ETV Bharat / international

ପାକିସ୍ତାନର ସବୁଠୁ ବଡ଼ ପରିବାର ମୁଖିଆଙ୍କ ମୃତ୍ୟୁ, 6 ପତ୍ନୀଙ୍କ 54 ସନ୍ତାନର ଥିଲେ ବାପା

author img

By

Published : Dec 13, 2022, 12:49 PM IST

ପାକିସ୍ତାନର 54 ସନ୍ତାନ ଏବଂ 6 ପତ୍ନୀ ଥିବା ପାକିସ୍ତାନୀ ନାଗରିକ ହାଜି ଅବଦୁଲ ମଜିଦ ମେଲଙ୍କ ମୃତ୍ୟୁ ହୋଇଛି। ଅଧିକ ପଢ଼ନ୍ତୁ

54 children and 6 wives haji abdul majeed died
ପାକିସ୍ତାନର ସବୁଠୁ ବଡ଼ ପରିବାର ମୁଖିଆଙ୍କ ମୃତ୍ୟୁ, 6 ପତ୍ନୀ ଏବଂ 54 ସନ୍ତାନ

ଇସଲାମାବାଦ: 54 ସନ୍ତାନ ଏବଂ 6 ପତ୍ନୀ ଥିବା ପାକିସ୍ତାନୀ ନାଗରିକ ହାଜି ଅବଦୁଲ ମଜିଦ ମେଲଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା । ଅବଦୁଲ ମଜିଦ ଆଫଗାନିସ୍ତାନ ନିକଟରେ ଥିବା ବାଲୁଚିସ୍ତାନର ନୋସ୍କି ଜିଲ୍ଲା କାଳୀମେଙ୍ଗଲ ଗ୍ରାମର ବାସିନ୍ଦା ଅଟନ୍ତି । ଅବଦୁଲଙ୍କ ପରିବାର ପାକିସ୍ତାନର ସବୁଠାରୁ ବଡ଼ ପରିବାର ହୋଇଥିବାରୁ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି ।

ଅବଦୁଲ ବୃତ୍ତିରେ ଜଣେ ଗାଡି଼ ଚାଳକ ଥିଲେ । ତାଙ୍କର 12 ସନ୍ତାନ ଓ ଦୁଇ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ତାଙ୍କର 22ଟି ପୁଅ ଏବଂ 20 ଜଣ ଝିଅ ରହିଛନ୍ତି । ଯଦି ସମ୍ପୂର୍ଣ୍ଣ ପରିବାରକୁ ଯୋଡ଼ା ଯାଏ ଅବଦୁଲଙ୍କ ପରିବାରରେ 150 ଜଣ ସଦସ୍ୟ ଅଛନ୍ତି । ଅବଦୁଲ 18 ବର୍ଷ ବୟସରେ ପ୍ରଥମ ଥର ପାଇଁ ବିବାହ କରିଥିଲେ । 2017 ଜନଗଣନା ସମୟରେ ଅବଦୁଲଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତାଙ୍କ ମୃତ୍ୟୁପରେ ପରିବାର ଲୋକେ କହିଛନ୍ତି ଯେ, ଏତେ ବଡ଼ ପରିବାରକୁ ଏକା ଭରଣପୋଷଣ କରିବା ସହଜ ନୁହେଁ । ମାତ୍ର ଅବଦୁଲ ଏକାକି ନିଜ ପରିବାର ଚଳାଉଥିଲେ ।

କୁହାଯାଉଛି ଯେ, ତାଙ୍କ ସନ୍ତାନମାନଙ୍କ ମଧ୍ୟରୁ ଅନେକ ଜଣ ମାଟ୍ରିକ ପାସ ଏବଂ ବିଏ ପାସ କରିଛନ୍ତି । କିନ୍ତୁ ସେମାନଙ୍କ ପାଖରେ ରୋଜଗାର ନାହିଁ । ପରିବାରରେ ଆର୍ଥିକ ସମସ୍ୟା ଦେଖାଦେଇଥିବାରୁ ଅବଦୁଲଙ୍କ ଚିକିତ୍ସା ହୋଇପାରିନଥିଲା । ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.