ETV Bharat / international

Chardham Yatra: କାଳ ପାଲଟିଛି ତୀର୍ଥଯାତ୍ରା, ଏଯାବତ୍ ଗଲାଣି ୬୩ ତୀର୍ଥଯାତ୍ରୀଙ୍କ ଜୀବନ

author img

By

Published : May 23, 2022, 9:31 PM IST

ଉତ୍ତରାଖଣ୍ଡରେ ଚାଲୁଥିବା ଚାରିଧାମ ଯାତ୍ରାରେ ଏଯାବତ ୬୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ତେବେ ଅଧିକ ମୃତ୍ୟୁ କେଦାରନାଥ ଶୈବପୀଠରେ ହୋଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଏମାନଙ୍କ ମଧ୍ୟରୁ ୬୬% ଲୋକଙ୍କ ମୃତ୍ୟୁ ମଧୁମେହ ଓ ଆଉ ବାକି କିଛି ଉଚ୍ଚ ରକ୍ତଚାପ ଯୋଗୁଁ ହୋଇଛି । ଅଧିକ ପଢ଼ନ୍ତୁ

ଚାରିଧାମ ଯାତ୍ରା : କାଳ ପାଲଟିଛି ତୀର୍ଥଯାତ୍ରା , ଏଯାବତ ଗଲାଣି ୬୩ ତୀର୍ଥଯାତ୍ରୀଙ୍କ ଜୀବନ

ଡେରାଡୁନ : ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚଳିତ ମେ' ମାସରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ ୬୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯମୁନେତ୍ରୀ ଧାମରେ ​​୧୭ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଗଙ୍ଗୋତ୍ରୀ ଧାମରେ ୪ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଦାରନାଥ ଧାମରେ ​୨୮, ବଦ୍ରିନାଥ ଧାମରେ ​​୧୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ।

ମୃତ୍ୟୁର ତାଣ୍ଡବ ରଚୁଛି ଚାରିଧାମ : ଏହି ଚାରିଧାମ ଯାତ୍ରାରେ ଏବେ ସୁଦ୍ଧା ପାଖାପାଖି ୬୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆଜି ଯମୁନେତ୍ରୀକୁ ଜଣେ ଯାତ୍ରୀ ତୀର୍ଥରେ ଆସିଥିବା ବେଳେ ନିଶ୍ୱାସ ତ୍ୟାଗ କରିଛନ୍ତି । ତୀର୍ଥଯାତ୍ରୀ ଜାନକୀ ଚାଟ୍ଟିଙ୍କର ଛାତିରେ ଯନ୍ତ୍ରଣା ହେବାରୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳ ପ୍ରାୟ ୮ଟା ସମୟରେ ମଧ୍ୟପ୍ରଦେଶ ଯମୁନେତ୍ରୀ ଧାମ ଯାତ୍ରା କରିବାକୁ ଯାଉଥିଲେ । ପାର୍କିଂରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ମତରେ : ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡଃ ଶୈଳଜା ଭଟ୍ଟ କହିଛନ୍ତି ଯେ ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୬୩ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ଅଧିକାଂଶଙ୍କ ମୃତ୍ୟୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ କାରଣରୁ ହୋଇଛି । କେବଳ ସେତିକି ନୁହେଁ ଅନେକ ଯାତ୍ରୀ ତୀର୍ଥ ସ୍ଥାନରେ ପହଁଞ୍ଚିଲା ପରେ ଖାଦ୍ୟପେୟ ବନ୍ଦ କରିଦିଅନ୍ତି । ଯାହା ଆଦୌ କରିବା ଉଚିତ ନୁହେଁ ।

ଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ ଯତ୍ନବାନ ହେବା ଉଚିତ୍ : କେଦାରନାଥ ଧାମକୁ ଯାତ୍ରା କରିବା ଅତ୍ୟନ୍ତ କଷ୍ଟକର । ଜଣେ ଶିଖର ଉପରକୁ ଚଢ଼ି ସେଠାରେ ପହଁଞ୍ଚିଥାଏ । ତେଣୁ ପର୍ବତରେ ଯାତ୍ରା କରୁଥିବା ତୀର୍ଥଯାତ୍ରୀମାନେ ବିଶେଷ ଯତ୍ନ ନେବା ଉଚିତ । କାରଣ ଚାଲିବା ସମୟରେ ନିଶ୍ୱାସ ନେବାରେ ଅସୁବିଧା ହୁଏ । ଏହାସହ ଉଚ୍ଚତାକୁ ଆସିବା ପରେ ଅମ୍ଳଜାନର ସମସ୍ୟା ଦେଖାଯାଏ, ଏପରି ପରିସ୍ଥିତିରେ ହୃଦସ୍ପନ୍ଦନରେ ସମସ୍ୟା ହୋଇଥାଏ । ଫଳରେ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ । ତେଣୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଉଚିତ । ଯହି କେହି ତୀର୍ଥଯାତ୍ରୀ ଔଷଧ ଖାଉଛନ୍ତି ତେବେ ସାଙ୍ଗରେ ଔଷଧ ନେବାକୁ ଭୁଲନ୍ତୁ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.