ETV Bharat / international

ଇସ୍ରାଏଲ ଆକ୍ରମଣରେ ଗାଜାରେ ୧୪, ୮୦୦ରୁ ଊର୍ଦ୍ଧ୍ବ ମୃତ; ଆଜିଠୁ ୪ ଦିନିଆ ଅସ୍ତ୍ରବିରତି

author img

By ETV Bharat Odisha Team

Published : Nov 24, 2023, 1:20 PM IST

ଇସ୍ରାଏଲ ଆକ୍ରମଣରେ ଗାଜାରେ ୧୪, ୮୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି । ତେବେ କତାରର ମଧ୍ୟସ୍ଥତାରେ ଆଜିଠୁ ଦୁଇ ପକ୍ଷ ମଧ୍ୟରେ ୪ ଦିନିଆ ଅସ୍ତ୍ରବିରତି ଆରମ୍ଭ । ଅଧିକ ପଢନ୍ତୁ

ଇସ୍ରାଏଲ-ହମାସ୍ ମଧ୍ୟରେ ୪ ଦିନିଆ ଅସ୍ତ୍ରବିରତି

ଗାଜା: ମାସେରୁ ଅଧିକ ହେଲାଣି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଛି ଯୁଦ୍ଧ । ଇସ୍ରାଏଲର ଘନ ଘନ ଆକ୍ରମଣରେ ସମ୍ପୂର୍ଣ୍ଣ ଛାରଖାର୍ ହୋଇଯାଇଛି ଗାଜା । ଅକ୍ଟୋବର ୭ରୁ ଇସ୍ରାଏଲ ସହ ବିବାଦ ଆରମ୍ଭ ପରଠାରୁ ଗାଜାରେ ୧୪,୮୫୪ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ କେବଳ ୫,୮୫୦ ଜଣ ଛୋଟ ଛୁଆ ରହିଛନ୍ତି । ଏନେଇ ହମାସ୍ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଏବଂ ଆକ୍ରମଣ ଜାରି ରହିଥିବାରୁ ମୃତାହତ ସମ୍ପର୍କରେ ସଠିକ୍ ତଥ୍ୟ ପାଇବା କଷ୍ଟକର ହେଉଥିବା କୁହାଯାଇଛି ।

ଗତ ସୋମବାର ଦିନ ପାଲେଷ୍ଟାଇନର ସ୍ବାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଏବଂ ଗାଜା ଷ୍ଟ୍ରିପର ଅନ୍ୟ ସୂତ୍ରରୁ ପାଇଥିବା ତଥ୍ୟ ଆଧାରରେ ମୃତକଙ୍କ ସଂଖ୍ୟା ୧୨,୭୦୦ ବୋଲି ସୂଚନା ଦେଇଥିଲେ । ମାତ୍ର ଗାଜାରେ ଯୋଗାଯୋଗ ନେଟୱାର୍କ ବ୍ୟାହତ ହେଉଥିବାରୁ ସଠିକ୍ ତଥ୍ୟ ପ୍ରଦାନ କରିବା ସମ୍ଭବପର ନୁହେଁ । ଅନ୍ୟପଟେ ୪ ଦିନିଆ ଅସ୍ତ୍ରବିରତି ପାଇଁ ଉଭୟ ହମାସ ଓ ଇସ୍ରାଏଲ ରାଜି ହେବା ପରେ ଆଜିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ହମାସ୍ ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ପଣବନ୍ଦୀ କରି ରଖିଥିବା ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବ ।

ଏହା ମଧ୍ୟ ପଢନ୍ତୁ: କାଲିଠୁ ଗାଜାରେ 4 ଦିନିଆ ଅସ୍ତ୍ରବିରତି: ସକାଳୁ ଆରମ୍ଭ ହେବ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା

ଚୁକ୍ତି ଅନୁସାରେ ୪ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ହମାସ୍ ଇସ୍ରାଏଲର ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ । ହମାସ୍ ଗୋଷ୍ଠୀ ପଣବନ୍ଦୀମାଙ୍କୁ ମଧ୍ୟସ୍ଥି ଜରିଆରେ ଇସ୍ରାଏଲ ସେନାକୁ ହସ୍ତାନ୍ତର କରିବ । ପ୍ରତି ବଦଳରେ ଇସ୍ରାଏଲ ମଧ୍ୟ ବନ୍ଦୀ କରି ରଖିଥିବା ପାଲେଷ୍ଟାଇନ ନାଗରିକଙ୍କ ମୁକ୍ତ କରିବ । ଏହି ୪ ଦିନ ମଧ୍ୟରେ କୌଣସି ପ୍ରକାର ସଂଘର୍ଷ ହେବ ନାହିଁ । ଗାଜାରେ ସ୍ଥିତାବସ୍ଥା ବଜାୟ ରହିବ । ଏନେଇ ଗୁରୁବାର କତାର ଘୋଷଣା କରିଥିଲା ।

କତାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମଜେଦ ଅଲ୍-ଅନସାରୀ କହିଛନ୍ତି, ଦୁଇ ପକ୍ଷ ମଧ୍ୟରେ ଶୁକ୍ରବାର(ଆଜି) ସକାଳ ୭ଟାରୁ ଅସ୍ତ୍ରବିରତି ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ହମାସ୍ ଇସ୍ରାଏଲର ୧୩ ଜଣଙ୍କ ମୁକ୍ତ କରିବ । ଯେଉଁମାନଙ୍କୁ ମୁକ୍ତ କରାଯିବ ତାଙ୍କର ତାଲିକା ଇସ୍ରାଏଲ ଗୁଇନ୍ଦା ବିଭାଗ ମୋସଦ୍‌କୁ ଦିଆଯାଇଛି । ସେହିପରି ଇସ୍ରାଏଲ ମଧ୍ୟ ମୁକ୍ତ କରିବାକୁ ଥିବା ପାଲେଷ୍ଟାଇନ ନାଗରିକଙ୍କ ତାଲିକା କତାରକୁ ଦେବ । ଏଠାରେ କହିରଖୁଛୁ କି, କତାରରେ ମଧ୍ୟସ୍ଥତାରେ ଦୁଇ ପକ୍ଷ ମଧ୍ୟରେ ଏହି ଅସ୍ତ୍ରବିରତି ସମ୍ଭବ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.