ETV Bharat / international

ପେରୁରେ ହିଂସା: ରାତ୍ରିକାଳୀନ କର୍ଫ୍ୟୁ ଜାରି କଲେ ସରକାର - ସରକାର ବିରୋଧି ଆନ୍ଦୋଳନ

ସରକାର ବିରୋଧି ଆନ୍ଦୋଳନ ନେଇ ଅଶାନ୍ତ ରହିଛି ପେରୁ । ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପେରୁରେ ହିଂସା
ପେରୁରେ ହିଂସା
author img

By

Published : Jan 11, 2023, 9:42 AM IST

ଲିମା: ପେରୁରେ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷରେ ସୋମବାର ୧୮ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ମଙ୍ଗଳବାର ଦିନ ପେରୁ ପ୍ରଧାନମନ୍ତ୍ରୀ ଆଲବର୍ଟୋ ଓଟାରୋଲା(Alberto Otarola) ପୁନୋ ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି(Peru imposes nightly curfew in Puno region) । ଦକ୍ଷିଣ ପେରୁର ଜୁଲିଆକା ବିମାନ ବନ୍ଦର ନିକଟରେ ସଂଘର୍ଷ ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଦେଶରେ ୩ ଦିନ ପାଇଁ ଏହି କର୍ଫ୍ୟୁ ଜାରି କରାଯାଇଛି । ରାତି ୮ଟାରୁ ସକାଳ ୪ଟା ଯାଏଁ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ଏନେଇ ପେରୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଡିସେମ୍ବର ୭ ତାରିଖରୁ ପେରୁରେ ସରକାର ବିରୋଧି ଆନ୍ଦୋଳନ ଜାରି ହୋଇଛି । ପେରୁର ପ୍ରାଥମିକ ନିର୍ବାଚନ କରିବା ଏବଂ ଜେଲ୍‌ରେ ଥିବା ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କ(President Pedro Castillo) ମୁକ୍ତି ଦାବିରେ ଜନତା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି କାଷ୍ଟିଲୋଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ସେ ଇସ୍ତଫା ଦେବା ପରେ ଡିନା ବୋଲୁର୍ଟେ ନୂଆ ରାଷ୍ଟ୍ରପତି ହେବା ସହ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରାଯାଇଥିଲା । ଏହାକୁ ନେଇ ତାଙ୍କର ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି । ସୋମବାର ପ୍ରାୟ ୨ ହଜାର ବିକ୍ଷୋଭକାରୀ ପେରୁର ପୁନୋ ଅନ୍ତର୍ଗତ ଜୁଲିଆଲା ବିମାନ ବନ୍ଦରରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ।

ବିକ୍ଷୋଭକାରୀଙ୍କ ଅଟକାଇବାକୁ ଯାଇ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସଂଘର୍ଷରେ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଲୋକେ ଆହତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତେଜନା ପ୍ରବଣ ପୁନୋ ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି ସରକାର (nightly curfew in Puno region after protests) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.