ETV Bharat / international

ଗୋଟିଏ ମାମଲାରେ ମିଳିଲା ରିଲିଜ ଅର୍ଡର, ତଥାପି ଜେଲରୁ ମୁକୁଳି ପାରିବେନି ଇମ୍ରାନ ! - pakisthan news

Cypher case: ରିଲିଜ ଅର୍ଡର ପାଇଲେ ଇମ୍ରାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତଥାପି ଜେଲରୁ ମୁକୁଳିପାରିବେନି । ଜାଣନ୍ତୁ କାହିଁକି

ଗୋଟିଏ ମାମଲାରେ ମିଳିଲା ରିଲିଜ ଅର୍ଡର, ତଥାପି ଜେଲରୁ ମୁକୁଳି ପାରିବେନି ଇମ୍ରାନ !

author img

By ETV Bharat Odisha Team

Published : Jan 8, 2024, 9:53 PM IST

ହାଇଦ୍ରାବାଦ: ଆସନ୍ତା ଫେବୃଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପିଟିଆଇ’ ମୁଖ୍ୟ ଇମ୍ରାନ ଖାନ ନିର୍ବାଚନୀ ମୈଦାନରେ ନଜର ଆସିବେ ନା, ଜେଲରେ ରହି ନିର୍ବାଚନ ଲଢିବେ ସେନେଇ ଚର୍ଚ୍ଚା ଜାରି ରହିଛି । ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଇମ୍ରାନଙ୍କ ପାଇଁ ଜେଲରୁ ବାହାରିବା ଏତେଟା ସହଜ ହେବନାହିଁ । ଏହାରି ମଧ୍ୟରେ ଆଜି ତାଙ୍କୁ ଏକ ମାମଲାରେ କୋର୍ଟରୁ ଆଶ୍ବସ୍ତି ମିଳିଛି । ଅଫିସିଆଲ ସିକ୍ରେଟ ଆକ୍ଟ ମାମଲାରେ ଇମ୍ରାନଙ୍କୁ ପାକିସ୍ତାନର ସର୍ବୋଚ୍ଚ କୋର୍ଟ ଡେସେମ୍ବରରେ ବେଲ ପ୍ରଦାନ କରିଥିଲେ । ଆଜି ସ୍ଥାନୀୟ ଏକ କୋର୍ଟ ଏହି ମାମଲାରେ ରିଲିଜ ଅର୍ଡର ଜାରି କରିଥିବା ପାକିସ୍ତାନର ଏକାଧିକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ତେବେ ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଏବେ ଆଦିଲା ଜେଲରେ ବନ୍ଦ ଥିବା ଇମ୍ରାନ ଗୋଟିଏ ମାମଲାରେ ବେଲ ପାଇଥିଲେ ସୁଦ୍ଧା ଜେଲରୁ ମୁକ୍ତ ହୋଇପାରିବେ ନାହିଁ । ତାଙ୍କ ନାମରେ ତୋଷଖାନା ଘୋଟାଲା ମାମଲା ମଧ୍ୟ ରହିଛି । 190 ମିଲିୟନ ଡଲାରର ଘୋଟାଲା ମାମଲାରେ ବେଲ ପାଇବା ଇମ୍ରାନଙ୍କ କ୍ଷେତ୍ରରେ ଏବେ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ଡିସେମ୍ବରରେ ସେ ଏହି ଅଫିସିଆଲ ସିକ୍ରେଟ ଆକ୍ଟ ମାମଲାରେ ବେଲ ପାଇଥିଲେ । ତାଙ୍କର ଘନିଷ୍ଠ ସହଯୋଗୀ ତଥା ତାଙ୍କ ନେତୃତ୍ବାଧୀନ ସରକାରରେ ମନ୍ତ୍ରୀ ଥିବା ଶାହ ମହମ୍ମଦ କ୍ୟୁରେସୀଙ୍କୁ ସୁପ୍ରିମକୋର୍ଟ ବେଲ ପ୍ରଦାନ କରିଥିଲେ । ଆଜି ଇମ୍ରାନଙ୍କ ରିଲିଜ ଅର୍ଡର ମଧ୍ୟ କୋର୍ଟ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନରେ ବିଜୟ ପରେ ହସିନାଙ୍କୁ ଭେଟିଲେ ଭାରତୀୟ ଉଚ୍ଚାୟୁକ୍ତ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ମଧ୍ୟ ଦେଶକୁ ଫେରିସାରିଛନ୍ତି । ତାଙ୍କ ଭାଇ ଶେହେଓ୍ବାଜ ସରିଫ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଛନ୍ତି । କ୍ଷମତାରୁ ହଟିବା ପରେ ନଓ୍ବାଜ ସରିଫଙ୍କ ଉପରେ ଏକାଧିକ ମାମଲା ରୁଜୁ କରାଯାଇଥିଲା । ସେ ଚିକିତ୍ସା ଆଳରେ ଲଣ୍ଡନ ପଳାଇଥିଲେ । ଏବେ ସେ ଏକାଧିକ ମାମଲାରେ କୋର୍ଟରୁ ଆଶ୍ବସ୍ତ ହେବା ସହ ପାକିସ୍ତାନର ରାଜନୀତିରେ ମଧ୍ୟ ସକ୍ରିୟ ହେବାକୁ ଯାଉଛନ୍ତି । ତାଙ୍କ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ‘ପିଟିଆଇ’ । ହେଲେ ଦଳର ନେତୃତ୍ବ ନେଉଥିବା ଇମ୍ରାନ ଏବେ ଜେଲରେ ବନ୍ଦ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.