ETV Bharat / international

ଆଫଗାନିସ୍ତାନକୁ ପାକିସ୍ତାନର ଚିଠି ! କୁଖ୍ୟାତ ଆତଙ୍କୀ ମସୁଦ ଅଜହରକୁ ଗିରଫ କର

author img

By

Published : Sep 14, 2022, 1:04 PM IST

କୁଖ୍ୟାତ ଆତଙ୍କୀ ମସୁଦ ଅଜହର ଗିରଫ କରିବାକୁ ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ । ହେଲେ ଏପରି କୌଣସି ଚିଠି ମିଳିନଥିବା କହିଲେ ତାଲିବାନ ସରକାର । ଅଧିକ ପଢନ୍ତୁ

ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ ! କୁଖ୍ୟାତ ଆତଙ୍କୀ ମସୁଦ ଅଜହରକୁ ଗିରଫ କର

ନୂଆଦିଲ୍ଲୀ: ୨୦୦୧ ସଂସଦ ଭବନ ଆକ୍ରମଣ ଭଳି ଭାରତରେ ଏକାଧିକ ଆତଙ୍କୀ ହମ୍‌ଲାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ମସୁଦ ଅଜହର(Masood Azhar) ଆଫଗାନିସ୍ତାନରେ ଲୁଚିଛି । ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଫଗାନର ନଙ୍ଗରହାର ଓ କୁନାର୍ ଅଞ୍ଚଳରେ ଆତ୍ମଗୋପନ କରିଛି । ତେଣୁ ଖୁବଶୀଘ୍ର ତାକୁ ଗିରଫ କରିବା ପାଇଁ ଆଫଗାନିସ୍ତାନକୁ ଚିଠି ଲେଖିଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାରେ ସବୁବେଳେ ଆଗରେ ରହିଥିବା ପାକିସ୍ତାନ ଏହି ମୋଷ୍ଟୱାଣ୍ଟେଡ ଆତଙ୍କୀକୁ ଧରିବାକୁ ତାଲିବାନ ସରକାରକୁ ଚିଠିରେ ଲେଖିଛି । ଏହାସହିତ ପାକ୍‌ର ଗୁଇନ୍ଦା ବିଭାଗ ମସୁଦ ଅଜହରର ସାମ୍ଭାବ୍ୟ ଠିକଣା ମଧ୍ୟ ସେୟାର କରିଛି ।

ଅନ୍ୟପଟେ ପାକିସ୍ତାନର ଏହି ଚିଠି ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛି ଆଫଗାନିସ୍ତାନ । ତାଙ୍କୁ ସେପରି କୌଣସି ଚିଠି ମିଳିନଥିବା ଆଫଗାନିସ୍ତାନ କହିଛି । ତାଲିବାନ ସରକାରର ସିନିୟର ଲିଡର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧି ସୁହୈଲ ଶାହୀନ କହିଛନ୍ତି, ''ଆମେ ଦେଶରେ ମସୁଦ ଅଜହରର ଉପସ୍ଥିତି ନେଇ କିଛି ବି ସୂଚନା ନାହିଁ । ଆମେ ଦେଶରେ ରହି ଅନ୍ୟ ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଭଳି କୌଣସି ବ୍ୟକ୍ତିଙ୍କୁ ଆମେ ସମର୍ଥନ କରୁନାହୁଁ ।''

ଏହାମଧ୍ୟ ପଢନ୍ତୁ: ଗୋଆରେ କଂଗ୍ରେସକୁ ଝଟକା, ବିଜେପିରେ ମିଶିବେ ୮ ବିଧାୟକ

ଆତଙ୍କବାଦ ବିରୁଦ୍ଧରେ ଭାରତର ଆକ୍ସନ

ଆସନ୍ତା ସେପ୍ଟେମ୍ବର ୧୫ ଓ ୧୬ ତାରିଖରେ ଉଜବେକିସ୍ତାନର ରାଜଧାନୀ ସମରକନ୍ଦରେ ସଙ୍ଘାଇ ସହଯୋଗ ସଂଗଠନ(SCO) ବୈଠକ ବସିବାକୁ ଯାଉଛି । ଏଥିରେ ଭାରତ ଆତଙ୍କବାଦ ଦମନ ପ୍ରସଙ୍ଗ ଉଠାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କୁଖ୍ୟାତ ଆତଙ୍କୀ ମସୁଦ ଅଜହରର ଗିରଫଦାରୀ ଘଟଣା ଉଠାଇଛି । କାରଣ ମସୁଦର ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଭାରତ ସବୁବେଳେ ପାକିସ୍ତାନକୁ ଟାର୍ଗେଟ କରୁଥିଲା । ଏପରିକି ଏହି ଆତଙ୍କବାଦୀ ପାକିସ୍ତାନରେ ଲୁଚିଥିବାର ପ୍ରମାଣ ମଧ୍ୟ ଭାରତ ଅନେକ ଥର ଦେଇଥିଲା । ହେଲେ ଏବେ ମସୁଦ ଆଫଗାନିସ୍ତାନରେ ଅଛି ବୋଲି ଦାବି କରିଛି ପାକ୍ ।

କିଏ ଏହି ମସୁଦ ଅଜହର ?

ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ହେଉଛି ମସୁଦ ଅଜହର । ୧୯୯୮ କନ୍ଦହାର ହାଇଜାକ ଷଡଯନ୍ତ୍ର ହେଉ ଅବା ୨୦୦୧ ସଂସଦ ଭବନ ଆକ୍ରମଣ ଘଟଣା, ଭାରତରେ ଘଟିଥିବା ଏଭଳି ଏକାଧିକ ଆତଙ୍କୀ ଆକ୍ରମଣର ସେ ମାଷ୍ଟରମାଇଣ୍ଡ ଥିଲା । ଏହି କୁଖ୍ୟାତ ଆତଙ୍କୀକୁ ପାକିସ୍ତାନ ନିଜ ଦେଶରେ ଆଶ୍ରୟ ଦେଇଥିବା ଭାରତ ଅନେକ ଥର ପ୍ରମାଣ ଦେଇସାରିଛି । ତେଣୁ SCO ବୈଠକ ପୂର୍ବରୁ ପାକିସ୍ତାନ ଏପରି ଚିଠି ଲେଖି ନିଜର ଆତଙ୍କ ପୀଡିତ ବୋଲି ଘୋଷିତ କରିବାକୁ ଲାଗି ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.