ETV Bharat / international

Pak Poltical Crisis: ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ହଙ୍ଗାମା, ମୁଲତବୀ ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ

author img

By

Published : Apr 9, 2022, 2:48 PM IST

Updated : Apr 9, 2022, 3:19 PM IST

ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ହଙ୍ଗାମା । ଦିନ ୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ ବାଚସ୍ପତି । ଏବେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Pak Poltical Crisis: ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ହଙ୍ଗମା, ଦିନ ୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ

ଇସଲାମବାଦ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ହଙ୍ଗମା । ଦିନ ୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ କରିଥିଲେ ବାଚସ୍ପତି ଅସଦ୍ କାଇସର(Speaker Asad Qaiser) । ଏବେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ରହିଛି । PML-N ନେତା ଶାହାବାଜ ସରିଫଙ୍କ ଅନାସ୍ଥା ପ୍ରସ୍ତାବ ଭୋଟିଂ ଦାବି ଉପରେ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସିଙ୍କ ପ୍ରତିକ୍ରିୟା ପରେ ଗୃହରେ ହଙ୍ଗାମା ହୋଇଛି । ଯେଉଁ କାରଣରୁ ବାଚସ୍ପତି ଅପରାହ୍ନ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।

ଯାହାସୂଚନା ରହିଛି, ବିଦେଶୀ ଷଡଯନ୍ତ୍ର କହି ଉପବାଚସ୍ପତିଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିଥିଲେ ଏବଂ ଏପ୍ରିଲ ୯ ଅର୍ଥାତ୍ ଆଜି ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶନିବାର ପୂର୍ବାହ୍ନରେ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା, ବାଚସ୍ପତି କାଇସର ବିଦେଶୀ ଷଡଯନ୍ତ୍ର ପ୍ରସଙ୍ଗ ଉପରେ ବିତର୍କ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ଏହା ଶୁଣିବା ପରେ PML-N ନେତା ଶାହାବାଜ ସରିଫ ବାଚସ୍ପତିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସଂସଦ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ସୁପ୍ରିମକୋର୍ଟଙ୍କ ରାୟଙ୍କୁ ସମ୍ମାନ ଦିଆଯିବା ଆବଶ୍ୟକ ।

PML-N ନେତାଙ୍କ ବୟାନରେ ବୈଦେଶିକ ମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଆଣିବା ସେମାନଙ୍କ ସାମ୍ବିଧାନିକ ଅଧିକାର । ସେହିପରି ପ୍ରଧାନମନ୍ତ୍ରୀଙ୍କୁ ରକ୍ଷା କରିବା ମଧ୍ୟ ତାଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ କହିଥିଲେ । ଏହାକୁ ନେଇ ଗୃହରେ ହୋହାଲ୍ଲା ହୋଇଥିଲା ।

ଆଜି ପାକିସ୍ତାନ ରାଜନୀତିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନ । କାରଣ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ଇମ୍ରାନ ଖାନ ଶାସନରେ ରହିବେ ନାହିଁ ହଟିବେ ତାହା ଭୋଟିଂ ପରେ ଜଣାପଡିବ । ଦିନ ୧୧ଟାରୁ ସଂସଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ପାକିସ୍ତାନ ସଂସଦରେ ମୋଟ ସଦସ୍ୟଙ୍କ ସଂଖ୍ୟା ୩୪୨ ଅଟେ । ଅର୍ଥାତ୍ ଗାଦି ରକ୍ଷା ପାଇଁ ଇମ୍ରାନଙ୍କୁ ୧୭୨ ଭୋଟ ହାସଲ କରିବାକୁ ହେବ । ହେଲେ ବର୍ତ୍ତମାନ ତାଙ୍କ ପାଖରେ କେବଳ ୧୪୨ ସଂସଦଙ୍କ ସମର୍ଥନ ରହିଛି । ଯେତେବେଳେ କି ବିରୋଧିଙ୍କ ସପକ୍ଷରେ ୧୯୯ ସଂସଦ ରହିଛନ୍ତି ।

Last Updated : Apr 9, 2022, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.