last Updated : Aug 25, 2023, 3:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.