ETV Bharat / international

ବିଲାଓ୍ୱଲ ଭୁଟ୍ଟୋ ପିପିପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ଆସନ୍ତା ଫେବୃଆରୀ 8ରେ ପାକିସ୍ତାନରେ ସାଧାରଣ ନିର୍ବାଚନ

Bilawal Bhutto Zardari as PM candidate: ପାକିସ୍ତାନ ପିପୁଲ୍ସ ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଲାଓ୍ୱାଲ ଭୁଟ୍ଟୋ ଜର୍ଦାରୀ ନାମ ଘୋଷିତ । ଆସନ୍ତା ବର୍ଷ ଫେବୃଆରୀ ମାସ 8 ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 16, 2023, 7:18 PM IST

ବିଲାବଲ ଭୁଟ୍ଟୋ ପିପିପି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇସଲାମାବାଦ : ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ମଧ୍ୟରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଗତ ଗୁରୁବାର ଦିନ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାଓ୍ୱାଲ ଭୁଟ୍ଟୋ ଜର୍ଦାରୀଙ୍କ ନାମ ସାମନାକୁ ଆସିଛି । ଆସନ୍ତା ଫେବୃଆରୀ ମାସ 8 ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଅଛି ।

ପାର୍ଟି ତରଫରୁ କୁହାଯାଇଛି ଯେ ବିଲାଓ୍ୱାଲ ଭୁଟ୍ଟୋଙ୍କ ପିତା ଆସିଫ ଅଲି ଜର୍ଦାରୀ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ହେବେ । ପାକିସ୍ତାନ ମୁସଲିମ ଲିଗ - ନୱାଜ ପାର୍ଟି ତରଫରୁ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀ ନାମ ଘୋଷଣା କରିବା ପରେ ଏହା କରିଛି । ତେବେ ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ - ନୱାଜ ପାର୍ଟି ମଧ୍ୟରେ ଗଠବନ୍ଧନ ହେବାକୁ ନେଇ ଯେଉଁ ଅଟକଳ ଚାଲିଥିଲା ସେଥିରେ ବିରାମ ଲାଗିଛି ।

ଏହା ମଧ୍ୟ ପଢନ୍ତୁ ... କୁଏତ ଶାସକ ଶେଖ୍‌ ନୱାଫଙ୍କ ପରଲୋକ

ପାକିସ୍ତାନ ମିଡିଆକୁ ସମ୍ବୋଧିତ କରି ପାର୍ଟିର ସୂଚନା ସଚିବ ଫୈଜଲ କରିମ କୁଣ୍ଡି କହିଛନ୍ତି ଯେ ବିଲାଓ୍ୱାଲ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ ଏବଂ 2008ର ନିର୍ବାଚନ ଫଳାଫଳକୁ ପୁନର୍ବାର ଦୋହରାଇବାକୁ ଆମର ଇଛା ଏବଂ ଆସିଫ ଅଲି ଜର୍ଦାରୀଙ୍କୁ ରାଷ୍ଟ୍ରପତି ବନେଇବୁ । ପାକିସ୍ତାନ ପିପୁଲ୍ସ ପାର୍ଟି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ଏବଂ ସାଧାରଣ ନିର୍ବାଚନକୁ ଅଧିକ ସମୟ ଯାଏଁ ଟାଳିବା କଥା ନୁହେଁ । ସୂଚନାଯୋଗ୍ୟ ଯେ 68 ବର୍ଷୀୟ ଆସିଫ ଅଲି ଜର୍ଦାରୀ 2008 ରେ ହୋଇଥିବା ସାଧାରଣ ନିର୍ବାଚନ ପରେ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ ଏବଂ ଏହି ପଦରେ 2013 ଯାଏଁ ଥିଲେ । ସେହିପରି 35 ବର୍ଷୀୟ ବିଲାଓ୍ୱାଲ ଭୁଟ୍ଟୋ ଏପ୍ରିଲ 2002 ରୁ ଅଗଷ୍ଟ 2023 ପର୍ଯ୍ୟନ୍ତ ପାକିସ୍ତାନର ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ନୱାଜ ସରିଫ ଦୀର୍ଘ 4 ବର୍ଷ ପରେ ପାକିସ୍ତାନକୁ ନିର୍ବାସନରେ ଫେରିଛନ୍ତି । ଗତ ନଭେମ୍ବର ମାସରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ହୋଇଥିବା ଉପନିର୍ବାଚନରେ 14ଟି ଜିଲ୍ଲାରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଭାରୀ ବହୁମତ ସହିତ ବିଜୟ ଲାଭ କରିଥିଲେ । ବର୍ତ୍ତମାନ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନ ମୁସଲିମ ଲିଗ-ନୱାଜ ପାର୍ଟିର ଅନୱର ଉଲ ହକ କକର ଥିବା ବେଳେ ଅରିଫ ଅଲଭି ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.