ETV Bharat / international

Gaza-Israel war: ହତ୍ୟାର ଶିକାର ନବଜାତ ଶିଶୁର ଫଟୋ ସେୟାର କରି ନେତାନ୍ୟାହୁଙ୍କ ଚେତାବନୀ - ଗାଜା ଇସ୍ରାଏଲ ଯୁଦ୍ଧ

ହତ୍ୟାର ଶିକାର ନବଜାତ ଶିଶୁର ଫଟୋ ସେୟାର କରି ଆତଙ୍କୀଙ୍କୁ ନେତାନ୍ୟାହୁଙ୍କ ଚେତାବନୀ । ସମୟ ଆହୁରି କଠିନ ହେବ । ଇସ୍ରାଏଲ ସହ ଥିବା ଆମେରିକାର ଘୋଷଣା । 3,600 ହମାସ ଆଡ୍ଡାକୁ କରାଗଲାଣି ଟାର୍ଗେଟ । ଅଧିକ ପଢନ୍ତୁ

Gaza-Israel war: ହତ୍ୟାର ଶିକାର ଶିଶୁର ଫଟୋ ସେୟାର କରି ନେତିନ୍ୟାହୁଙ୍କ ଚେତାବନୀ, ଆତଙ୍କୀଙ୍କ ପାଇଁ ସ୍ଥିତି ଆହୁରି କଠିନ ହେବ

author img

By ETV Bharat Odisha Team

Published : Oct 12, 2023, 11:04 PM IST

ହାଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଇସ୍ରାଏଲ ଜାରି ରହିଥିବା ସାମରିକ ଅଭିଯାନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଏବେ ସୁଦ୍ଧା ଗାଜାରେ ହମାସ ଆତଙ୍କୀ ଗୋଷ୍ଠୀର 3,600 ଆଡ୍ଡାକୁ ଟାର୍ଗେଟ କରାଯାଇ ସାରିଥିବା ଇସ୍ରାଏଲ ସେନା କହିଛି । ଏହି ଅପରେସନ ହମାସର ଶେଷ ଆତଙ୍କୀଙ୍କୁ ନିପାତ କରିବା ପରେ ହିଁ ଶେଷ ହେବ ବୋଲି ସେନା କହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆଜି ହମାସ ଆତଙ୍କବାଦୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ନବଜାତ ଶିଶୁର ଫଟୋ ସେୟାର କରି ଆତଙ୍କୀଙ୍କୁ ଚେତାବନୀ ଦେଇଛନ୍ତି । ଆତଙ୍କୀଙ୍କ ପାଇଁ ବର୍ତ୍ତମାନଠାରୁ ମଧ୍ୟ ଅଧିକ କଠିନ ସମୟ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି । ସେ ଏହି ଫଟୋକୁ ଏକ୍ସରେ ଟ୍ବିଟ ମଧ୍ୟ କରିଛନ୍ତି ।

Gaza-Israel war: ହତ୍ୟାର ଶିକାର ଶିଶୁର ଫଟୋ ସେୟାର କରି ନେତିନ୍ୟାହୁଙ୍କ ଚେତାବନୀ, ଆତଙ୍କୀଙ୍କ ପାଇଁ ସ୍ଥିତି ଆହୁରି କଠିନ ହେବ
Gaza-Israel war: ହତ୍ୟାର ଶିକାର ଶିଶୁର ଫଟୋ ସେୟାର କରି ନେତିନ୍ୟାହୁଙ୍କ ଚେତାବନୀ, ଆତଙ୍କୀଙ୍କ ପାଇଁ ସ୍ଥିତି ଆହୁରି କଠିନ ହେବ

ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣରେ ଗାଜା ପଟି ଧ୍ବଂସ ସ୍ତୁପରେ ପରିଣତ ହେଲାଣି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କିଛି ସଠିକ ଅନୁମାନ କରିବା ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପାଇଁ କଷ୍ଟକର ବ୍ୟାପାର ହୋଇଛି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ମଧ୍ୟ ରହିଥିବା ଆଶଙ୍କା ପ୍ରକାଶ ପାଇଛି । ଏହାରି ମଧ୍ୟରେ ଆଜି ଆମେରିକା ବିଦେଶ ସଚିବ ଆଣ୍ଟୋନୀ ବ୍ଲିନକେନ ଇସ୍ରାଏଲର ଟେଲ ଆଭିଭରେ ପହଞ୍ଚି ପ୍ରଧାନମନ୍ତ୍ରୀ ନେତିନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ଯେ ପର୍ଯ୍ୟନ୍ତ ଆମେରିକାର ଅସ୍ତିତ୍ବ ରହିଛି, ସେ ପର୍ଯ୍ୟନ୍ତ ସେମାନେ ଇସ୍ରାଏଲ ସହ ରହିବା ନେଇ ବ୍ଲିନକେନ କହିଛନ୍ତି । ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଆଲୋଚନା ହେବା ପରେ ଉଭୟ ନେତିନ୍ୟାହୁ ଓ ବ୍ଲିନକେନ ମିଳିତ ପ୍ରେସମିଟକୁ ସମ୍ବୋଧିତ କରିଛନ୍ତି । ଆମେରିକାର ସମର୍ଥନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ଇସ୍ରାଏଲୀ ନାଗରିକଙ୍କ ଉପରେ ବର୍ବର ଆକ୍ରମଣ କରିଥିବା ଆତଙ୍କୀଙ୍କ ପାଇଁ ବର୍ତ୍ତମାନ ଠାରୁ ମଧ୍ୟ କଠିନ ସମୟ ଆସିବାକୁ ଯାଉଥିବା ସେ ଚେତାବନୀ ମଧ୍ୟ ଦେଇଛନ୍ତି । ପ୍ରଥମ ଦିନରୁ ହିଁ ସିଧା ଯୁଦ୍ଧ ଘୋଷଣା କରିଥିଲେ ନେତାନ୍ୟାହୁ । ଆକ୍ରମଣ ପରେ ଶନିବାର ସକାଳେ ସେ ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଇସ୍ରାଏଲ ଏବେ ଯୁଦ୍ଧରେ ବୋଲି କହିଥିଲେ । ଇସ୍ରାଏଲ ଆକ୍ରମଣର କଡା ହିସାବ ନେବା ନେଇ ନେତାନ୍ୟାହୁଙ୍କ ସମ୍ବୋଧନରୁ ସ୍ପଷ୍ଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-Operation Ajay: ମଧ୍ୟରାତ୍ରିରେ 230 ଭାରତୀୟଙ୍କୁ ଧରି ଇସ୍ରାଏଲ ଛାଡିବ ପ୍ରଥମ ବିମାନ

ଆଜି ସୁଦ୍ଧା ପ୍ରାୟ ହମାସ ଆତଙ୍କୀ ଗୋଷ୍ଠୀର 3,600 ଆଡ୍ଡା ଉପରେ 6000 ରୁ ଅଧିକ ରାଉଣ୍ଡର ବୋମାମାଡ କରିସାରିଛି ଇସ୍ରାଏଲୀ ସେନା । ସମ୍ପୂର୍ଣ୍ଣ ଗାଜା ପଟି ଏବେ ଇସ୍ରାଏଲ ଦ୍ବାରା ସିଲ କରାଯାଇଛି । ଗୋଟିଏ ପଟେ ପ୍ରଚଣ୍ଡ ଆକ୍ରମଣ ଓ ଅନ୍ୟପଟେ ପାଣି, ଖାଦ୍ୟ, ବିଜୁଳି ଓ ଇନ୍ଧନ ଅଭାବରେ ଗାଜାବାସୀ ମାନବୀୟ ସଙ୍କଟର ସମ୍ନା କରୁଛନ୍ତି । ଭାରତ ସମେତ ଅନ୍ୟ କିଛି ଦେଶ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହ ନିଜ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.