ETV Bharat / international

Morocco Earthquake: ଭୟଙ୍କର ଭୂକମ୍ପରେ ସ୍ତବ୍ଧ ମରକ୍କୋ, ଗଲାଣି 28 ଶହରୁ ଅଧିକ ଜୀବନ - ମରକ୍କୋ ଭୂମିକମ୍ପ

6.9 ତ୍ରୀବ୍ରତା ରେକର୍ଡ ଭୂମିକମ୍ପ ମରକ୍କୋରେ ଧ୍ବସଂଲୀଳା ରଚିଛି । ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଅଧିକ ପଢନ୍ତୁ

Morocco Earthquake
ଭୟଙ୍କର ଭୂମିକମ୍ପରେ ସ୍ତବ୍ଧ ମରକ୍କୋ,
author img

By ETV Bharat Odisha Team

Published : Sep 12, 2023, 3:14 PM IST

ରବାତ: ପ୍ରୟଳଙ୍କାରୀ ଶକ୍ତିଶାଳୀ ଭୟଙ୍କର ଭୂମିକମ୍ପରେ ଆଫ୍ରିକୀୟ ଦେଶ ମରକ୍କୋ ଦୋହଲି ଯାଇଛି । 6.9 ତୀବ୍ରତା ରେକର୍ଡ ଭୂମିକମ୍ପ ମରକ୍କୋରେ ଧ୍ବସଂଲୀଳା ରଚିଛି । ଆଖି ପିଛୁଳାକେ ମାଟିରେ ମିଶିଛି ସୁଉଚ୍ଚ ଅଟ୍ଟାଳିକା । ଆଉ ମରକ୍କୋ ମାଟିରେ କୁଢ କୁଢ ମୃତଦେହ ଭୟଙ୍କର ଚିତ୍ର ଛାତିକୁ ଦୋହଲାଇ ଦେଇଛି । ଭୂକମ୍ପରେ ଥରି ଉଠିଥିବା ମରକ୍କୋରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୃତ୍ୟୁସଂଖ୍ୟା 28 ଶହ ପାର କରିଛି । 2562ଜଣ ଆହତ ହୋଇଛନ୍ତି । ଏବେ ବି ଅନେକ ନିଖୋଜ ଅଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ।

6.9 ତୀବ୍ରତା ଭୂମିକମ୍ପରେ ଦୋହଲି ଯାଇଥିବା ମରକ୍କୋରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାଙ୍ଗି ପଡିଥିବା ବଲ୍ଡିଂ ତଳୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟା ଜାରି ରହିଛି । 100ରୁ ଅଧିକ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରିପୋର୍ଟ ଅନୁସାରେ 30ଟି ଫାୟରା ଫାଇଟର ଟିମ ସହିତ ଡାକ୍ତର, ନର୍ସ ଏବଂ ଟେକ୍ନିସିଆନ ଟିମ ରେସକ୍ୟୁ କରିବା ସହିତ ଆହତଙ୍କୁ ଚିକିତ୍ସା କରୁଛନ୍ତି । ହେଲିକପ୍ଟରରେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । କ୍ୟାମ୍ପ ପକାଯାଇ ସମସ୍ତଙ୍କ ପୀଡିତଙ୍କୁ ସୁବିଧା ପ୍ରଦାନ କରାଯାଉଛି ।

ଏହା ବି ପଢନ୍ତୁ...Morocco Earthquake: ମରକ୍କୋରେ ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ରେସ୍କ୍ୟୁ ଅପରେସନ ଜାରି

ଏହା ବି ପଢନ୍ତୁ...Earthquake Hits Morocco: ମରକ୍କୋ ଶକ୍ତିଶାଳୀ ଭୂକମ୍ପରେ 632 ମୃତ, ଦୁଃଖ ପ୍ରକାଶ କଲେ ମୋଦି

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର 8 ତାରିଖ ବିଳମ୍ବିତ ରାତିରେ ମରକ୍କୋର ଏଟଲସ ପର୍ବତଶ୍ରେଣୀଠାରୁ ୭୧ କିଲୋମିଟର ଇଘିଲରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.9 ରେକର୍ଡ ହୋଇଥିଲା । ନିମିଷକେ ସବୁ କିଛି ଛାରଖାର ହୋଇଥିଲା । ପ୍ରଥମ ଦିନ ମୃତ୍ୟୁ ସଂଖ୍ୟା 632 ହୋଇଥିବା ରିପୋର୍ଟରୁ ଜଣାପଡିଥିଲା ଏହାପରେ ଦ୍ବିତୀୟ ଦିନ 2000 ପାର କରିଥିଲା ମୃତ୍ୟୁସଂଖ୍ୟା । ଦିନ ଗଡିବା ସାଙ୍ଗକୁ ମୃତ୍ୟୁସଂଖ୍ୟା ବି ବଢି ଚାଲିଥିଲା । ଏବେ ମରକ୍କୋ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 28ଶହ ପାର କରିଛି । 2862 ଜଣଙ୍କ ଜୀବନ ଯାଇଛି । ତୁର୍କୀ ଓ ସିରଆ ପରେ ଚଳିତ ବର୍ଷ ମରକ୍କୋରେ ଏହା ସବୁଠୁ ବଡ ଭୂମିକମ୍ପ ।

ଭୟଙ୍କର ଭୂମିକମ୍ପ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମରକ୍କୋ ପ୍ରତି ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରକ୍କୋ ଭୂମିକମ୍ପରେ ଦୁଃଖ ପ୍ରକାଶ କରିବା ସହ ପୀଡିତଙ୍କ ପ୍ରତି ଗଭରୀ ସମବେଦନା ପ୍ରକାଶ କରିଥିଲେ । ଏଥି ସହ ଭାରତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଦେଇଥିଲେ । ତୁର୍କୀ, କତାର, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଦୁବାଇ, ଜୋରଦାନ ପ୍ରମୁଖ ରାଷ୍ଟ୍ର ମଧ୍ୟ ମରକ୍କୋ ପୀଡିତଙ୍କୁ ସହୟତା ପାଇଁ ହାତ ବଢାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.