ETV Bharat / international

ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର !

author img

By

Published : Mar 31, 2022, 10:44 AM IST

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା କହିଲେ ତାଙ୍କ ଦଳର ନେତା । ଅଧିକ ପଢନ୍ତୁ

ବିପଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି । ସେଥିପାଇଁ ଇମ୍ରାନଙ୍କୁ ବୁଲେଟ ପ୍ରୁଫ୍ ସିଲ୍ଡ (bulletproof shield) ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ତେହେରିକ୍-ଇ-ଇନସାଫ୍(PTI) ନେତା ଫୈଜଲ ଭାୱଡା(Faisal Vawda) ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବାର ଏହି ଦାବି କରିଛନ୍ତି । ଇମ୍ରାନ ଖାନ କୌଣସି ସାର୍ବଜନିକ ସମାରୋହକୁ ସମ୍ବୋଧିତ କରିବା ସମୟରେ ତାଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ପିଟିଆଇ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାହାସୀ ଅଟନ୍ତି । ସେ ଦେଶକୁ ନା କେବେ ବିପଦରେ ପକାଇବା ନା କାହା ଆଗରେ ମୁଣ୍ଡ ନୁଆଇଁବାକୁ ଦେବେ । ପାକିସ୍ତାନର ବୈଦେଶିକ ନୀତିକୁ ନେଇ ଇମ୍ରାନ ଖାନ ସ୍ପଷ୍ଟ ଅଛନ୍ତି । ଏବେ ପାକିସ୍ତାନ କୌଣସି ଯୁଦ୍ଧର ଅଂଶ ହେବନାହିଁ । ପଡୋଶୀ ଦେଶ ଗୁଡିକ ଉପରେ ଆକ୍ରମଣ ପାଇଁ ଦେଶର ଏୟାରବେସକୁ କାହାକୁ ଦିଆଯିବ ନାହିଁ ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ ଆସନ ଟଳମଳ ହେଉଥିବା ବେଳେ ଏବେ ଜୀବନ ପ୍ରତି ବିପଦ ଥିବାର କୁହାଯାଉଛି । କହିରଖୁଛୁ କି, ଆସନ୍ତା ଏପ୍ରିଲ ୩ ତାରିଖ ଦିନ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବ । ଏହାପୂର୍ବରୁ MOM-P ଇମ୍ରାନଙ୍କ ହାତ ଛାଡି ଦେଇଛି । ଫଳରେ ଇମ୍ରାନ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ଏବଂ ସେ ଗାଦିଚ୍ୟୁତ ହେବାର ସମ୍ଭାବନା ଘନୀଭୂତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.