ETV Bharat / international

କଥା କହିପାରିବେନି ଇମ୍ରାନ: ଟିଭି ଚ୍ୟାନେଲରେ ଭାଷଣ ପ୍ରସାରଣ ଉପରେ ଲାଗିଲା ରୋକ - କଥା କହିପାରିବେନି ଇମ୍ରାନ

ଇମ୍ରାନ ଖାନଙ୍କ କଥା କହିବା ଉପରେ ଲାଗିଲା ରୋକ । ଟିଭି ଚ୍ୟାନେଲରେ ଭାଷଣ, ପ୍ରତିକ୍ରିୟା କିମ୍ବା ପ୍ରେସମିଟ ପ୍ରସାରଣ ନିଷେଧ । ଦେଶର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ କଟକଣା ଜାରି କଲା ପାକିସ୍ତାନ ବୈଦୁତ୍ୟିକ ଗଣମାଧ୍ୟମ ନିୟନ୍ତ୍ରକ ପ୍ରାଧିକରଣ (Pakistan imposed ban on Imran Khan speech)। ଅଧିକ ପଢନ୍ତୁ

କଥା କହିପାରିବେନି ଇମ୍ରାନ: ଟିଭି ଚ୍ୟାନେଲ ଭାଷଣ କିମ୍ବା ପ୍ରତିକ୍ରିୟା ପ୍ରସାରଣ ଉପରେ ଲାଗିଲା ରୋକ

author img

By

Published : Nov 5, 2022, 10:35 PM IST

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରି ହତ୍ୟା କରିବା ଉଦ୍ୟମ ପରେ ସାରା ପାକିସ୍ତାନ ଅଶାନ୍ତ ହୋଇପଡିଛି । ଏପଟେ ଇମ୍ରାନ ଖାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ପାକିସ୍ତାନ ସରକାର । ଇମ୍ରାନଙ୍କ କୌଣସି ସମ୍ବୋଧନ, ପ୍ରତିକ୍ରିୟା, ଟିପ୍ପଣୀ କିମ୍ବା ପ୍ରେସମିଟ ଏବେ ଦେଶର କୌଣସି ଟିଭି ଚ୍ୟାନେଲରେ ପ୍ରସାରିତ ହୋଇପାରିବ ନାହିଁ (Pakistan imposed ban on Imran Khan speech)। ଏନେଇ ଦେଶର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ନିର୍ଦ୍ଦେଶାବଳୀ ଜାରି କରିଛି ପାକିସ୍ତାନ ବୈଦୁତ୍ୟିକ ଗଣମାଧ୍ୟମ ନିୟନ୍ତ୍ରକ ପ୍ରାଧିକରଣ (Pakistan Electronic Media Regulatory Authority (PEMRA)।

କେବଳ ବର୍ତ୍ତମାନ ନୁହେଁ ବରଂ ଇମ୍ରାନ ଖାନ ପୂର୍ବରୁ ମଧ୍ୟ ଦେଇଥିବା କୌଣସି ସମ୍ବୋଧନ କିମ୍ବା ଟିପ୍ପଣୀକୁ ପ୍ରସାରିତ କିମ୍ବା ପୁନଃପ୍ରସାରିତ କରିବାକୁ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ବାରଣ କରାଯାଇଛି । ଗୋଟିଏ ପଟେ ଗୁଳିମାଡର ଶିକାର ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ଇମ୍ରାନ ଖାନ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସରକାର ବିରୋଧରେ ଆକ୍ରମଣର ଷଡଯନ୍ତ୍ରର ଅଭିଯୋଗ ମଧ୍ୟ ଆଣିଛନ୍ତି । ସିଧା ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ ଓ ସେନା ଉପରେ ହତ୍ୟା ଷଡଯନ୍ତ୍ରର ଆରୋପ ଲଗାଇଛନ୍ତି ଇମ୍ରାନ ।

ଅନ୍ୟପଟେ ଇମ୍ରାନଙ୍କ ସମର୍ଥକ ଏବେ ରାସ୍ତାକୁ ଓହ୍ଲାଇଥିଲା ବେଳେ ସ୍ଥିତି ଅଣାୟତ ହେବା ପରି ଦୃଷ୍ଟିଗୋଚର ହେଲାଣି । ଏହାରି ମଧ୍ୟରେ ଆଜି ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ପାକିସ୍ତାନ ସେନା । ଏହାର କିଛି ଘଣ୍ଟା ପରେ ପାକିସ୍ତାନ ସରକାର ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦେଶର ଗଣମାଧ୍ୟମରେ ଏବେ ଇମ୍ରାନଙ୍କ ପ୍ରତିକ୍ରିୟା କିମ୍ବା ସମ୍ବୋଧନ ଆଉ ଶୁଣିବାକୁ ମିଳିବନାହିଁ । ସେହିପରି ସେ ମଧ୍ୟ କୌଣସି ପ୍ରେସମିଟ ମଧ୍ୟ ଆୟୋଜନ କରିପାରିବେ ନାହିଁ ବୋଲି ଗଣମାଧ୍ୟମ ନିୟନ୍ତ୍ରଣ ପ୍ରାଧିକରଣ କଟକଣା ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.