ETV Bharat / international

ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

author img

By

Published : Dec 18, 2022, 10:18 AM IST

ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ ଶାଜିଆ ମାରି । କହିଲେ ପାକିସ୍ତାନର ନ୍ୟୁକ୍ଲିୟର ରାଷ୍ଟ୍ର ମାନ୍ୟତା ନୀରବ ରହିବା ପାଇଁ ନୁହେଁ । ଅଧିକ ପଢନ୍ତୁ

ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ
ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମବାଦ: ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ । ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଭାରତ କଡା ନିନ୍ଦା କରିବାର ଦିନକ ପରେ ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ଶାଜିଆ ମାରି ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଇଛନ୍ତି(Pak Minister Threatens India With Nuclear War) । ଏକ ସାମ୍ବାଦିକ ସମ୍ମିଳନୀରେ ଶାଜିଆ କହିଛନ୍ତି, ଯେ, ''ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ବୋଲି ଭାରତ ଭୁଲିଯିବା ଉଚିତ୍ ନୁହେଁ । ଆମର ଆଣବିକ ରାଷ୍ଟ୍ର ମାନ୍ୟତା ନୀରବ ରହିବା ପାଇଁ ନୁହେଁ । ଦରକାର ପଡିଲେ ଆମେ ପଛକୁ ହଟିବୁ ନାହିଁ ।''

ପାକିସ୍ତାନ ପିପୁଲ୍ସ ପାର୍ଟିର ଏହି ନେତ୍ରୀ (Shazia Marri) ବୈଦେଶିକ ମନ୍ତ୍ରୀ ଭୁଟ୍ଟୋଙ୍କୁ ସମର୍ଥନ କରି ଏପରି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଯଦି ମୋଦି ସରକାର ଯୁଦ୍ଧ କରିବେ, ତେବେ ସେମାନେ ମଧ୍ୟ ଏହାର ଜବାବ ଦେବେ । ପାକିସ୍ତାନକୁ ଆଣବିକ ରାଷ୍ଟ୍ର ମାନ୍ୟତା ମିଳିବା ଚୁପ୍ ବସିବା ପାଇଁ ନୁହେଁ । ପାକ୍ ମଧ୍ୟ ଜବାବ ଦେବା ଜାଣେ । ଯଦି ତୁମେ ପାକିସ୍ତାନ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆଣିବ ତେବେ ଦେଶ ମଧ୍ୟ ନୀରବରେ ବସି ଶୁଣିବ ନାହିଁ ।

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ବିରୁଦ୍ଧରେ ପାକ୍ ବିଦେଶ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ, ନିନ୍ଦା କଲା ଭାରତ

ପ୍ରକାଶଥାଉ କି, ଜୟଶଙ୍କର ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ କହିବା ପରେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଉତ୍ୟକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂସେଇ ସହ ତୁଳନା କରିଥିଲେ । ସେ କହିଥିଲେ ଯେ, ''ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ଏବେ ମୃତ । ହେଲେ ଗୁଜୁରାଟର କଂସେଇ ଏବେ ବି ଜୀବିତ(butcher of Gujarat lives) ଏବଂ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ । ଭାରତ ସରକାର ମହାତ୍ମା ଗାନ୍ଧୀଙ୍କ ଦ୍ବାରା ନୁହେଁ ହିଟଲରଙ୍କ ଦ୍ବାରା ଅନୁପ୍ରାଣିତ । '' ପାକ୍ ମନ୍ତ୍ରୀଙ୍କ ଏପରି ଆଶାଳୀନ ମନ୍ତବ୍ୟକୁ ଭାରତ ନିନ୍ଦା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.