ETV Bharat / international

ପାକିସ୍ତାନରେ ଆକାଶ ଛୁଆଁ ତୈଳ ଦର, ପେଟ୍ରୋଲ ଲିଟର ୨୭୨ ଟଙ୍କା

author img

By

Published : Feb 16, 2023, 1:37 PM IST

ପାକିସ୍ତାନରେ ପୁଣି ବଢିଲା ଇନ୍ଧନ ଦର । ପେଟ୍ରୋଲ ଲିଟର ୨୭୨ ଟଙ୍କା ଓ ଡିଜେଲ ୨୮୦ ଟଙ୍କାକୁ ବୃଦ୍ଧି । ଆଇଏମଏଫକୁ ସନ୍ତୁଷ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଅଧିକ ପଢନ୍ତୁ

ପାକିସ୍ତାନରେ ପୁଣି ବଢିଲା ଇନ୍ଧନ ଦର
ପାକିସ୍ତାନରେ ପୁଣି ବଢିଲା ଇନ୍ଧନ ଦର

ଇସଲାମବାଦ: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଘାଣ୍ଟି ହେଉଥିବା ପାକିସ୍ତାନରେ ପୁଣି ବଢିଲା ଇନ୍ଧନ ଦର । ପାକିସ୍ତାନରେ ପେଟ୍ରୋଲ ଲିଟର ୨୭୨ ଟଙ୍କାକୁ(ପାକିସ୍ତାନ ମୁଦ୍ରାରେ) ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୨୮୦ ଟଙ୍କାରେ ବିକ୍ରି ହେଉଛି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାର ନ୍ୟାସନାଲ ଆସମ୍ବେଲିରେ ମିନି ବଜେଟ ଗୃହୀତ କରିବା ପରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି ।

ତେବେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିକୁ (ଆଇଏମଏଫ)କୁ ସନ୍ତୁଷ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ପୂର୍ବରୁ ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ରହିଥିବା ବେଳେ ପୁଣିଥରେ ତୈଳ ଦରରେ ବୃଦ୍ଧି ପାକ୍‌ବାସୀଙ୍କ ଲାଗି ବୋଝ ଉପରେ ଲଳିତା ବିଡା ହୋଇଛି ।

ପାକିସ୍ତାନ ସରକାର ଦେଶର ଉତ୍କଟ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ୧୭୦ ବିଲିୟନ ରାଜସ୍ବ ସଂଗ୍ରହ ଲକ୍ଷ୍ୟରେ ଦ୍ରବ୍ୟ ଓ ସେବା କର ୧୮ ପ୍ରତିଶତ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପେଟ୍ରୋଲ ଦର ପାକିସ୍ତାନ ମୁଦ୍ରାରେ ୨୨.୨୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ଡିଜେଲ ୧୭ ଟଙ୍କା ବଢିଛି । ଅନ୍ୟାନ୍ୟ ଇନ୍ଧନ ଯେପରିକି କିରୋସିନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇ ଲିଟର ପିଛା ୨୦୨.୩୭ ଟଙ୍କାରେ ପହଞ୍ଚିଛି । ଆଜି(ଗୁରୁବାର) ରାତ୍ରି ୧୨ଟାରୁ ଏହି ବର୍ଦ୍ଧିତ ଦର ସାରା ଦେଶରେ ଲାଗୁ ହୋଇଛି ।

ପାକିସ୍ତାନ ମୁଦ୍ରା ଆମେରିକା ଡଲାର ତୁଳନାରେ ସର୍ବନିମ୍ନ ୨୭୫ ସ୍ତରରେ ପହଞ୍ଚିଛି । ଦେଶରେ ମୁଦ୍ରାସ୍ଫୀତି ହାର ୨୭ ପ୍ରତିଶତ ଥିବାବେଳେ ଏହା ୩୩ ପ୍ରତିଶତ ଯାଏଁ ବୃଦ୍ଧି ପାଇବା ନେଇ ଅନୁମାନ କରଯାଉଛି । ସେହିପରି ଦେଶର ବୈଦେଶିକ ମୁଦ୍ରା ପରିମାଣ ମାତ୍ର ୩ ବିଲିୟନ ଡଲାର ରହିଛି । ଇତିହାସର ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସହାୟତା ପାଇଁ ଆଇଏମଏଫକୁ ନିବେଦନ କରିଛି ।

ତେଣୁ ଏଥିପାଇଁ ଆଇଏମଏଫ ଦ୍ବାରା ନିର୍ଦ୍ଧାରିତ ସର୍ତ୍ତ ଆଧାରରେ ପାକ୍ ସରକାର ଇନ୍ଧନ ମୂଲ୍ୟ ବଢାଇଥିବା ଅନୁମାନ କରାଯାଇଛି । ବର୍ତ୍ତମାନ ପାକିସ୍ତାନରେ ଖାଦ୍ୟ, ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଖୁବ୍ ମହଙ୍ଗା ରହିଛି । ଏଠାରେ କ୍ଷୀର ଲିଟର ୨୧୦ ଟଙ୍କା ଥିବାବେଳେ ଚିକେନ କେଜି ୭୦୦ ଟଙ୍କାରେ କିଣୁଛନ୍ତି ଲୋକେ । ୧୯୭୧ ପରେ ପାକିସ୍ତାନ ପ୍ରଥମ ଥର ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.